Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Coconut water formation : ପଇଡ଼ ଭିତରକୁ ଏତେ ସ୍ଵଚ୍ଛ ଏବଂ ମଧୁର ଜଳ ଆସେ କେଉଁଠୁ ? ଜାଣନ୍ତୁ ବୈଜ୍ଞାନିକ କାରଣ...

Coconut water formation : ପଇଡ଼ ଭିତରକୁ ଏତେ ସ୍ଵଚ୍ଛ ଏବଂ ମଧୁର ଜଳ ଆସେ କେଉଁଠୁ ? ଜାଣନ୍ତୁ ବୈଜ୍ଞାନିକ କାରଣ...

ଭୁବନେଶ୍ୱର, ୩୦/୦୫ : ଖରାଦିନେ ପଇଡ଼ ପାଣିର ଭାରି ଆଦର। ଏହା ପିଇବାକୁ ଭାରି ମଧୁର ଏବଂ ସ୍ଵାସ୍ଥ୍ୟକର। ଖରା ବେଳେ ପଇଡ଼ ପାଣି ମୁନ୍ଦେ ପିଇଦେଲେ ତୁରନ୍ତ ସତେଜ ଲାଗେ। ତେବେ ଆପଣ କେବେ ଭାବିଛନ୍ତି କି ? ମୋଟା ଏବଂ କଠିନ ଆବରଣ ଭିତରେ ଏତେ ସ୍ଵଚ୍ଛ ଏବଂ ମିଠା ପାଣି କେଉଁଠୁ ଆସେ ? ହଁ ଆଜ୍ଞା ଏହାହିଁ ହେଉଛି ପ୍ରକୃତିର ଯାଦୁ।

ପ୍ରକୃତି ଦ୍ୱାରା ସୁନ୍ଦର ଭାବରେ ଡିଜାଇନ୍ କରାଯାଇଥିବା ଏକ ଜଟିଳ ବୈଜ୍ଞାନିକ ପ୍ରକ୍ରିୟା।

ନଡ଼ିଆ ଗଛ ବହୁତ ଉଚ୍ଚ ଏବଂ ଏହାର ଫଳ ଉପର ଭାଗରେ ଫଳିଥାଏ। ଏତେ ଉଚ୍ଚତା ପର୍ଯ୍ୟନ୍ତ ପାଣି ପହଞ୍ଚାଇବା ପାଇଁ, ଗଛର ଚେର ମାଟିର ଗଭୀରତାକୁ ଯାଇ ଜଳ ଏବଂ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଶୋଷଣ କରେ। ଏହି ଜଳ ଗଛର ଗଣ୍ଡିରେ ଥିବା ଜାଇଲେମ୍ ନାମକ ସ୍ୱତନ୍ତ୍ର ଟିସୁ ଦ୍ୱାରା ଉପରକୁ ପଠାଏ। ଅସମୋସିସ୍ ପ୍ରକ୍ରିୟା ମାଧ୍ୟମରେ, ଏହି ପାଣି, ଗୁରୁତ୍ୱାକର୍ଷଣର ବୀପରିତ ଯାଇ ଗଛରେ ଫଳିଥିବା ପଇଡ଼ ପର୍ଯ୍ୟନ୍ତ ପହଞ୍ଚେ। ଧୀରେ ଧୀରେ ତା' ଭିତରେ ଜମା ହୁଏ।

ବଜ୍ଞାନ ଭାଷାରେ ପଇଡ଼ରେ ଭିତରେ ସଂରକ୍ଷିତ ଏହି ସ୍ୱଚ୍ଛ ତରଳକୁ ଏଣ୍ଡୋସ୍ପର୍ମ କୁହାଯାଏ। ଏହା ଏକ ପୁଷ୍ଟିକର ଦ୍ରବ୍ଯ। ଯାହାକି ଉତ୍ତମ ନଡ଼ିଆ ପାଇଁ ନିରନ୍ତର ପୋଷଣ ଯୋଗାଏ। ଯେତେବେଳେ ପଇଡ଼ ସବୁଜ ଥାଏ, ଏହା ଭିତରେ ଅଧିକ ଏଣ୍ଡୋସ୍ପର୍ମ ଅର୍ଥାତ୍ ଜଳରେ ପରିପୂର୍ଣ୍ଣ ଥାଏ। ଏହି ଜଳ ଗଛର ସମଗ୍ର ସଂଚାଳନ ପ୍ରଣାଳୀ ମାଧ୍ୟମରେ ଫିଲ୍ଟର ହୋଇଥାଏ। ତେଣୁ ଏହା ସମ୍ପୂର୍ଣ୍ଣ ବିଶୁଦ୍ଧ ଏବଂ ଜୀବାଣୁମୁକ୍ତ।

ଆହୁରି ପଢନ୍ତୁ- କମ୍ପାନୀର ୩୦ ଦିନରେ ଉଡ଼ିଗଲା ୩୦ ଲକ୍ଷ କୋଟି ଟଙ୍କା , ହୋଇଗଲା ଏହି ବଡ଼ ଭୁଲ୍

ସମୟ ବିତିବା ସହ ପଇଡ଼ ପାକଳ ହୁଏ। ଏହା ଭିତରେ ଆଉ ଏକ ରାସାୟନିକ ପରିବର୍ତ୍ତନ ହୁଏ। ଏହି ତରଳ ଏଣ୍ଡୋସ୍ପର୍ମ ଧୀରେ ଧୀରେ ନାଳି ହୁଏ। ଏହାପରେ ଗାଢା ଏବଂ ଶକ୍ତ ହୋଇ ନଡ଼ିଆରେ ପରିଣତ ହୁଏ। ଶେଷକୁ ଆଉ କିଛି ଅବଶିଷ୍ଟ ଏଣ୍ଡସ୍ପର୍ମ ଲିକ୍ଵିଡ୍ ଫର୍ମରେ ରହିଯାଏ। ତେବେ ଆପଣ ଭାବୁଥିବେ ଯେ ପଇଡ଼ ପାଣି ମିଠା କାହିଁକି ଲାଗେ ? ଏହାର ଉତ୍ତର ହେଲା, ଗଛ ତା'ର ଚେର ଦେଇ ମାଟିରୁ ପାଣି ଏବଂ ଖଣିଜ ପଦାର୍ଥ ଶୋଷଣ କରିଥାଏ। ଏହି ଜଳକୁ ଗଛର ପତ୍ର ଦ୍ୱାରା ତିଆରି କରାଯାଇଥିବା ଏନଜାଇମ ଏବଂ ସର୍କରା ସହିତ ମିଶ୍ରଣ କରେ। ପ୍ରକୃତି ଦ୍ଵାରା ଏହି ଅତ୍ୟାଧୁନିକ ଫିଲ୍ଟର ସିଷ୍ଟମ ପାଇଁ ଏଥିରେ ବାହ୍ୟ ଧୂଳି କିମ୍ବା ମଇଳା ପ୍ରବେଶ କରିପାରେ ନାହିଁ। ଏହି ଜଳ ପୁରାପୁରି ସ୍ଵଚ୍ଛ, ସତେଜ ଏବଂ ମିଠା ହୋଇଥାଏ।

ନଡ଼ିଆ ପାଣି କେବଳ ତୃଷ୍ଣା ମେଣ୍ଟାଇବା ପାଇଁ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ଏକ ଶକ୍ତି ପ୍ରଦାୟକ ପ୍ରାକୃତିକ ପାନୀୟ। ଏହା ପୋଟାସିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଏବଂ ସୋଡିୟମ୍ ପରି ଅତ୍ୟାବଶ୍ୟକ ଇଲେକ୍ଟ୍ରୋଲାଇଟ୍ସରେ ଭରପୂର।

କମିଛି ତାତି, ଗୁଳୁଗୁଳି ଜାରି ରହିପାରେ ,କାଳବୈଶାଖୀ ପ୍ରଭାବରେ ବର୍ଷାର ଆଲର୍ଟ !

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia