ନୂଆଦିଲ୍ଲୀ,୨୯।୮: ଘରେ ଯେତେବେଳେ ପ୍ୟାନେଲ ଲଗାଇବାର କଥା ଆସେ, ସେତେବେଳେ ବହୁତ ଅଧିକ ସ୍ଥାନ ଏବଂ ଏକ ମଜବୁତ ଷ୍ଟ୍ରକଚର ଦରକାର ପଡିଥାଏ। କିନ୍ତୁ କେବେ ଭାବିଛନ୍ତି କି ସୋଲାର ପ୍ୟାନେଲକୁ ଯେ କୌଣସି ସ୍ଥାନରେ ଷ୍ଟିକର ଭଳି ଲଗାଇ ହେବ ? ଆମେରିକୀୟ କମ୍ପାନୀ ଏଭଳି କିଛି କରି ଦେଖାଇଛି। ଷ୍ଟିକର ପରି ଯେକୌଣସି ପୃଷ୍ଠଭାଗରେ ଲଗାଇହେବ ସୋଲାର ପ୍ୟାନେଲ।
ଆମେରିକାର 'ସୋଲାର ଓ୍ବିଣ୍ଡୋ ଟେକ୍ନୋଳୋଜି' ଏଭଳି ଏକ ନୂଆ ସୋଲାର ପ୍ୟାନେଲ ବଜାରକୁ ଆଣିଛି। କମ୍ପାନୀ ଇଲେକ୍ଟ୍ରୋଫ୍ଲେକ୍ସ (ElectroFlex)ନାମରେ ଅତ୍ୟନ୍ତ ପତଳା, ହାଲୁକା ଏବଂ ଫ୍ଲେକ୍ସିବଲ୍ ସୋଲାର ମଡ୍ୟୁଲ୍ ଲଞ୍ଚ କରିଛି। କମ୍ପାନୀ ଅନୁସାରେ, ଏହାକୁ ପାରମ୍ପରିକ ସୋଲାର ପ୍ୟାନେଲ ଭଳି ଭାରୀ ଫ୍ରେମ୍ କିମ୍ବା ମଜବୁତ ସପୋର୍ଟ ଷ୍ଟ୍ରକ୍ଚର ଉପରେ ନିର୍ଭର କରିବାକୁ ପଡ଼େ ନାହିଁ।
କେତେ ପତଳା ଇଲେକ୍ଟ୍ରୋଫ୍ଲେକ୍ସ?
'ଇଲେକ୍ଟ୍ରୋଫ୍ଲେକ୍ସ' ର ସବୁଠାରୁ ବଡ଼ ବିଶେଷ୍ବତ ହେଉଛି ଏହାର ପତଳା ଡିଜାଇନ୍। କମ୍ପାନୀର ତଥ୍ୟ ଅନୁସାରେ ଏହା ମାତ୍ର ୦.୮୫ ମିଲିମିଟର ମୋଟା। ଏହି ମଡ୍ୟୁଲ୍ ୫ଟି ଲେୟରର କମ୍ପୋଜିଟ୍ ଲାମିନେଟ୍ ବ୍ୟବହାର କରାଯାଇଛି। ଏଥିରେ ୦.୧୦ ଏମଏମ୍ ଫ୍ରଣ୍ଟ ଏନକ୍ୟାପସୁଲାଣ୍ଟ, ୦.୧୬ ଏମଏମ୍ ହାଇ ଫ୍ରିକ୍ବେଏନ୍ସି ସୋଲାର ସେଲ୍, ୦.୦୪ ଏମ୍ଏମ୍ କପର ସେଲ୍ ବ୍ୟାକିଂ, ୦.୩୦ ଏମଏମ୍ କମ୍ପୋଜିଟ୍ ଲାମିନେଟ୍ ଏବଂ ୦.୨୫ ଏମଏମ୍ ରିଅର ସବଷ୍ଟ୍ରେଟ୍ ରହିଛି। ଏହାର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏହା ପତଳା ହେବା ସତ୍ତ୍ୱେ, ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ଏହାକୁ ଆକାର ଏବଂ ରଙ୍ଗରେ କଷ୍ଟମାଇଜ୍ କରିହେବ। ସୋଲାର ପ୍ୟାନେଲର ଏଫିସିଏନ୍ସି ବା ଦକ୍ଷତା ବିଷୟରେ ପ୍ରାୟତଃ ଅଭିଯୋଗ ଆସୁଛି, କିନ୍ତୁ 'ସୋଲାର ୱିଣ୍ଡୋ' ଦାବି କରିଛି ଯେ ଇଲେକ୍ଟ୍ରୋ ଫ୍ଲେକ୍ସରେ ଇଣ୍ଟରଡିଜିଟେଡ୍ ବ୍ୟାକ୍-କଣ୍ଟାକ୍ଟ ସେଲ୍ ବ୍ୟବହାର କରାଯାଇଛି। ଏହି ଟେକ୍ନୋଲୋଜି ୨୪.୪% ପାଓ୍ବାର କନଭର୍ସନ ଦକ୍ଷତା ପ୍ରଦାନ କରେ, ଯାହା ଫ୍ଲେକ୍ସିବଲ୍ ସୋଲାର ପ୍ୟାନେଲ ପାଇଁ ଖୁବ୍ ଉତ୍କୃଷ୍ଟ ।
କିପରି ହେବ ବ୍ୟବହାର ?
'ଇଲେକ୍ଟ୍ରୋଫ୍ଲେକ୍ସ' କୁ କୌଣସି ଷ୍ଟ୍ରକଚରର ଆବଶ୍ୟକତା ନାହିଁ, ତେଣୁ ଏହାକୁ ବହୁ ସ୍ଥାନରେ ବ୍ୟବହାର କରିହେବ। ଏହାକୁ ବାଣିଜ୍ୟିକ ଟ୍ରକ୍ ଏବଂ ଟ୍ରେନର ବକ୍ର ଛାତ ସମେତ ବିଭିନ୍ନ ସ୍ଥାନରେ ବ୍ୟବହାର କରିହେବ। ଏହାକୁ ଡ୍ରୋନ୍, ବିମାନ ଷ୍ଟ୍ରକଚର, ଡଙ୍ଗା ଏବଂ ଜାହାଜ ପାଇଁ ବିଜୁଳି ଉତ୍ପାଦନ କରିବା ପାଇଁ ମଧ୍ୟ ବ୍ୟବହାର କରିହେବ। ଏହାକୁ ଡାଟା ସେଣ୍ଟର, ଛାତ ନିର୍ମାଣ ଏବଂ କୃଷି କ୍ଷେତ୍ର ସହ ଘରେ ମଧ୍ୟ ବ୍ୟବହାର କରିହେବ।
ଆହୁରି ପଢନ୍ତୁ : MSME credit card : ମୋଦି ସରକାର ଦେଉଛନ୍ତି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ୍ କାର୍ଡ : କାହାକୁ ଓ କିପରି ମିଳିବ ଏହାର ଫାଇଦା ? ଜାଣନ୍ତୁ

