Dailyhunt
ଚୀନ୍-ତୁର୍କୀ ଭଳି ଦେଶକୁ ଭାଇ କହିଲା ପାକିସ୍ତାନ, ଅସ୍ତ୍ରବିରତି ପାଇଁ ନିଜକୁ ଦେଲା କ୍ରେଡିଟ୍

ଚୀନ୍-ତୁର୍କୀ ଭଳି ଦେଶକୁ ଭାଇ କହିଲା ପାକିସ୍ତାନ, ଅସ୍ତ୍ରବିରତି ପାଇଁ ନିଜକୁ ଦେଲା କ୍ରେଡିଟ୍

ନୂଆଦିଲ୍ଲୀ,୮।୪: ଆମେରିକା ଓ ଇରାନ ଭିତରେ ଚାଲିଥିବା ଯୁଦ୍ଧ ଏବେ ଥମି ଯାଇଛି। ଦୁଇ ସପ୍ତାହର ଅସ୍ତ୍ରବିରତି ପାଇଁ ଉଭୟ ସହମତି ପ୍ରକାଶ କରିଛନ୍ତି। ଅସ୍ତ୍ରବିରତିରେ ପାକିସ୍ତାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି, ଯାହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଖୁସିରେ ହୋଇପଡିଛନ୍ତି ଗଦଗଦ୍। ସେ ବୁଧବାର ଅନ୍ୟ କିଛି ଦେଶକୁ ମଧ୍ୟ ଏଥିପାଇଁ କ୍ରେଡିଟ୍ ଦେଇଛନ୍ତି।

ସେ କହିଛନ୍ତି, ତୁର୍କୀ, ଚୀନ୍, ଇଜିପ୍ଟ, ସାଉଦି ଆରବ ଓ କତର ଭଳି ଭାଇ ଦେଶଙ୍କ ପ୍ରତି ଗଭୀର କୃତଜ୍ଞତା ବ୍ୟକ୍ତ କରିବାକୁ ଚାହୁଁଛି। ଏହି ଦେଶ ସଂଘର୍ଷକୁ ଏକ ବ୍ୟାପକ ଓ ନିର୍ଣ୍ଣାୟକ ଅନ୍ତ ପର୍ଯ୍ୟନ୍ତ ପହଁଞ୍ଚାଇବା ପାଇଁ ଶାନ୍ତିପୂର୍ଣ୍ଣ କୁଟନୈତିକ ଚେଷ୍ଟାକୁ ଏକ ସୁଯୋଗ ଦେବା ଓ ଅସ୍ତ୍ରବିରତି ପର୍ଯ୍ୟନ୍ତ ପହଁଞ୍ଚିବାରେ ଅମୂଲ୍ୟ ଓ ପୂର୍ଣ୍ଣ ସମର୍ଥନ ଦେଇଛି। '

ସେ ଆଗକୁ କହିଛନ୍ତି, ମୁଁ ଉପସାଗରୀୟ ସହଯୋଗ ପରିଷଦର ଆମର ଭାଇ ଭଳି ଦେଶକୁ ମଧ୍ୟ ପ୍ରଶଂସା କରୁଛି ଓ ଧନ୍ୟବାଦନ ଦେବାକୁ ଚାହିଁବି ସେମାନେ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପ୍ରତି ନିରନ୍ତର ସମର୍ଥନ ଓ ପ୍ରତିଶୃତବଦ୍ଧତା ଆମ ଚେଷ୍ଟା ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ପାଲଟିଛି। ଆମର ସବୁ ଭାଇ ଭଳି ଦେଶ ଓ ଆମେରିକାର ନେତୃତ୍ବ ଶାନ୍ତିକୁ ଏକ ସୁଯୋଗ ଦେବାରେ ଅସାଧରଣ ରଣନୈତିକ ଦୂରଦର୍ଶିତା, ବୁଝାମଣା ଓ ଧର୍ଯ୍ୟ ପ୍ରଦର୍ଶନ କରିଛନ୍ତି।' ଏହା ସହ ଶରିଫ୍ ଆହୁରି କହିଛନ୍ତି, ସାରା ଦୁନିଆରେ ମୁଁ ସେହି ସବୁ ଭାଗିଦାରୀ ଓ ମିତ୍ରଙ୍କୁ ଧନ୍ୟବାଦ ଜଣାଇବି, ଯିଏକି ଆଗକୁ ବଢି ବିଶ୍ବ ଶାନ୍ତି ପାଇଁ ପାକିସ୍ତାନର ସଚ୍ଚା ଚେଷ୍ଟାକୁ ପ୍ରଶଂସା ଓ ସ୍ବୀକାର କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia