Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Bus Accident: ଧଉଳି ପାହାଡ଼ରେ ଓଲଟିଲା ଟୁରିଷ୍ଟ ବସ୍; ପୁଲିସ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି

Bus Accident: ଧଉଳି ପାହାଡ଼ରେ ଓଲଟିଲା ଟୁରିଷ୍ଟ ବସ୍; ପୁଲିସ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି

ଧଉଳି, ୧୩/୧୦: ଧଉଳି ପାହାଡ଼ରେ ଓଲଟିଲା ଟୁରିଷ୍ଟ ବସ୍ । ଗାଡ଼ି ଭିତରେ ଯାତ୍ରୀ ଫସି ରହିଥିବା ସୂଚନା । ପୁଲିସ ଓ ସ୍ଥାନୀୟ ଲୋକଙ୍କ ଉଦ୍ଧାର କରୁଛନ୍ତି ।

ସୂଚନା ଅନୁଯାୟୀ, ଆଜି ଶାନ୍ତିସ୍ତୁପ ଧଉଳିକୁ କିଛି ପର୍ଯ୍ୟଟକ ବୁଲିବାକୁ ଆସିଥିଲେ । ସେଠାରୁ ଫେରୁଥିବା ବେଳେ ପାହାଡ଼ ଉପରେ ତାଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଭାରସାମ୍ୟ ହରାଇ ଟୁରିଷ୍ଟ ବସ୍ ଓଲଟି ପଡ଼ିଛି । ସେଥିରେ ଥିବା ଯାତ୍ରୀମାନେ ଫସି ରହିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ସୂଚନା ରହିଛି । ତେବେ ଦୁର୍ଘଟଣା କିପରି ଘଟିଲା ତା'ର ତଦନ୍ତ କରୁଛି ଧଉଳି ଥାନା ପୁଲିସ । ଅନ୍ୟପଟେ ଷ୍ଟାର୍ଟ ବନ୍ଦ କରି ନ୍ୟୁଟ୍ରାଲରେ ଗାଡ଼ି ଗଡ଼ୁଥିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia