Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଳାସପୂର୍ଣ୍ଣ ବଙ୍ଗଳାର ମାଲିକ ଭାରତର ' ଗୋଲଡେନ ବୟ ' ନୀରଜ ଚୋପ୍ରା : ଦାମ୍‌ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବିଳାସପୂର୍ଣ୍ଣ ବଙ୍ଗଳାର ମାଲିକ ଭାରତର ' ଗୋଲଡେନ ବୟ ' ନୀରଜ ଚୋପ୍ରା : ଦାମ୍‌ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଭାରତୀୟ ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରା ଅଲିମ୍ପିକ୍ସରେ ଭାରତ ପାଇଁ ଆଣିଛନ୍ତି ଗୌରବ। ସେ ଆଜି ଆଥଲେଟିକ୍ ଦୁନିଆରେ ସବୁଠାରୁ ପରିଚିତ ନାମ ମଧ୍ୟରୁ ଜଣେ। ହରିୟାଣାର ପାନିପତ ନିକଟସ୍ଥ ଏକ ଗାଁରେ ଜନ୍ମଗ୍ରହଣ କରିଥିବା ନୀରଜଙ୍କୁ ଆଜି ସମସ୍ତେ ଗୋଲଡେନ ବୟ ଭାବେ ଜାଣନ୍ତି। ସେ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଥିଲେ।

ଏହି ଐତିହାସିକ ବିଜୟ ସହ ସେ ଅଲିମ୍ପିକ୍ସ ଇତିହାସରେ ଆଥଲେଟିକ୍ସରେ ଗୋଲ୍ଡ ମେଡାଲ ଜିତି ଥିବା ପ୍ରଥମ ଭାରତୀୟ ହୋଇ ପାରିଛନ୍ତି। ଏତେ ବଡ଼ ସଫଳତା ହାସଲ କରିବା ସତ୍ତ୍ୱେ, ନୀରଜ ଚୋପ୍ରା ଖୁବ୍‌ ନମ୍ର ସ୍ୱଭାବର ଏବଂ ସେ ଡାଉନ-ଟୁ-ଅର୍ଥ ହେବା ସହ, ମାନସିକ ଭାବରେ ବହୁତ ଦୃଢ। ଏହି କାରଣରୁ ତାଙ୍କ ପ୍ରଶଂସକମାନେ ତାଙ୍କ ଜୀବନଶୈଳୀ ବିଷୟରେ ଜାଣିବାକୁ ଖୁବ୍‌ ପସନ୍ଦ କରନ୍ତି। ନୀରଜ ହରିୟାଣାର, ଏହି ଠାରେ ହିଁ ସେ ତାଙ୍କ ପିଲାଦିନ ବିତାଇ ଥିଲେ। ସେ ଏହି ଅଞ୍ଚଳରେ ତାଙ୍କ ବିଳାସପୂର୍ଣ୍ଣ ବଙ୍ଗଳାରେ ରୁହନ୍ତି। ଯଦିଓ ଆପଣ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ବଙ୍ଗଳାର ଫଟୋ ଦେଖିଥ‌ିବେ, ହେଲେ ଆପଣ ଏହାର ଦାମ୍‌ ଏବଂ ବୈଶିଷ୍ଟ୍ୟଗୁଡ଼ିକ ବିଷୟରେ ବୋଧହୁଏ ଜାଣି ନଥିବେ। ଆସନ୍ତୁ ଜାଣିବା।

ବଙ୍ଗଳାକୁ କେମିତି ଏଣ୍ଟ୍ରି କରିବେ-

ନୀରଜ ଚୋପ୍ରାଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ହରିୟାଣାର ପାନିପତ ନିକଟବର୍ତ୍ତୀ ଖଣ୍ଡ୍ରା ଗାଁରେ ରହିଛି। ଏହି ତିନି ମହଲା ବଙ୍ଗଳାର ପ୍ରବେଶ ଦ୍ୱାରରେ ଚୋପ୍ରା ଲେଖାଥିବା ଏକ ନାମଫଳକ ଅଛି। ଏହା ପାଖରେ 'ବସୁଧୈବ କୁଟୁମ୍ୱକମ୍' ଲେଖାଥିବା ଏକ ଫଳକ ଅଛି, ଯାହାର ଅର୍ଥ ସମଗ୍ର ବିଶ୍ୱ ଗୋଟିଏ ପରିବାର।

ବଙ୍ଗଳାର କଣ ରହିଛି ବିଶେଷତ୍ଵ ?

