Sunday, 24 Jan, 11.36 am ପ୍ରମେୟ

ହୋମ
ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡିବନି ଚାର୍ଜ, ବାସ୍ ଏହି ପ୍ରଣାଳୀକୁ ଗ୍ରହଣ କରନ୍ତୁ

Image Courtesy : https://www.forbesindia.com/

ନୂଆଦିଲ୍ଲୀ,୨୪।୧: ସେଭିଂ ଆକାଉଣ୍ଟ ରଖିବାରେ ଅନେକଙ୍କୁ ବହୁ ଅସୁବିଧା ହୋଇଥାଏ। ବ୍ୟାଙ୍କରେ ସେଭିଂ ଖାତାକୁ ଆକ୍ଟିଭ ରଖିବା ପାଇଁ ହାରାହାରି ତ୍ରୈମାସିକ ସନ୍ତୁଳନ ବଜାୟ ରଖିବାକୁ ପଡିବ। ଏହାଛଡା ଆୟକର ରିଟର୍ଣ୍ଣରେ ମଧ୍ୟ ସମସ୍ତଙ୍କର ସୂଚନା ଦେବାକୁ ପଡିଥାଏ। ଏଭଳି ଯଦି ଆପଣ ନିଜର କୌଣସି ବ୍ୟାଙ୍କ ଖାତାର ବ୍ୟବହାର କରନ୍ତି ନାହିଁ ତେବେ ତାକୁ ବନ୍ଦ କରିଦେବା ଖୁବ୍ ଭଲ ବିକଳ୍ପ ହେବ। ତେବେ ବ୍ୟାଙ୍କ ଖାତା ବନ୍ଦ କରିବା ପାଇଁ ଟ୍ୟାକ୍ସ ବି ଆଦାୟ କରନ୍ତି। ସରକାରୀ ଓ ଘରୋଇ ବ୍ୟାଙ୍କରେ ଏହାର ଅଲଗା ଅଲଗା ଟ୍ୟାକ୍ସ ରହିଛି। କିଛି ମାମଲାରେ ଖାତା ବନ୍ଦ କରିବା ନେଇ ଟ୍ୟାକ୍ସ ଦେବାରୁ ମଧ୍ୟ ବଞ୍ଚି ହେବ। କିନ୍ତୁ କାହାକୁ ବି ଖାତାକୁ ବନ୍ଦ କରିବା ପୂର୍ବରୁ କିଛି କଥାର ଧ୍ୟାନ ନିହାତି ରଖନ୍ତୁ।

ସେଭଳି ସେଭିଂ ଆକାଉଣ୍ଟ ବନ୍ଦ କରିବା ପୂର୍ବରୁ ଆପଣଙ୍କୁ ଏହା ଦେଖିବା ଜରୁରୀ ଅଟେ ଯେ, ଏହି ଖାତାରୁ କୌଣସି ନିବେଶ କିମ୍ବା ଟ୍ରେଡିଂ ଆକାଉଣ୍ଟ ତ ଲିଙ୍କ ନାହିଁ। ସାଧାରଣ ଭାବରେ ବ୍ୟାଙ୍କ ଆକାଉଣ୍ଟରୁ ନିବେଶ ଇଏମଆଇ, କ୍ରେଡିଟ୍ କାର୍ଡ ଦେୟ ଏବଂ ବୀମା ସହିତ ଜଡିତ ଏକ ଦେୟ ଲିଙ୍କ ରହିଥାଏ। ଯଦି ଆପଣଙ୍କୁ ଏହି ବ୍ୟାଙ୍କ ଖାତାରୁ ଏଭଳି କୌଣସି ଦ୍ବିତୀୟ ଆକାଉଣ୍ଟକୁ ଏଭଳି ପେମେଣ୍ଟ ସହିତ କରିଦିଅନ୍ତୁ। ଖାତା ବନ୍ଦ କରିବା ସମୟରେ ଆପଣଙ୍କୁ ଡି-ଲିଙ୍କିଙ୍ଗ ଆକାଉଣ୍ଟ ଫର୍ମ ଭରିବାକୁ ହେବ।

ବ୍ୟାଙ୍କ ଶାଖାରେ ଆକାଉଣ୍ଟ କ୍ଲୋଜର ଫର୍ମ ଉପଲବ୍ଧ ରହିଥାଏ। ଆପଣଙ୍କୁ ଏହି ଫର୍ମରେ ଆକାଉଣ୍ଟ ବନ୍ଦ କରିବାର କାରଣ କହିବାକୁ ହେବ। ଯଦି ଆପଣଙ୍କ ଆକାଉଣ୍ଟ ଜଏଣ୍ଟ ଆକାଉଣ୍ଟ ତେବେ ଫର୍ମ ଉପରେ ସମସ୍ତ ଖାତାଧାରକଙ୍କ ହସ୍ତାକ୍ଷର ଜରୁରୀ ଥାଏ। ଆପଣଙ୍କୁ ଏକ ଦ୍ବିତୀୟ ଫର୍ମରୁ ମଧ୍ୟ ଭରିବାକୁ ହେବ। ଏଥିରେ ଆପଣଙ୍କୁ ସେହି ଆକାଉଣ୍ଟ ବିଷୟରେ ସୂଚନା ଦେବାକୁ ହେବ, ଯେଉଁଥିରେ ଆପଣ ବନ୍ଦ ହେଉଥିବା ଆକାଉଣ୍ଟରେ ଥିବା ଟଙ୍କା ଟ୍ରାନ୍ସଫର କରିବାକୁ ଚାହାନ୍ତି। ଆକାଉଣ୍ଟ ବନ୍ଦ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କର ଶାଖାରେ ନିଜକୁ ଯିବାକୁ ପଡିବ।

ବ୍ୟାଙ୍କର ଶାଖାରେ ଆକାଉଣ୍ଟ କ୍ଲୋଜର ଫର୍ମ ଉପଲବ୍ଧ ରହିଥାଏ। ଆପଣଙ୍କୁ ଏହି ଫର୍ମରେ ଆକାଉଣ୍ଟ ବନ୍ଦ କରିବାର କାରଣ କହିବାକୁ ହେବ। ଆପଣଙ୍କୁ ଏହି ଫର୍ମରେ ଆକାଉଣ୍ଟ ବନ୍ଦ କରିବାର କାରଣ କହିବାକୁ ହେବ। ଯଦି ଆପଣଙ୍କ ଆକାଉଣ୍ଟ ଜଏଣ୍ଟ ଆକାଉଣ୍ଟ ତେବେ ଫର୍ମରେ ସମସ୍ତ ଖାତାଧାରକଙ୍କ ହସ୍ତାକ୍ଷର ଜରୁରୀ ରହିଛି। ଆପଣଙ୍କୁ ଏକ ଦ୍ବିତୀୟ ଫର୍ମ ବି ଭରିବାକୁ ହେବ। ଏଥିରେ ଆପଣଙ୍କୁ ସେହି ଆକାଉଣ୍ଟର ସୂଚନା ଦେବାକୁ ହେବ। ଯେଉଁଥିରେ ଆପଣଙ୍କୁ ସେହି ଆକାଉଣ୍ଟର ସୂଚନା ଦେବାକୁ ହେବ, ଯେଉଁଥିରେ ଆପଣ ବନ୍ଦ ହେବାକୁ ଥିବା ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର କରିବାକୁ ଚାହାନ୍ତି। ଆକାଉଣ୍ଟ ବନ୍ଦ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କର ଶାଖା ସହିତ ନିଜ

ବ୍ୟାଙ୍କ ଆପଣଙ୍କୁ ବ୍ୟବହାର କରାଯାଇନଥିବା ଚେକବୁକ୍ ଓ ଡେବିଟ୍ କାର୍ଡ ବ୍ୟାଙ୍କ କ୍ଲୋଜର ଫର୍ମ ସହିତ ଜମା କରିବା ପାଇଁ କହିବ। ଆକାଉଣ୍ଟରେ ଟଙ୍କା ପଡିଛି ଯଦି କେବେ ଏହାର ଦେୟ ନଗଦ ( କେବଳ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ)ରେ ହୋଇପାରିବ। ଆପଣଙ୍କୁ ଏହି ଟଙ୍କାକୁ ନିଜର ଦ୍ବିତୀୟ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର କରିବାର ବିକଳ୍ପ ରହିଛି। ଏହି କଥାକୁ ମଧ୍ୟ ଧ୍ୟାନ ରନ୍ତୁ, କିନ୍ତୁ ଆପଣଙ୍କ ଖାତାରେ ଅଧିକ ଟଙ୍କା ରହିଛି ତେବେ କ୍ଳୋଜର ପ୍ରୋସେଜ୍ ଆରମ୍ଭ କରିବା ପୂର୍ବରୁ ତାକୁ ଅନ୍ୟ ଆକାଉଣ୍ଟରେ ଟ୍ରାନ୍ସଫର କରିଦିଅନ୍ତୁ। ଆକାଉଣ୍ଟର ଅନ୍ତିମ ଷ୍ଟେଟମେଣ୍ଟ ଆପଣ ପାଖରେ ରଖନ୍ତୁ, ଯେଉଁଥିରେ ଆକାଉଣ୍ଟ କ୍ଲୋଜର ସମ୍ପର୍କରେ ଉଲ୍ଲେଖ ରହିଛି।

ଆକାଉଣ୍ଟ ବନ୍ଦ ଉପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୌଣସି ଗାଇଡଲାଇନ୍ ବ୍ୟାଙ୍କକୁ ଦିଆଯାଇନି। ଏଭଳି ଅଲଗା ଅଲଗା ବ୍ୟାଙ୍କ ଏହାର ଅଲଗା ଟ୍ୟାକ୍ସ ଆଦାୟ କରିଥାନ୍ତି। ସାଧାରଣତଃ ଖାତା ଖୋଲିବାର ୧୪ ଦିନ ମଧ୍ୟରେ ଖାତା ବନ୍ଦ କରିବା ପାଇଁ କୌଣସି ଚାର୍ଜ ଦେବାକୁ ପଡିନଥାଏ। ସେଭଳି ଏକ ବର୍ଷ ପରେ ମଧ୍ୟ ଖାତା ବନ୍ଦ କରିବା ପାଇଁ କୌଣସି ଟ୍ୟାକ୍ସ ଲାଗେନି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top