Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଶକେକ୍‌ରେ ପୁଟିନ୍‌ଙ୍କୁ ଭେଟିଲେ ମୋଦି, ୟୁକ୍ରେନ୍‌ ଯୁଦ୍ଧ ସହ ଏହି ସବୁ ପ୍ରସଙ୍ଗରେ କଲେ ଆଲୋଚନା

ବିଶକେକ୍‌ରେ ପୁଟିନ୍‌ଙ୍କୁ ଭେଟିଲେ ମୋଦି, ୟୁକ୍ରେନ୍‌ ଯୁଦ୍ଧ ସହ ଏହି ସବୁ ପ୍ରସଙ୍ଗରେ କଲେ ଆଲୋଚନା

ନୂଆଦିଲ୍ଲୀ,୩୧।୮: କିର୍ଗିଜସ୍ତାନର ରାଜଧାନୀ ବିଶକେକଠାରେ ଆୟୋଜିତ ହୋଇଛି ୨୬ତମ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସାକ୍ଷାତକାର ଅନୁଷ୍ଠିତ ହୋଇଛି‌। ଏହି ବୈଠକରେ ଉଭୟ ନେତା ଦୁଇ ଦେଶର ସମ୍ପର୍କକୁ ଅଧିକ ମଜବୁତ କରିବା ସହ ବିଶ୍ୱସ୍ତରୀୟ ଓ ଆଞ୍ଚଳିକ ସମସ୍ୟା ଉପରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ପ୍ରସଙ୍ଗରେ ଭାରତର ସ୍ଥିତିକୁ ଦୋହରାଇଥିଲେ।

'ଅନ୍ତହୀନ ଯୁଦ୍ଧ' ରୁ 'ଯୁଦ୍ଧର ଅନ୍ତ' ପର୍ଯ୍ୟନ୍ତ...

ପ୍ରଧାନମନ୍ତ୍ରୀ ମୋଦି ସୋମବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ, ଆମେ ୟୁକ୍ରେନ ପ୍ରସଙ୍ଗ ଉପରେ ନିରନ୍ତର ଆଲୋଚନା କରିଛୁ। ଯେତେବେଳେ ଆମେ ପୂର୍ବରୁ ସାକ୍ଷାତ କରିଥିଲୁ, ଆପଣ ମୋତେ ଏହି ମାମଲାର ସମସ୍ତ ଦିଗ ବିଷୟରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ଆପଣ ଜାଣନ୍ତି ଯେ, ଭାରତ ଶାନ୍ତି ପାଇଁ ସମସ୍ତ ପ୍ରୟାସକୁ ସମର୍ଥନ କରେ ଏବଂ ଏହା ଜାରି ରଖିବ। 'ଯୁଦ୍ଧରେ ବିତାଇଥିବା ପ୍ରତ୍ୟେକ ଦିନ ମାନବଜାତିକୁ ପଛକୁ ଟାଣିଥାଏ। ସେଭଳି ଶାନ୍ତି ପାଇଁ ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପ ମାନବଜାତିକୁ ନୂତନ ଆଶା ଏବଂ ଉତ୍ସାହରେ ଭରିଦିଏ। ଆମକୁ ଅନ୍ତହୀନ ଯୁଦ୍ଧରୁ ଦୂରେଇ ଯାଇ ଯୁଦ୍ଧର ଅନ୍ତ ଆଡକୁ ଯିବାକୁ ପଡିବ। ସେ କହିଥିଲେ ଯେ ଭାରତ ୟୁକ୍ରେନ ସମସ୍ୟାର ସମାଧାନ ପାଇଁ ସମସ୍ତ ଶାନ୍ତିପୂର୍ଣ୍ଣ ପ୍ରୟାସକୁ ସମର୍ଥନ କରେ ଏବଂ ଏହା ଜାରି ରଖିବ। ଯୁଦ୍ଧର ପ୍ରତ୍ୟେକ ଦିନ ମାନବିକତାକୁ ପଛକୁ ନେଇଯାଏ, ତେଣୁ ଶତ୍ରୁତା ଶେଷ କରିବା ପାଇଁ ଆମକୁ କାର୍ଯ୍ୟ କରିବାକୁ ହେବ । ଏହା ଭାରତର ବାର୍ତ୍ତା। ଗାନ୍ଧୀ ଏବଂ ବୁଦ୍ଧଙ୍କ ଭୂମିରୁ, କେବଳ ଗୋଟିଏ ବାର୍ତ୍ତା ତାହା ହେଲା ଶାନ୍ତିର ପଥ। ମୁଁ ଆଜି ଆପଣଙ୍କ ସହିତ ଏହି ବିଷୟ ଉପରେ ଆଲୋଚନା କରିବାକୁ ଖୁବ୍ ଉତ୍ସୁୂକ।' ଏହା ମାଧ୍ୟମରେ ଭାରତ ପୁଣିଥରେ ଆଲୋଚନା ଓ କୂଟନୈତିକ ପ୍ରୟାସ ମାଧ୍ୟମରେ ୟୁକ୍ରେନ୍‌ ସଙ୍କଟର ସମାଧାନ ଉପରେ ଗୁରୁତ୍ୱ ଦେଇଥିବା ବାର୍ତ୍ତା ଦେଇଛି।

ଅନ୍ୟପକ୍ଷରେ ରୁଷିଆ ରାଷ୍ଟ୍ରପତି ପୁଟିନ୍‌ ଭାରତ ଓ ରୁଷିଆ ମଧ୍ୟରେ ରହିଥିବା ଦୃଢ଼ ସମ୍ପର୍କକୁ ନେଇ ଆଲୋଚନା କରିଥିଲେ।ପୁଟିନ୍‌ କହିଥିଲେ ଯେ ଭାରତ ଓ ରୁଷିଆର ସମ୍ପର୍କ ଲଗାତାର ମଜବୁତ ହେଉଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଆଗ୍ରହ ଓ ଧ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ରଣନୀତିକ ଓ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ମଧ୍ୟ ଆଲୋଚନା କରିଛନ୍ତି। ବୈଠକ ସମୟରେ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ ବିଷୟରେ ମଧ୍ୟ ଆଲୋଚନା ହୋଇଛି।

ପର୍ଯ୍ୟଟନକୁ ନେଇ ମଧ୍ୟ ଆଲୋଚନା

ମୋଦି-ପୁଟିନ୍‌ ବୈଠକରେ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟକଙ୍କ ଯାତାୟାତ ବିଷୟ ମଧ୍ୟ ଉଠିଥିଲା। ଉପଲବ୍ଧ ତଥ୍ୟ ଅନୁସାରେ ୨୦୨୫ରେ ଭାରତ ଓ ରୁଷିଆ ମଧ୍ୟରେ ପର୍ଯ୍ୟଟକଙ୍କ ଯାତାୟାତରେ ପ୍ରାୟ ୧୬% ବୃଦ୍ଧି ରେକର୍ଡ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଲୋକଙ୍କ ଯାତାୟାତ ଓ ପର୍ଯ୍ୟଟନ ସମ୍ପର୍କ ବଢ଼ିବାକୁ ଏହା ଏକ ସକାରାତ୍ମକ ସଙ୍କେତ ଭାବେ ଦେଖାଯାଉଛି।

ଅଗଷ୍ଟ ୩୧ ରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ୧୬ତମ SCO ଶିଖର ସମ୍ମିଳନୀ ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ଏକତ୍ରିତ ହେଉଛନ୍ତି। ଏହି ବାର୍ଷିକ ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଉପସ୍ଥିତ ଅଛନ୍ତି। ପୁଟିନଙ୍କ ବୈଦେଶିକ ନୀତି ପରାମର୍ଶଦାତା ୟୁରି ଉଶାକୋଭ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପୁଟିନଙ୍କ ସାକ୍ଷାତକୁ ସେପ୍ଟେମ୍ବରରେ ରୁଷ ରାଷ୍ଟ୍ରପତିଙ୍କ ନୂଆଦିଲ୍ଲୀ ଗସ୍ତର ଏକ ପ୍ରସ୍ତାବ ବୋଲି କହିଛନ୍ତି।

ଆହୁରି ପଢନ୍ତୁ : ଆମେରିକାକୁ ଭୟ ନାହିଁ ! ଇରାନ ରାଷ୍ଟ୍ରପତିଙ୍କୁ ଭେଟି ପିଏମ୍ ମୋଦି କଲେ ବଡ଼ ଘୋଷଣା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia