Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଚନ୍ଦ୍ରଶେଖରପୁର 'ଥାର୍' ଦୁର୍ଘଟଣାରେ ନୂଆ ଟ୍ୱିଷ୍ଟ, ତ୍ରିକୋଣୀୟ ପ୍ରେମରୁ ଥାର୍ ଚଢାଇ ହତ୍ୟା ଅଭିଯୋଗ, ୫ ଅଟକ

ଚନ୍ଦ୍ରଶେଖରପୁର 'ଥାର୍' ଦୁର୍ଘଟଣାରେ ନୂଆ ଟ୍ୱିଷ୍ଟ, ତ୍ରିକୋଣୀୟ ପ୍ରେମରୁ ଥାର୍ ଚଢାଇ ହତ୍ୟା ଅଭିଯୋଗ, ୫ ଅଟକ

ଭୁବନେଶ୍ଵର, ୩୦/୦୫ : ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥାର୍ ଚଢାଇ ଯୁବକଙ୍କୁ ହତ୍ୟା। ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରୁଥିଲେ ଅଭିଯୁକ୍ତ। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ୫ ଜଣଙ୍କୁ ଅଟକ ରଖି ତନାଘନା କରୁଛି ପୁଲିସ। ତ୍ରିକୋଣୀୟ ପ୍ରେମରୁ ଥାର୍ ଚଢାଇ ହତ୍ୟା କରାଯାଇଥିବା ଡିସିପି ପ୍ରତିକ୍ରିୟା ଦେଇଛନ୍ତି।

ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ନୀଳାଦ୍ରି ବିହାର ଅଞ୍ଚଳରେ ଏଟିଏମ୍ ଛକ ନିକଟରେ ୩ ଜଣ ଯୁବକ ବାଇକ୍ ରେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଥାର୍ ଗାଡ଼ି ପଛପଟୁ ଧକ୍କା ଦେଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ। ମୃତ ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳରେ। ଏନେଇ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି। ପୁଲିସ ଏହି ମାମଲାରେ ଥାର ଗାଡିକୁ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତ୍ରିକୋଣୀୟ ପ୍ରେମରୁ ଥାର୍ ଗାଡ଼ି ସାହାଯ୍ୟରେ ବାଇକ୍ ଆରୋହୀଙ୍କୁ ଚଢ଼ାଇ ହତ୍ୟା କରାଯାଇଥିବା ଡିସିପି ପ୍ରତିକ୍ରିୟା ରଖିଛନ୍ତି।..

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia