Dailyhunt
CSKର ଦ୍ବିତୀୟ ପରାଜୟ, ୫ ଓ୍ବିକେଟରେ ଜିତିଲା ପଞ୍ଜାବ କିଙ୍ଗ୍ସ

CSKର ଦ୍ବିତୀୟ ପରାଜୟ, ୫ ଓ୍ବିକେଟରେ ଜିତିଲା ପଞ୍ଜାବ କିଙ୍ଗ୍ସ

ଚେନ୍ନାଇ : ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ଦ୍ବିତୀୟ ବିଜୟ ହାସଲ କଲା ପଞ୍ଜାବ କିଙ୍ଗ୍ସ । ୨୧୦ ରନର ବିଜୟ ଲକ୍ଷ୍ୟକୁ ୫ ଓ୍ବିକେଟରେ ଜିତି ନେଇଛି ଶ୍ରେୟସ ବାହିନୀ । ୮ ବଲ ବାକି ଥାଇ ବିଜୟ ଲକ୍ଷ୍ୟକୁ ସହଜରେ ପୂରଣ କରିଛି PBKS । CSK ଏହି ପରାଜୟ ସହ ଚଳିତ ସିଜିନର ଦ୍ବିତୀୟ ପରାଜୟ । ଧୋନିଙ୍କ ଅନୁପସ୍ଥିତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

୨୧୦ ରନର ଲକ୍ଷ୍ୟ ରହିଥିଲେ ସୁଦ୍ଧା ପଞ୍ଜାବର ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟ ଏବଂ ପ୍ରଭସିମରନ୍ ସିଂହ ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ । ପ୍ରିୟାଂଶ ଆର୍ଯ୍ୟ ୧୧ ବଲରୁ ୩୯ ରନ କରିଛନ୍ତି । ଯେଉଁଥିରେ ୩ ଚୌକା ସହ ୪ ଛକା ରହିଛି । ଏହାସହ ପ୍ରଭସିମରନ୍ ସିଂହ ୪୩ ରନର ପାଳି ଖେଳିଛନ୍ତି । ଏହାସହ ଅଧିନାୟକ ଶ୍ରେୟସ ଆୟାର ୨୯ ବଲରୁ ୫୦ ରନର ପାଳି ଖେଳିଛନ୍ତି । ସିଏସକେ ପକ୍ଷରୁ ହେନରି ଏବଂ କମ୍ବୁଲ ୨ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିବାରେ ସଫଳ ହୋଇଥିଲେ ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ କିଙ୍ଗ୍ସ । ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳର ଓପନର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ମାତ୍ର ୭ ରନ କରିଥିବାବେଳେ ଅଧିନାୟକ ଋତୁରାଜ ଗାଏକ୍ବାଡ ଏବଂ ଆୟୁଷ ମାହତ୍ରେଙ୍କ ଯୋଡ଼ି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ । ଗାଏକ୍ବାଡ ୨୮ ରନର କରିଥିଲେ ସୁଦ୍ଧା ଆୟୁଷ ମାହତ୍ରେଙ୍କ ସାଥ ଦେଇଥିଲେ । ୫ ଓ୍ବିକେଟ୍ ବିନିମୟରେ ପଞ୍ଜାବ ୨୦୯ ରନର କରିଥିଲା । ଦଳ ପକ୍ଷରୁ ଯୁବ କ୍ରିକେଟର ଆୟୁଷ ମାହତ୍ରେ ଖେଳିଲେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେ ୪୩ ବଲରୁ ୭୩ ରନର ପାଳି ଖେଳିଥିଲେ । ସର୍ଫରାଜ ଖାନ ୧୨ ବଲରୁ ୩୨ ରନର ପାଳି ଖେଳିଛନ୍ତି । ଅନ୍ୟ ଖେଳାଳିଙ୍କ ମଧ୍ୟରେ ଶିଭମ ଦୁବେ ୪୫ ରନ୍ କରିଥିଲେ ।

ତେବେ ସିଏସକେ ପକ୍ଷରୁ ବିନୟକୁମାର ବିଶାକ ୨ଟି ମୂଲ୍ୟବାନ ଓ୍ବିକେଟ୍ ଅକ୍ତିଆର କରିଥିବାବେଳେ ଜାଭିୟର୍ ବାର୍ଟଲେଟ୍, ମାର୍କୋ ୟାନସନ ଏବଂ ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସକ୍ଷମ ହୋଇଥିଲେ। ସିଏସେକେ ପକ୍ଷରୁ ଶିଭମ ଦୁବେ ଶେଷ ଓଭର ଗୁଡ଼ିକରେ ପଞ୍ଜାବ ବୋଲରଙ୍କୁ ଧୂଲେଇ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia