ଆନନ୍ଦପୁର,୩୦/୦୪: ଆନନ୍ଦପୁର ବଡ ବଜାର ମାଛ ମାର୍କେଟ୍ ଅଘଟଣ। ଦୁଇ ଯୁବକ ମଧ୍ୟରେ ବଚଷାରୁ ଠେଲାପେଲା। ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ସେଥିରେ ଯୁବକ ଜଣଙ୍କ ଭାରସାମ୍ୟ ହରାଇ ମାଛକଟା ପନିକି ଉପରେ ପଡି ଯାଇଥିଲେ । ମାଛ କଟା ପନିକି ଛାତିରେ ଗଳି ଯିବାରୁ ଯୁବକ ଗୁରୁତର ହୋଇ ପ୍ରଥମେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।
କାଳନ୍ଦୀ ବେହେରା ନାମକ ଜଣେ ଯୁବକ ମାଛ ଦୋକାନରେ ରହି ମାଛ କାଟିଥାନ୍ତି । କୌଣସି କାରଣକୁ ନେଇ କାଳନ୍ଦୀଙ୍କର ଅନ୍ୟ ଜଣେ ମାଛ ବ୍ୟବସାୟୀଙ୍କ ସହିତ ପାଟିତୁଣ୍ଡ ହୋଇଥିଲା । ମାଛ ବ୍ୟବସାୟୀ ଉତ୍କ୍ଷିପ୍ତ ହୋଇ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଫଳରେ କାଳନ୍ଦୀ ମାଛକଟା ପନିକି ଉପରେ ପଡି ଯାଇଥିଲେ । ପନିକିଟି ତାଙ୍କ ଛାତିରେ ଗଳି ଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ଘଟଣା ପରେ ଆନନ୍ଦପୁର ପୁଲିସ ପହଁଞ୍ଚି ପନିକି ଜବତ କରିବା ସହ ତଦନ୍ତ କରୁଥିବା ଜଣାପଡିଛି।

