ଉଦଳା ୦୫/୦୮: ଉଦଳା ମେଡିକାଲ ପ୍ରସୂତି ବିଭାଗରେ ଅଘଟଣ । ଡାକ୍ତରଖାନାରେ ଖସିଲା ଛାତ ସିଲିଂ, ଅଳ୍ପକେ ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି ।

ସୂଚନା ଅନୁଯାୟୀ, ପ୍ରସୂତି ବିଭାଗରେ ସଞ୍ଜୁଲତା ପାତ୍ର ନିଜର ନବଜାତକ ଶିଶୁକୁ ଧରି ବେଡ଼ରେ ବସିଥିବା ବେଳେ କିଛି ଅଂଶ ହଠାତ ଗଳି ପଡିଥିଲା। ହେଲେ ସୌଭାଗ୍ୟ ବଶତଃ ନବଜାତକ ଉପରେ ନପଡି ମହିଳାଙ୍କ ପିଠି ଉପରେ ଖସି ପଡିଥିଲା।
ବଡ଼ ଅଘଟଣରୁ ନବଜାତକ ଏବଂ ପ୍ରସୂତି ବର୍ତ୍ତିଯାଇଛନ୍ତି। ଛାତରୁ ପାଣି ଲିକ୍ କରି ସିଲିଂ ଖସି ପଡ଼ିଥିବା କୁହାଯାଉଛି।

