Dailyhunt
ଚଳନ୍ତା ବିମାନର ଏମର୍ଜେନ୍ସି ଗେଟ୍ ଖୋଲି ଦେଲେ ଯାତ୍ରୀ, ପାଇଲଟଙ୍କ ଯୋଗୁଁ ଅଳ୍ପକେ ରକ୍ଷା ପାଇଲେ ୨୩୭ ପାସେଞ୍ଜର

ଚଳନ୍ତା ବିମାନର ଏମର୍ଜେନ୍ସି ଗେଟ୍ ଖୋଲି ଦେଲେ ଯାତ୍ରୀ, ପାଇଲଟଙ୍କ ଯୋଗୁଁ ଅଳ୍ପକେ ରକ୍ଷା ପାଇଲେ ୨୩୭ ପାସେଞ୍ଜର

ଚେନ୍ନାଇ,୩।୫: ଶାରଜାହାରୁ ଚେନ୍ନାଇ ଆସୁଥିବା ଏୟାର ଆରବିୟାର ଏକ ବିମାନରେ ରବିବାର ଖେଳିଯାଇଥିଲା ଆତଙ୍କ, ଯେତେବେଳେ ଜଣେ ଯାତ୍ରୀ ଚଳନ୍ତା ବିମାନର ଏମର୍ଜେନ୍ସି ଏକଜିଟ୍ ଗେଟ୍ ଖୋଲି ଦେଇଥିଲେ। ଏହି ସମୟରେ ବିମାନ ଭିତରେ ୨୩୧ ଜଣ ଯାତ୍ରୀ ଥିଲେ। ଘଟଣାଟି ରବିବାର ସକାଳେ ଘଟିଥିଲା। ଯେତେବେଳେ ଏହା ଅବତରଣ କରି ଟ୍ୟାକ୍ସିୱେରେ ଚାଲୁଥିଲା, ସେତେବେଳେ ରନଓ୍ବେ ଓ ଟର୍ମିନାଲକୁ ଯୋଡୁଥିବା ରାସ୍ତାରେ ବିମାନରେ ଥିବା ୩୪ ବର୍ଷୀୟ ଜଣେ ଯୁବକ ଏମର୍ଜେନ୍ସି ଗେଟ୍ ଖୋଲି ଦେଇଥିଲେ।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ଘଟଣା ସମ୍ପର୍କରେ ଖବର ମିଳିବା ମାତ୍ରେ ପାଇଲଟ୍ ତୁରନ୍ତ ବିମାନକୁ ରୋକି ଦେଇଥିଲେ ଓ ଅଧିକାରୀଙ୍କୁ ଏହାର ସୂଚନା ଦେଇଥିଲେ। ସୂଚନା ମିଳିବା ମାତ୍ରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ସିଆଇଏଫର) ଯବାନ, ବମ୍ ଡିସ୍ପୋଜାଲ୍ ଏକ୍ସପର୍ଟ ଓ ସଶସ୍ତ୍ର ଅଧିକାରୀଙ୍କ ସହ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଯାଇଥିଲେ।

ପାଇଲଟ୍ ଏହି ଘଟଣାକୁ ନେଇ ଅଧିକାରୀଙ୍କ ପାଖରେ ଔପଚାରିକ ଅଭିଯୋଗ ଦାଖଲ କରିଛନ୍ତି। ଏହାପରେ ସୁରକ୍ଷାକର୍ମୀ ବିମାନ ଭିତରେ ଚଢିଥିଲେ। ଯାତ୍ରୀଙ୍କୁ ଗିରଫ କରି କଷ୍ଟଡିରେ ନିଆଯାଇଛି। ଅଧିକାରୀମାନେ ଯାତ୍ରୀଙ୍କୁ ପଚରା ଉଚରା କରିଛନ୍ତି ଓ ତାଙ୍କର ମାନସିକ ସ୍ଥିତିର ମଧ୍ୟ ଯାଞ୍ଚ ଚାଲିଛି। ଉଲ୍ଲେଖନୀୟ ଯେ, ବିମାନରେ ଏମର୍ଜେନ୍ସି ଏଗଜିଟ୍ ଏଭଳି ସ୍ବତନ୍ତ୍ର କବାଟ ହୋଇଥାଏ, ଯାହାର ଉପଯୋଗ କେବଳ ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀଙ୍କୁ ସୁରକ୍ଷିତ ଓ ଦ୍ରୁତ ଗତିରେ ବାହାରି କରିବା ପାଇଁ କରାଯାଇଥାଏ। ଏହା ବିନା କାରଣରେ ବ୍ୟବହାର କରିବା ଅନୁଚିତ ଏବଂ ଏହାଦ୍ବାରା ଗମ୍ଭୀର ସମସ୍ୟା ଓ ବିପଦ ସୃଷ୍ଟି ହୋଇପାରେ।
ଆହୁରି ପଢନ୍ତୁ : ଯୁଦ୍ଧ ପାଇଁ ବିଶ୍ୱ ତୈଳ ଯୋଗାଣ ପ୍ରଭାବିତ: ବଢ଼ିବ ପେଟ୍ରୋଲ, ଡିଜେଲ ଦର, ସପ୍ତାହେ ମଧ୍ୟରେ ବଡ ନିଷ୍ପତ୍ତି ନେବେ ସରକାର

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia