ହୋମ
ବ୍ରାଜିଲ ରାଷ୍ଟ୍ରପତି ସେୟାର କଲେ ହନୁମାନଙ୍କ ଫଟୋ, ପିଏମ୍ ମୋଦୀଙ୍କୁ କହିଲେ ଧନ୍ୟବାଦ

Image Courtesy : Zee News
ନୂଆଦିଲ୍ଲୀ,୨୨/ ୦୧: ଭାରତରେ ନିର୍ମିତ ହୋଇଥିବ କୋଭିଡ ଟିକାର ଚାହିଦା ସାରା ବିଶ୍ବରେ ବଢ଼ିବାରେ ଲାଗିଛି। ଏପରିକି ଭାରତର ଟିକା ବ୍ରାଜିଲରେ ପହଁଞ୍ଚି ସାରିଲାଣି। ଆମେରିକା ପରେ କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ବ୍ରାଜିଲର ଜନତାଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି। କରୋନା ଟିକା ଭାରତରରୁ ବ୍ରାଜିଲ ପଠାଯିବା ପରେ ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରେ ଏକ ଟୁଇଟ କରିଛନ୍ତି। ଏହି ଟୁଇଟରେ ହନୁମାନଙ୍କ ଫଟୋ ସେୟାର କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧନ୍ୟବାଦ ଜଣାଇଛନ୍ତି।
Namaskar, Prime Minister @narendramodi
- Jair M. Bolsonaro (@jairbolsonaro) January 22, 2021
Brazil feels honoured to have a great partner to overcome a global obstacle by joining efforts.
Thank you for assisting us with the vaccines exports from India to Brazil.
Dhanyavaad! धनयवाद
ବ୍ରାଜିଲ୍ ରାଷ୍ଟ୍ରପତି ବୋଲସୋନାରେ ଟୁଇଟ କରି କହିଛନ୍ତି ଯେ, ନମସ୍କାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ମହାମାରୀ ସମୟରେ ବ୍ରାଜିଲ ଆପଣଙ୍କ ଭଳି ସାଥୀ ପାଇ ନିଜକୁ ଧନ୍ୟମନେ କରୁଛି। କରୋନା ଟିକା ଭାରତରୁ ବ୍ରାଜିଲ ପହଁଞ୍ଚାଇଥିବାରୁ ଧନ୍ୟବାଦ।
ସୂଚନାଥାଉକି, ଶୁକ୍ରବାର ସକାଳୁ ଭାରତରୁ କୋଭିସିଲ୍ଡର ୨୦-୨୦ ଲକ୍ଷ ଡୋଜ ମୁମ୍ବାଇ ଏୟାର ପୋର୍ଟରୁ ବ୍ରାଜିଲ ଓ ମୋରକ୍କୋ ପଠାଯାଇଥିଲା।