Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Dhoni-Rishabh: ଧୋନିଙ୍କ ସହ ପନ୍ତଙ୍କ ମିଶନ୍; ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ ମାହିଙ୍କ ସହ ରାଞ୍ଚିରେ ପ୍ରସ୍ତୁତି

Dhoni-Rishabh: ଧୋନିଙ୍କ ସହ ପନ୍ତଙ୍କ ମିଶନ୍; ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ ମାହିଙ୍କ ସହ ରାଞ୍ଚିରେ ପ୍ରସ୍ତୁତି

ନୂଆଦିଲ୍ଲୀ,୦୨/୦୮; ସଙ୍କଟ ସମୟରେ ଧୋନିଙ୍କ ଶରଣରେ ୱିକେଟ୍‌ କିପର ବ୍ୟାଟର ରିଷବ ପନ୍ତ । ରାଞ୍ଚିରେ ଏମ୍‌ଏସଡିଙ୍କୁ ଭେଟିଲେ ପନ୍ତ ।ଆଗାମୀ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ୱିକେଟ୍‌ କିପର ବ୍ୟାଟର ରିଷଭ ପନ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସେ ଏବେ ରାଞ୍ଚିରେ ଅଛନ୍ତି ଏବଂ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ବହୁମୂଲ୍ୟ ପରାମର୍ଶ ନେଉଛନ୍ତି ।

ସେଠାରେ ସେ ସ୍ୱତନ୍ତ୍ର ପ୍ରସ୍ତୁତି କରୁଥିବା ନେଇ ପୂର୍ବତନ ସ୍ପିନର ସାହାବାଜ ନଦୀମ ସୋସିଆଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଛାଡ଼ି ଏବିଷୟରେ ଜଣାଇଛନ୍ତି ।

ନଦୀମ ଉଲ୍ଲେଖ କରିଛନ୍ତି ଯେ, ଭାରତୀୟ କ୍ରିକେଟର ଦୁଇ ଶ୍ରେଷ୍ଠ ଫିନିଶର ଏକତ୍ର ପ୍ରସ୍ତୁତି କରୁଛନ୍ତି ।' ପନ୍ତ ସମ୍ପ୍ରତ୍ତି ଟେଷ୍ଟ ଦଳର ସଦସ୍ୟ ରହିଛନ୍ତି । ମାତ୍ର ତାଙ୍କୁ ସୀମିତ ଓଭର ଫର୍ମାଟ ଦଳରୁ ଅଣଦେଖା କରାଯାଇ ଆସୁଛି । ତେଣୁ ସେ ନିଜ ପ୍ରଦର୍ଶନରେ ଉନ୍ନତି ପାଇଁ ଧୋନିଙ୍କ ଶରଣରେ ପଶିଥିବା ସୋସିଆଲ୍‌ ମିଡିଆ ଅନୁଗାମୀମାନେ ଉଲ୍ଲେଖ କରିଛନ୍ତି । ଗତ ଆଇପିଏଲ୍‌ରେ ପନ୍ତ ଲକ୍ଷେ୍ନø ସୁପରଜାଏଣ୍ଟ୍‌ସ ଦଳର ନେତୃତ୍ୱ ନେଇଥିଲେ । ତାଙ୍କ ଅଧିନରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ପଏଣ୍ଟ ତାଲିକାରେ ସବା ଶେଷରେ ରହିଥିଲା । ପନ୍ତ ୨୮.୩୬ ଆଭରେଜରେ ମୋଟ ୩୧୨ରନ୍‌ କରିଥିଲେ । ଏହାପରେ ସେ ଆଫଗାନିସ୍ତାନ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ପନ୍ତ ଶ୍ରେଷ୍ଠ ପ୍ରଦର୍ଶନ ଦେବା ନେଇ ଆଶାବାଦୀ ରହିଛନ୍ତି । ଅଗଷ୍ଟ ୧୫ରୁ ୧୯ ତାରିଖ ମଧ୍ୟରେ ଗଲ୍‌ରେ ପ୍ରଥମ ଟେଷ୍ଟ ଓ ଅଗଷ୍ଟ ୨୩ରୁ ୨୭ ତାରିଖ ମଧ୍ୟରେ କଲମ୍ବୋ (ଏସଏସସି)ରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଏହି ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳ ଏକ ୪ ଦିନିଆ ଅଭ୍ୟାସ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୭ ତାରିଖରୁ ଏହି ଅଭ୍ୟାସ ମ୍ୟାଚ ଆରମ୍ଭ ହେବ । ଭାରତୀୟ ଦଳ ଅଗଷ୍ଟ ୩ ତାରିଖରେ ଶ୍ରୀଲଙ୍କା ଯାତ୍ରା କରିବ ।

ଏହା ବି ପଢନ୍ତୁ...Duleep Trophy 2026 : RCBକୁ ଚାମ୍ପିୟନ କରାଇଥିବା ରଜତ ପାଟିଦାର ହେଲେ ଏହି ଦଳର ଅଧିନାୟକ

ଦଳ: ଶୁଭମନ ଗିଲ୍‌ (ଅଧିନାୟକ), କେଏଲ ରାହୁଲ (ଉପ ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ୍‌, ରିଷଭ ପନ୍ତ, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମାନବ ସୂତାର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୂର ବ୍ରାର, ଦେବଦତ୍ତ ପାଡ଼ିକଲ, ସାରାଂଶ ଜୈନ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia