Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Digital Payment: ଡିଜିଟାଲ ପେମେଣ୍ଟରେ ବଡ଼ ଅପଡେଟ୍, UPI ଟ୍ରାଞ୍ଜାକ୍ସନରେ ଲାଗିପାରେ ଚାର୍ଜ

Digital Payment: ଡିଜିଟାଲ ପେମେଣ୍ଟରେ ବଡ଼ ଅପଡେଟ୍, UPI ଟ୍ରାଞ୍ଜାକ୍ସନରେ ଲାଗିପାରେ ଚାର୍ଜ

ନୂଆଦିଲ୍ଲୀ, ୫।୮: ଡିଜିଟାଲ ପେମେଣ୍ଟସ ସମ୍ପର୍କିତ ଆଇନରେ ସଂଶୋଧନ କରିବା ନେଇ ଅର୍ଥମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି । ଏହାଦ୍ୱାରା ଭବିଷ୍ୟତରେ ୟୁପିଆଇ ପେମେଣ୍ଟସ ଉପରେ ଏମ୍‌ଡିଆର୍‌ ବା ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ ପୁଣି ଥରେ ଲାଗୁ କରାଯାଇପାରିବ । ପେମେଣ୍ଟସ ଏବଂ ସେଟଲ୍‌ମେଣ୍ଟ ସିଷ୍ଟମ ଆକ୍ଟ ୨୦୦୭ର ଧାରା ୧୦ଏକୁ ହଟାଇବା ଲାଗି ଏଥିରେ ସଂଶୋଧନ ପ୍ରସ୍ତାବ ଅଣାଯାଇଛି ।

ମନି କଣ୍ଟ୍ରୋଲ ରିପୋର୍ଟ ମୁତାବକ, ବର୍ତ୍ତମାନ ଏହି ଧାରା ଯୋଗୁ ବ୍ୟାଙ୍କ ଏବଂ ପେମେଣ୍ଟସ କମ୍ପାନି ଗୁଡିକୁ ୟୁପିଆଇ ଏବଂ ଅନ୍ୟ ଡିଜିଟାଲ ପେମେଣ୍ଟ ମୋଡ୍‌ରେ କୌଣସି ଶୁଳ୍କ କିମ୍ବା ଚାର୍ଜ ଆଦାୟ କରିବାକୁ ରୋକିଥାଏ । ଏହି ନିୟମ ପରିବର୍ତ୍ତନ ପରେ ଟିକସ କିମ୍ବା ଚାର୍ଜ ଲାଗୁ କରିବା ନେଇ ସରକାରଙ୍କୁ ଅଧିକାର ମିଳିବ । ଡିଜିଟାଲ ପେମେଣ୍ଟ ମାଗଣା କିମ୍ବା ଏହା ଉପରେ ଶୁଳ୍କ ଲାଗୁ ହେବ ସେ ନେଇ ସରକାର ସହଜରେ ନିଷ୍ପତ୍ତି ନେଇପାରିବେ । ବର୍ତ୍ତମାନର ସଂଶୋଧନ ଦ୍ୱାରା ୟୁପିଆଇ ନେଣଦେଣରେ ତ୍ୱରିତ ଚାର୍ଜ ଲାଗୁ ହେବନି । ଭବିଷ୍ୟତର ନୀତିଗତ ପଦକ୍ଷେପ ଲାଗି ଏହା ସରକାରଙ୍କୁ ସୁବିଧା ପ୍ରଦାନ କରିବ ।

ଆଇନରେ ପରିବର୍ତ୍ତନ ପରେ ସରକାର ଯେବେ ଚାହିଁବେ ବିଜ୍ଞପ୍ତି ଜାରି କରି ଡିଜିଟାଲ ପେମେଣ୍ଟ ଚାର୍ଜ ନିର୍ଦ୍ଧାରଣ କରିପାରିବେ । ଏମ୍‌ଡିଆର୍‌ ହେଉଛି ଏକ ପ୍ରକାରର ଦେୟ ଯାହା ବ୍ୟବସାୟୀମାନେ ଡିଜିଟାଲ ନେଣଦେଣ ପ୍ରୋସେସ୍‌ କରିବା ଲାଗି ବ୍ୟାଙ୍କ ଏବଂ ଫୋନପେ, ଗୁଗଲ୍‌ପେ ଏବଂ ପେଟିଏମ୍‌ ଭଳି ପେମେଣ୍ଟ ସେବା ଯୋଗାଣକାରୀଙ୍କୁ ପ୍ରଦାନ କରିଥାନ୍ତି । ଯଦି ଭବିଷ୍ୟତରେ ୟୁପିଆଇ ଉପରେ ପୁଣି ଏମ୍‌ଡିଆର୍‌ ଲାଗୁ ହୁଏ ତେବେ ଏହାର ପ୍ରଭାବ ବ୍ୟବସାୟୀ ଏବଂ ପେମେଣ୍ଟ ଇକୋସିଷ୍ଟମ ଉପରେ ପଡିବ । ସାଧାରଣ ନାଗରିକମାନେ ଦୈନଦିନ ଜୀବନରେ ବିଭିନ୍ନ କ୍ରୟ ଲାଗି ଯେଉଁ ୟୁପିଆଇ ପେମେଣ୍ଟ କରୁଛନ୍ତି, ତାହା ଉପରେ ସିଧାସଳଖ ଚାର୍ଜ ଲାଗୁ ହେବନି । ସରକାର ଜାନୁଆରି ୨୦୨୦ରେ ୟୁପିଆଇ ଏବଂ ରୁପେ ଡେବିଟ କାର୍ଡ ନେଣଦେଣ କ୍ଷେତ୍ରରେ ଏମ୍‌ଡିଆର୍‌କୁ ହଟାଇ ଦେଇଥିଲେ । ଡିଜିଟାଲ ପେମେଣ୍ଟସକୁ ପ୍ରୋତ୍ସାହନ ଦେବା ଏବଂ କ୍ୟାଶଲେସ ଇକୋନୋମିକୁ ଦୃଢ଼ କରିବା ଲାଗି ଏଭଳି କରାଯାଇଥିଲା । ଏହା ପରେ ୟୁପିଆଇ ପେମେଣ୍ଟ ବ୍ୟାପକ ହୋଇଥିଲା । ତେବେ ୟୁପିଆଇ ଇକୋସିଷ୍ଟମକୁ ବିନା କୌଣସି ଆୟରେ ଦୀର୍ଘ ସମୟ ଲାଗି ଚଳାଇବା ଆର୍ôଥକ ଦୃଷ୍ଟିକୋଣରୁ ଆହ୍ୱାନ ପାଲଟିଛି । ନିକଟରେ ଏହି ପ୍ରସଙ୍ଗକୁ ନେଇ ସଂସଦୀୟ କମିଟି ଚିନ୍ତା ପ୍ରକଟ କରିଥିଲା । ଶୂନ ଏମ୍‌ଡିଆର୍‌ ନୀତି ଯୋଗୁ ପେମେଣ୍ଟ ଶିଳ୍ପ ଏବଂ ବ୍ୟାଙ୍କ ଗୁଡିକୁ କ୍ଷତି ହେଉଥିବା ସଂସଦୀୟ କମିଟି କହିଛି । ଏହାର ଭରଣା ଲାଗି ଏକ ସ୍ଥାୟୀ ରାଜସ୍ୱ ମଡେଲ ଆଣିବା ଉପରେ କମିଟି ଗୁରୁତ୍ୱାରୋପ କରିଛି ।

ଏହା ବି ପଢ଼ନ୍ତୁ... Middle Class Spending: ମଧ୍ୟବିତ୍ତଙ୍କ ପକେଟ କଣା କରୁଛି ୟୁପିଆଇ, ବିନା ଯୋଜନାରେ ଖର୍ଚ୍ଚ କରୁଛନ୍ତି ୭୦% ଲୋକ

ସରକାର ୨୦୨୬-୨୭ ଆର୍ଥିକ ବର୍ଷ ଲାଗି ରୁପେ ଡେବିଟ କାର୍ଡ ଏବଂ କମ୍‌ ମୂଲ୍ୟର ଭୀମ-ୟୁପିଆଇ ମର୍ଚ୍ଚାଣ୍ଟ ନେଣଦେଣକୁ ସହାୟତା କରିବା ଲାଗି ୨ ହଜାର କୋଟିର ଅନୁଦାନ ପ୍ରଦାନ କରିଥିଲେ । ଏହି ପ୍ରୋତ୍ସାହନ ସ୍କିମ ୨୦୨୧-୨୨ରୁ ଆରମ୍ଭ କରାଯାଇଥିଲା । ସଂସଦୀୟ କମିଟି ଏହା ମଧ୍ୟ କହିଛି ଯେ, ଏହି ସହାୟତା ରାଶି ପେମେଣ୍ଟସ ଶିଳ୍ପ ଖର୍ଚ୍ଚର ମାତ୍ର କିଞ୍ଚିତ ଅଂଶକୁ ଭରଣା କରିପାରୁଛି । ବିଶେଷ କରି ୨ଟି ଦିଗ ଉପରେ ସନ୍ତୁଳନ ବନାଇ ରଖିବା ଏହାର ଲକ୍ଷ୍ୟ । ସାଧାରଣ ଲୋକଙ୍କ ପାଇଁ ସହଜ ଡିଜିଟାଲ ପେମେଣ୍ଟସ ବ୍ୟବସ୍ଥା କରିବା ଏବଂ ଅନ୍ୟପଟେ ୟୁପିଆଇ ଇକୋସିଷ୍ଟମ(ବ୍ୟାଙ୍କ, ଫିନଟେକ କମ୍ପାନି)କୁ ଆର୍ôଥକ ଦୃଷ୍ଟିକୋଣରୁ ମଜବୁତ ଏବଂ ସ୍ଥିତାବସ୍ଥା ବଜାୟ ରଖିବା । ପ୍ରସ୍ତାବିତ ସଂଶୋଧନ ପାସ୍‌ ହେଲା ପରେ ସରକାର ସ୍ଥିତିର ସମୀକ୍ଷା କରିବେ । ବଡ ମର୍ଚ୍ଚାଣ୍ଟ କିମ୍ବା ଉଚ୍ଚ ମୂଲ୍ୟର ନେଣଦେଣ ଲାଗି କିଛି ମାତ୍ରାରେ ଏମ୍‌ଡିଆର୍‌ ଲାଗୁ ହୋଇପାରେ । ଛୋଟ ଦୋକାନୀ ଏବଂ ସାଧାରଣ ଖାଉଟିଙ୍କ ପେମେଣ୍ଟ ସମ୍ପୂର୍ଣ୍ଣ ମାଗଣା ରହିବା ନେଇ ଆଶା କରାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia