ଢେଙ୍କାନାଳ,୧ \୯ : ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବେଢା଼ପାଳ ଗାଁରେ ।
Weather forecast: ଝାଡ଼ଖଣ୍ଡ ମୁହାଁ ଓ୍ବେଲ୍ ମାର୍କ ଲୋ-ପ୍ରେସର, ଉପରମୁଣ୍ଡରେ ପ୍ରବଳ ବର୍ଷିବ, ଉତ୍ତର ଓଡ଼ିଶାକୁ ବଢ଼ିଲା ବନ୍ୟା ଭୟ
ସୂଚନା ଅନୁସାରେ, ଆଜି ସକାଳୁ ଜମି ବିବାଦରୁ ଏପରି ତୁମୁଳକାଣ୍ଡ ଘଟିଛି।
ବିବାଦୀୟ ଜମିରେ ସୋଲାର ଫେନ୍ସିଂ ବାଡ଼ ଦେବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଉଭୟ ଗୋଷ୍ଠୀର ଲୋକ ଠେଙ୍ଗା ବାଡ଼ି ଧରି ମୁହାଁମୁହିଁ ହୋଇଥିଲେ । ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ । ଏଥିରେ ଉଭୟ ଗୋଷ୍ଠୀର ୧୫ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଏସିସିବିକୁ ସ୍ଥାନାନ୍ତର କରାଯାଇଛି । ବେଢା଼ପାଳ ଗାଁରେ ଉଭୟ ଗୋଷ୍ଠୀ ମଧ୍ୟରେ ଛକ୍କା ପଞ୍ଝା ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ କାମାକ୍ଷାନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥିତି ନିୟନ୍ତ୍ରଣ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