ମ୍ୟାଜିକ୍ ବ୍ରିକ୍ସ ଅନୁସାରେ , ଏହି ବଙ୍ଗଳାରେ କେବଳ ନୀରଜ ଚୋପ୍ରାଙ୍କ ଟ୍ରଫି ପାଇଁ ଏକ କୋଠରୀ ଅଛି। ଏହି କୋଠରୀରେ ପଦକ ଏବଂ ଟ୍ରଫି ଆଦି ରଖା ଯାଇଛି, ଯେଉଁଥିରେ ତାଙ୍କର ଟୋକିଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଏବଂ ପ୍ୟାରିସ୍ ଅଲିମ୍ପିକ୍ ରୌପ୍ୟ ପଦକ ମୁଖ୍ୟ ଆକର୍ଷଣ ସାଜିଛି। ଏହାସହ ନୀରଜଙ୍କ ଘରେ ଏକ ବଡ଼ ବଗିଚା ମଧ୍ୟ ଅଛି, ଯାହାକି ଅନେକ ଗଛଲତାରେ ପରିପୂର୍ଣ୍ଣ। ଏହି ବଗିଚାର ଗୋଟିଏ ଭାଗରେ ଚେୟାର, ଟେବୁଲ ଏବଂ ଏକ କଳା ରଙ୍ଗର ଦୋଳି ମଧ୍ୟ ଅଛି। ବଗିଚାରେ ଏହି ବୈଠକ ସ୍ଥାନକୁ ଖୁବ୍ ସୁନ୍ଦର ଭାବରେ ସଜା ଯାଇଛି।

ଏହି ବଙ୍ଗଳାର ଦାମ କେତେ ?

ଏହି ବଙ୍ଗଳାଟିକୁ ଏକ ଫାର୍ମହାଉସ୍ ପରି ତିଆରି କରାଯାଇଛି। ରିପୋର୍ଟ ଅନୁସାରେ , ଏହାର ମୂଲ୍ୟ ୩୦ ରୁ ୪୦ କୋଟି ଟଙ୍କା ମଧ୍ୟରେ ଥିବାର କୁହାଯାଉଛି।

ଆଧୁନିକ ଏବଂ କମ୍‌ ଇଣ୍ଟିରିୟର ସହ ସଜ୍ଜିତ ଲିଭିଂ ରୁମ୍‌ -

ଏହି ବିଳାସପୂର୍ଣ୍ଣ ବଙ୍ଗଳାର ଲିଭିଂ ରୁମ ବା ବାସଗୃହ ଖୁବ୍‌ ମନୋରମ ଭାବେ ସଜ୍ଜା ଯାଇଛି। ରିପୋର୍ଟ ଅନୁସାରେ ଏହି ରୁମରେ ଇଣ୍ଟିରିୟର ଖୁବ୍‌ କମ୍‌ , ହେଲେ ସୁନ୍ଦର। ଏଥିରେ କ୍ରିମ୍ ରଙ୍ଗର ପରଦା ଏବଂ ଲିଭିଂ ସ୍ଥାନରେ ଏକ ମାଟିଆ ରଙ୍ଗର ସୋଫା ସେଟ୍ ରହିଛି। ବଙ୍ଗଳାର ପ୍ରବେଶ ଦ୍ୱାରରେ ତାଙ୍କ କାର କଲେକ୍ସନର ଝଲକ ମଧ୍ୟ ଦେଖି ପାରିବେ।

ଆହୁରି ମଧ୍ୟ ପଢନ୍ତୁ : ସିରିୟଲ 'ବିକ୍ରମ ଔର୍ ବେତାଲ'ର ବେତାଳର ଏମିତି କ୍ୟାରିୟର ହୋଇଗଲା ନଷ୍ଟ , ମେକର୍ସ କହି ଦେଇଥିଲେ ଏହି କଥା ...

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia