Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Crime News : ନିଶା ବଳୟରେ ସମ୍ଵଲପୁର, ଶାଶୁ-ବୋହୂ ମିଶି ସ୍କୁଟିରେ କରୁଥିଲେ ଧଳାଜହର ବେପାର, ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ସ୍ଵାମୀ-ଶ୍ଵଶୁର

Crime News : ନିଶା ବଳୟରେ ସମ୍ଵଲପୁର, ଶାଶୁ-ବୋହୂ ମିଶି ସ୍କୁଟିରେ କରୁଥିଲେ ଧଳାଜହର ବେପାର, ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ସ୍ଵାମୀ-ଶ୍ଵଶୁର

ମ୍ବଲପୁର, ୫/୮ : ନିଶା ବଳୟରେ ସହର । ମହିଳାଙ୍କ ହାତରେ ଧଳାଜହର । ସ୍କୁଟିରେ ବ୍ରାଉନ୍‌ସୁଗର ଧରି ସହରରେ ଅନାୟସରେ ବୁଲୁଥିଲେ, ବିଭିନ୍ନ ଅସାମାଜିକ ଗ୍ରାହକଙ୍କ ଠାରେ ଅତି ସହଜରେ ପହଞ୍ଚାଉଥିଲେ। ଗତ ପ୍ରାୟ ୪ମାସ ଧରି ଚାଲିଥିଲା ବିଷ ବଳୟର ଏହି ଜାଲ । ମାତ୍ର କୌଣସି ସୂତ୍ରରୁ ସୂଚନା ମିଳିବା ପରେ ଟାଉନ୍‌ ଥାନା ପୁଲିସ୍‌ ହାବୁଡରେ ପଡିଛନ୍ତି ଶାଶୂ ବୋହୁ ଯୋଡ଼ି।

ଗିରଫ ମହିଳା ୨ ଜଣ ହେଲ ରେଙ୍ଗାଲି ଥାନା ଅଧୀନ ଗଣେଶ ନଗର ଅନ୍ତର୍ଗତ ସିଂହବାହାଲ ଅଞ୍ଚଳର ଇପସିଭା ଶ୍ରେଷ୍ଠ ବାହାଦୂର (୧୯) ଓ ପଲ ଓରାମ (୪୫) । ସେମାନଙ୍କ ଠାରୁ ୧୩ ଗ୍ରାମ୍‌ ବ୍ରାଉନସୁଗର, ନଗଦ ଟଙ୍କା ଜବତ ହୋଇଛି । ତେବେ ଏମାନଙ୍କ ଗିରଫଦାରୀ ପରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି ।

ଗିରଫ ଦୁଇ ମହିଳା ସମ୍ପର୍କରେ ଶାଶୂ-ବୋହୁ । ପୂର୍ବରୁ ଦୁଇ ମହିଳା ଅଭିଯୁକ୍ତଙ୍କ ସ୍ୱାମୀମାନେ ତଥା ବାପ-ପୁଅ ମଧ୍ୟ ବ୍ରାଉନ୍‌ସୁଗର ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଛନ୍ତି । ପୁଲିସ୍‌ ସୂଚନା ଅନୁସାରେ, ପୂର୍ବରୁ ରେଙ୍ଗାଲି ଥାନାଧୀନ ଏହି ପରିବାରର ପୁରୁଷ ସଦସ୍ୟମାନେ ନିଶା କାରବାରରେ ସମ୍ପୃକ୍ତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ସ୍ୱାମୀ ଓ ଶଶୂରଙ୍କ ପରେ ଏହି ଦୁଇ ମହିଳା ଶାଶୂ ଓ ବୋହୁ ମଧ୍ୟ ବ୍ରାଉନ୍‌ସୁଗର କାରବାରରେ ଲିପ୍ତ ଥିବା ନେଇ ପୁଲିସ୍‌ ନିକଟରେ ସୂଚନା ଥିଲା । ମାତ୍ର ଏମାନଙ୍କୁ ରେଡ୍‌ହ୍ୟାଣ୍ଡରେ ଧରିବା ସମ୍ଭବ ହେଉନଥିଲା । ଗତକାଲି ସଂଧ୍ୟାରେ ସାହୁ କଲୋନୀ ଅଞ୍ଚଳରେ ଉଭୟ ମହିଳା ସ୍କୁଟିରେ ବ୍ରାଉନସୁଗର ଧରି ବିକ୍ରି କରିବାକୁ ଯୋଜନା କରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଟାଉନ୍‌ ଥାନା ପୁଲିସ୍‌ ଟିମ୍‌ ଅତର୍କିତ ଚଢ଼ଉ କରିଥିଲା । ପୁଲିସ୍‌ ଘଟଣାସ୍ଥଳରୁ ଏମାନଙ୍କଠାରୁ ୧୩ ଗ୍ରାମ୍‌ ବ୍ରାଉନ୍‌ସୁଗର, ନଗଦ ୨୬ ହଜାର ୪୨୦ ଟଙ୍କା ଓ ସେମାନେ ବ୍ୟବହାର କରୁଥିବା ଦୁଇଟି ମୋବାଇଲ୍‌ ଫୋନ ଓ ସ୍କୁଟି ଜବତ କରିଥିଲା ।

ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ, ଏହି ପରିବାର କୋଲକାତାରୁ ବ୍ରାଉନ୍‌ସୁଗର ଆଣି ସମ୍ବଲପୁରରେ ବିକ୍ରି କରିବାର ପୂର୍ବ ରେକର୍ଡ୍‌ ରହିଛି । କିଛି ଅସାମାଜିକ ବର୍ଗ ଏମାନଙ୍କ ନେଟୱାର୍କରେ ଥିଲେ । ସ୍ୱାମୀ ଓ ଶ୍ଵଶୁର ଗିରଫ ହେବା ପରେ ଏହି ଦୁଇ ମହିଳା ଗତ କିଛି ମାସ ହେବ ବ୍ରାଉନସୁଗାର ବିକ୍ରି ଜାରି ରଖିଥିଲେ । ସ୍କୁଟିରେ ଧଳାଜହର ଧରି ସହର ମଧ୍ୟରେ ଅନାୟସରେ ବୁଲୁଥିଲେ ଓ ଅସାମାଜିକ ଗ୍ରାହକଙ୍କ ନିକଟରେ ପହଞ୍ଚାଉଥିଲେ । ତେବେ ସମ୍ବଲପୁର ସହରରେ କୋରେକ୍ସ, ଅପମିଶ୍ରିତ ମଦ ଓ ବ୍ରାଉନସୁଗର କାରବାର ବଢିବାରେ ଲାଗିଛି । ନିଶା କାରବାର ରୋକିବା ପାଇଁ ପୁଲିସ୍‌ର ନିୟମିତ ଡ୍ରାଇଭ ସତ୍ତ୍ଵେ କୋଲକାତାରୁ ବ୍ରାଉନସୁଗର ଟ୍ରେନ ଯୋଗେ ଅଣାଯାଉଥିବାର ଏକାଧିକ ନଜିର ରହିଛି । ତେବେ ବିଭିନ୍ନ ସ୍ଥାନରେ ନିଶା ରାକେଟରେ ସମ୍ପୃକ୍ତ ପରିବାରର ମହିଳାମାନେ ମଧ୍ୟ ଏହି ନେଟୱାର୍କରେ ସାମିଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଏମାନଙ୍କ ସହ ସମ୍ପୃକ୍ତ ଅନ୍ୟମାନେ ମଧ୍ୟ ଗିରଫଦାରୀ ପରିସରକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢନ୍ତୁ- Tiger Terror : ବୌଦ୍ଧରେ ବାଘ ଆତଙ୍କ : ଭୟରେ ଗାଁ ଲୋକେ, ସଚେତନ କରୁଛି ବନବିଭାଗ

ନୀଳଚକ୍ର ପତିତପାବନ ବାନା ପରିବର୍ତ୍ତନ ସମୟର ଭିଡ଼ିଓ ଭାଇରାଲ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia