Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
BPSC Controversy ; BPSC ଅଧିକାରୀଙ୍କ 'କୁକୁର' ମନ୍ତବ୍ୟକୁ ନେଇ ବିବାଦ ; ଛାତ୍ରଙ୍କ ନୂଆ ପାର୍ଟି 'କୁତ୍ତା ଜନତା ପାର୍ଟି'!

BPSC Controversy ; BPSC ଅଧିକାରୀଙ୍କ 'କୁକୁର' ମନ୍ତବ୍ୟକୁ ନେଇ ବିବାଦ ; ଛାତ୍ରଙ୍କ ନୂଆ ପାର୍ଟି 'କୁତ୍ତା ଜନତା ପାର୍ଟି'!

ବ୍ୟୁରୋ ୨୮/୮ ; ବିହାରରେ ଚାକିରି ଆଶାୟୀଙ୍କ ପ୍ରଦର୍ଶନ ମଧ୍ୟରେ ଏକ ବୟାନ ନୂଆ ବିବାଦ ସୃଷ୍ଟି କରିଛି । ବିହାର ଲୋକସେବା ଆୟୋଗ ଅର୍ଥାତ୍ ବିପିଏସ୍ସିର ଜଣେ ଅଧିକାରୀଙ୍କ ବୟାନ ଉପରେ କ୍ରୋଧିତ ଛାତ୍ରମାନେ ସୋସିଆଲ ମିଡିଆରେ ନିଜର ଏକ ଦଳ ଗଠନ କରିଛନ୍ତି, ଯାହା ନାଁ ରଖିଛନ୍ତି 'କୁତ୍ତା ଜନତା ପାର୍ଟି' ଅର୍ଥାତ୍ କେଜେପି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି ଯୁବକଙ୍କୁ ହାତରେ ବ୍ୟାନର୍ ଧରିଥିବା ଦେଖିବାକୁ ମିଳିଛି । ସେମାନେ 'କୁତ୍ତା ଜନତା ପାର୍ଟି ଜିନ୍ଦାବାଦ୍' ସ୍ଲୋଗାନ୍ ଦେଉଛନ୍ତି । ବ୍ୟାନରରେ ଲେଖାଅଛି 'କୁତ୍ତା ଜନତା ପାର୍ଟି-କେଜେପି : ବିପିଏସ୍ସି କୁକୁରଙ୍କ ସହ ଛାତ୍ରଙ୍କୁ ତୁଳନା କରିଛି, ଏ ଅପମାନ ଆମେ ସହିବୁ ନାହିଁ ।' ବିପିଏସର ପରୀକ୍ଷା ନିୟନ୍ତ୍ରକ ରାଜେଶ କୁମାର ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରୁଥିଲେ । ଏଥିରେ ତାଙ୍କୁ ବିରୋଧ ପ୍ରଦର୍ଶନ କରୁଥିବା ଆଶାୟୀ ଛାତ୍ରଙ୍କ ଦାବିକୁ ନେଇ ପ୍ରଶ୍ନ କରାଗଲା । ଆଶାୟୀ ଶିକ୍ଷକ ଭର୍ତ୍ତି ପରୀକ୍ଷାକୁ ପ୍ରିଲିମ୍ସ ଓ ମେନ୍ସ, ଦୁଇ ଚରଣରେ କରିବା ବ୍ୟବସ୍ଥାକୁ ବିରୋଧ କରୁଛନ୍ତି । କିଛି ଛାତ୍ରଙ୍କ ଅଭିଯୋଗ ଯେ ନୂଆ ବ୍ୟବସ୍ଥାରେ ହିନ୍ଦୀ ମାଧ୍ୟମ ଆଶାୟୀଙ୍କର ଅଧିକ କ୍ଷତି ହେଉଛି । ଏହି ପ୍ରଶ୍ନର ଉତ୍ତରରେ ରାଜେଶ କୁମାର ସିଂହ କହିଲେ, ଆୟୋଗର ନିଷ୍ପତ୍ତି ଉପରେ ଯେଉଁମାନଙ୍କର ଆପତ୍ତି ଅଛି, ସେମାନେ କୋର୍ଟକୁ କାହିଁକି ଯାଉନାହାନ୍ତି । ଏହା ପରେ ସେ ପୁରୁଣା ପ୍ରବାଦ ପ୍ରୟୋଗ କରି କହିଲେ, 'ହାଥୀ ଚଲେ ବାଜାର, କୁତ୍ତା ଭୌଙ୍କେ ହଜାର ।' ଏହିଠାରୁ ବିବାଦ ଆରମ୍ଭ ହେଲା ।

ଆହୁରି ପଢନ୍ତୁ ;- Tigiria Police Station Row ; ମହିଳା ହୋମଗାର୍ଡଙ୍କୁ 'ଫେବର' ମାଗିଲେ କନଷ୍ଟେବଲ୍ ! ଅଭିଯୋଗ କରିବାରୁ ମିଳିଲା ଦଣ୍ଡ ? ଥାନାରୁ ଜେଲ୍ ଡ୍ୟୁଟି !

ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକଙ୍କ ଅଭିଯୋଗ ଯେ ଅଧିକାରୀ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଙ୍କୁ କୁକୁର ସହ ତୁଳନା କରିଛନ୍ତି । ତେବେ ସାମ୍ବାଦିକ ସମ୍ମିଳନୀରେ ରାଜେଶ କୁମାର ସାମ୍ବାଦିକଙ୍କୁ ଏହି ପ୍ରବାଦକୁ ଅଣଦେଖା କରିବାକୁ ମଧ୍ୟ ଅପିଲ କରିଥିଲେ । କିନ୍ତୁ କ୍ରୋଧିତ ଛାତ୍ର ବିରୋଧର ନୂଆ ଉପାୟ ଆପଣେଇଲେ, ଯାହାର ଫଳସ୍ୱରୂପ 'କୁତ୍ତା ଜନତା ପାର୍ଟି' ପୋଷ୍ଟ ଓ ଭିଡିଓ ସାମ୍ନାକୁ ଆସିଲା । ମାମଲା ବଢ଼ିବାରୁ ବିପକ୍ଷ ସରକାର ଓ ବିପିଏସ୍ସି ଅଧିକାରୀଙ୍କୁ ଟାର୍ଗେଟ୍ କରି କ୍ଷମା ମାଗିବାକୁ ଦାବି କରିଛନ୍ତି । ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ଉଠିଛି । 'କୁତ୍ତା ଜନତା ପାର୍ଟି' ମାମଲାକୁ ସୋସିଆଲ ମିଡିଆରେ ଉଭା ହେଉଥିବା ଡିଜିଟାଲ ଓ ମିମ୍ ଆଧାରିତ ପାର୍ଟି ରୂପେ ଦେଖାଯାଉଛି । କୌଣସି ବିଷୟକୁ ବିରୋଧ କରିବା ପାଇଁ ଲୋକେ ଏପରି କରୁଛନ୍ତି । ନିକଟରେ 'କକ୍ରୋଚ ଜନତା ପାର୍ଟି', 'ଇ-୨୦ ଜନତା ପାର୍ଟି', 'ବି ପାର୍ଟି ଅଫ୍ ଇଣ୍ଡିଆ' ଓ 'ଇଶ୍କ କରୋ ପାର୍ଟି' ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia