Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କହିଲେ ମୁଁ ନିର୍ଦ୍ଦୋଷ, ମୋତେ ଫସେଇ ଦିଆଯାଇଛି

ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କହିଲେ ମୁଁ ନିର୍ଦ୍ଦୋଷ, ମୋତେ ଫସେଇ ଦିଆଯାଇଛି

ବ୍ରହ୍ମପୁର, ୧।୯: ପୀତବାସ ପଣ୍ଡା ହତ୍ୟା ମାମଲରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ମଙ୍ଗଳବାର ବ୍ରହ୍ମପୁର ଜେଲରୁ ମୁକୁଲିଛନ୍ତି।ସୋମବାର ହାଇକୋର୍ଟ ବିକ୍ରମ ପଣ୍ଡାକୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ ।

ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିକ୍ରମ ପଣ୍ଡା କହିଛନ୍ତି ଯେ, ମୋ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ରହିଛି।

ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମୋତେ ରାଜନୈତିକ ଆକ୍ରୋଶ ରଖି ଚକ୍ରାନ୍ତପୂର୍ବକ ଫସାଯାଇଥିଲା ଏବଂ ଅନ୍ୟାୟ ଭାବେ ଜେଲ୍ ପଠାଯାଇଥିଲା। ତେବେ ସତ୍ୟର ସଦାବେଳେ ଜୟ ହୁଏ।

ଏହାସହ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି ଯେ, ଗଞ୍ଜାମ ଜନସାଧାରଣଙ୍କ ଭଲପାଇବା ଓ ଆଶୀର୍ବାଦ ସଦାସର୍ବଦା ତାଙ୍କ ସହିତ ରହିଛି। ସେମାନଙ୍କ ସ୍ନେହ ଏବଂ ବିଶ୍ୱାସ ହିଁ ତାଙ୍କର ସବୁଠାରୁ ବଡ଼ ବଳ। ବିକ୍ରମ ପଣ୍ଡା ଜେଲରୁ ବାହାରିବା ସମୟରେ କାରାଗାର ବାହାରେ ତାଙ୍କର ଶହ ଶହ ସମର୍ଥକ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ଜେଲ୍ ଗେଟରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସୂଚନାଯୋଗ୍ୟ, ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ବିକ୍ରମଙ୍କ ସହ ୧୨ଜଣଙ୍କୁ ଗିରଫ କରିଥିଲା ପୁଲିସ ।

ଆହୁରି ପଢନ୍ତୁ : ମହାନଦୀକୁ ଡେଇଁ ଯୁବକ ନିଖୋଜ, ବ୍ରିଜ ଉପରେ ପଡିଛି ବାଇକ୍

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia