Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଡିଏ ପ୍ରତିଷ୍ଠା ଦିବସ , ଲୋକଙ୍କୁ ହଇରାଣ ନ କରିବାକୁ କର୍ମଚାରୀଙ୍କୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ତାଗିଦ

ବିଡିଏ ପ୍ରତିଷ୍ଠା ଦିବସ , ଲୋକଙ୍କୁ ହଇରାଣ ନ କରିବାକୁ କର୍ମଚାରୀଙ୍କୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ତାଗିଦ

ଭୁବନେଶ୍ବର,୧।୯ : ବିଡିଏର ୪୪ ତମ ପ୍ରତିଷ୍ଠା ଦିବସରେ କଡା ଆଭିମୁଖ୍ୟ ଦେଖାଇଲେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର। ଘର ପ୍ଲାନ ପାଇଁ ଦୁଇ ବର୍ଷ ଲଗାଅନ୍ତୁ ନାହିଁ, ଲୋକଙ୍କୁ ଦୌଡାନ୍ତୁ ନାହିଁ ବୋଲି ବିଡିଏ କର୍ମଚାରୀ ଓ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି। ଏଥିସହ ବିଡିଏର ସବୁଠୁ ବଡ ହାଉସିଂ ପ୍ରୋଜେକ୍ଟର ଲୋକାର୍ପଣ କରିଛନ୍ତି।

ବିଡିଏର ୪୪ ତମ ପ୍ରତିଷ୍ଠା ଦିବସରେ ମନ୍ତ୍ରୀ କର୍ମଚାରୀଙ୍କୁ କହିଛନ୍ତି ଯେ ଘର ତିଆରି ପ୍ଲାନିଙ୍ଗ ଦେବାକୁ ୨ ବର୍ଷ ସମୟ ନିଅନାହିଁ। ଲୋକଙ୍କୁ ହଇରାଣ କରନ୍ତୁ ନାହିଁ। ତୁରନ୍ତ ଫାଇଲ କ୍ଲିୟର କର। ଯିଏ ଦୁଷ୍ଟ ହେବ ସିଏ ଶାସ୍ତି ପାଇବ। ଭଲ କାମ କରିବା ବାଲାଙ୍କୁ ଆଦର ଓ ଦୁଷ୍ଟଙ୍କୁ ପ୍ରହାର ହେବ । ଯଦି ମୁମ୍ବାଇରେ ୧୦୦ ଓ ୧୪୦ ଦିନ ମିଶନ ମୋଡରେ କାମ ହୋଇ ପାରୁଛି।। ଭୁବନେଶ୍ୱରରେ କାହିଁକି ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ତେଣୁ ବିଡ଼ିଏର ଗୋଟେ ଟିମ୍ ମୁମ୍ବାଇ ଯିବ । ବିଡ଼ିଏ ଭିସି ବି ଯିବେ। ଟିମ୍ ତର୍ଜମା କରିବ ଶିଖିବ ବୋଲି ଆଜି ପ୍ରତିଷ୍ଠା ଦିବସରେ କହିଛନ୍ତି ମନ୍ତ୍ରୀ।

ସେପଟେ ବିଡ଼ିଏର ଏକାମ୍ର ରେସିଡେନ୍ସି ପ୍ରୋଜେକ୍ଟ ଲୋକାର୍ପଣ କରାଯାଇଛି । ସୁବୁଦ୍ଧିପୁରରେ ୭.୩୬ ଏକର ଜାଗାରେ ୩ଟି ଅତ୍ୟାଧୁନିକ B+G+12 ଟାୱାର ନିର୍ମାଣ ହୋଇଛି। ଏଥିରେ ଅଛି ମୋଟ ୭୦୪ଟି ଫ୍ଲାଟ। ସେଥିମଧ୍ୟରୁ ୪୧୬ଟି 2BHK ଏବଂ ୨୮୮ଟି 3BHK । ସୁଇମିଂ ପୁଲ୍, ଜିମ୍, କମ୍ୟୁନିଟି ହଲ୍, ଜଗିଂ ଟ୍ରାକ୍, ବେସମେଣ୍ଟ ପାର୍କିଂ, CCTV ଭଳି ପ୍ରିମିୟମ୍ ସୁବିଧା ରହିଛି। ବଡ଼ କଥା ହେଉଛି ଏହି ୧୨ ମହଲା କୋଠା ହେଉଛି ଭୂମିକମ୍ପ ନିରୋଧୀ। ଖୁବ୍ ଶୀଘ୍ର ଲଟେରୀ ମାଧ୍ୟମରେ ଆବଣ୍ଟନ ହେବ।ଏକାମ୍ର ରେସିଡେନ୍ସି ସାଧାରଣ ଲୋକଙ୍କ ସ୍ୱପ୍ନ ପୂରଣ କରିବ, ସୁନ୍ଦର ଭୁବନେଶ୍ୱର ପାଇଁ ବିଡିଏର ପ୍ରତିବଦ୍ଧତା ଅଛି ବୋଲି କହିଛନ୍ତି ମନ୍ତ୍ରୀ।

ଆଜି କେବଳ ଏକାମ୍ର ରେସିଡେନ୍ସି ନୁହେଁ, ବିଡିଏର ଭବିଷ୍ୟତ ରୋଡ୍ ମ୍ୟାପ୍ ମଧ୍ୟ ସାମ୍ନାକୁ ଆସିଛି। ୪୪ ବର୍ଷରେ ବିଡିଏ କେବଳ ଫାଇଲ୍ ସାଇନ୍ କରୁନି, ବରଂ ସୁନ୍ଦର, ସଶକ୍ତ ଏବଂ ଯୋଜନାବଦ୍ଧ ଭୁବନେଶ୍ୱର ଗଢିବାରେ ଲାଗିଛି। ବିଡିଏ ଅଧୀନରେ ଅଛି ୫୬୮ଟି ରାଜସ୍ୱ ଗ୍ରାମ। ନୂଆ ଭୁବନେଶ୍ୱର ଗଢିବା ପାଇଁ ଦୁଇଟି ବଡ ସ୍କିମ୍ ଆସୁଛି - ନ୍ୟୁ ସିଟି ଏବଂ ବିଟିସି। ୭୮୮ ଏକର ଜମିରେ ନ୍ୟୁ ସିଟି ଠିଆ ହେବ। ଏହାଛଡା ୪୫ଟି TP ସ୍କିମ୍ ୧୫୯୬ ଏକର ଜମିରେ ଚାଲିଛି। ପିପିପି ମୋଡରେ Housing for All ସ୍କିମ୍ ମଧ୍ୟ ଆରମ୍ଭ ହେବ।ବିଡିଏ ଅଫିସକୁ ଆଉ ଦୌଡିବେ ନାହିଁ ଲୋକେ। ଆମର ଲକ୍ଷ୍ୟ ହେଉଛି ଜଣେ ବି ଷ୍ଟେକ୍ ହୋଲ୍ଡର ଅଫିସକୁ ଆସିବେ ନାହିଁ। ସବୁ ଅନଲାଇନ୍ ହେବ। ଆଖପାଖ ରାଜ୍ୟ ଆମକୁ ଅନୁସରଣ କରିବେ। ୪୫ ଦିନରେ ପ୍ଲାନ୍ ଆପ୍ରୁଭାଲ୍ ହେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା ।

ଆହୁରି ପଢନ୍ତୁ : ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ , ୬୨ ପୌରାଞ୍ଚଳ ପାଇଁ ୫୯୩ ପ୍ରକଳ୍ପର ଶୁଭାରମ୍ଭ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia