Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦିଲ୍ଲୀରେ ବିଜେପି ନେତାଙ୍କ ବଡ଼ ବୈଠକ: ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ, ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଉପରେ ଲାଗିପାରେ ମୋହର

ଦିଲ୍ଲୀରେ ବିଜେପି ନେତାଙ୍କ ବଡ଼ ବୈଠକ: ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ, ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଉପରେ ଲାଗିପାରେ ମୋହର

ନୂଆଦିଲ୍ଲୀ,୩୧।୫ : ଜୁନ୍ ୧୮ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଚର୍ଚ୍ଚା ଜୋରଦାର ବୃଦ୍ଧି ପାଉଛି। ଶାସକ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଯୋଜନା କରୁଛି। ରବିବାର ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବିଜେପି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ବୈଠକରେ ଯୋଗଦେବେ।

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ସନ୍ଧ୍ୟା ୫ଟା ୩୦ ମିନିଟଷଣ ହେବ। ଏଥିରେ ରାଜ୍ୟସଭା ଓ ବିଧାନ ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଚର୍ଚ୍ଚା ହେବାର ଆଶା ରହିଛି। ଏହା ସହିତ ସରକାରଙ୍କ ୧୨ ବର୍ଷ ପୂରଣ ହେବା ଅବସରରେ ସରକାରଙ୍କ କଲ୍ୟାଣକାରୀ ଓ ଜନକଲ୍ୟାଣକାରୀ ଯୋଜନାକୁ ଲୋକ ପର୍ଯ୍ୟନ୍ତ ପହଁଞ୍ଚାଇବାର ସମୀକ୍ଷା କରାଯିବ।

୧୦ ରାଜ୍ୟର ରାଜ୍ୟସଭାର ୨୪ ଆସନ ପାଇଁ ୧୮ ଜୁନ୍‌ରେ ଦ୍ୱିବାର୍ଷିକ ନିର୍ବାଚନ ନିର୍ବାଚନ ହେବାର ଅଛି। ଆନ୍ଧ୍ର ପ୍ରଦେଶର, ଗୁଜରାଟ ଓ କର୍ଣ୍ଣାଟକରେ ଚାରୋଟି ଆସନ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ତିନୋଟି ଲେଖାଏଁ ଆସନ, ଝାଡଖଣ୍ଡରେ ଦୁଇଟି ଆସନ ଓ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମରେ ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ଖାଲି ହେଉଛି। ଏଭଳି ସ୍ଥତିରେ ୨୨ ମଇରେ କମିଶନ ରାଜ୍ୟସଭା ନିର୍ବାଚନର ସିଡ୍ୟୁଲ ଘୋଷଣା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିୟନ ଓ ରଭନୀତ ସିଂହ ସେହି ସଦସ୍ୟଙ୍କ ଭିତରେ ରହିଛନ୍ତି, ଯାହାଙ୍କର କାର୍ଯ୍ୟକାଳ ଆଗାମୀ ମାସ ଶେଷ ହେବାକୁ ଯାଉଛି।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଜୁନ୍ ୧ ତାରିଖରେ ବିଜ୍ଞପ୍ତି ଜାରି ହେବ ଏବଂ ୧୮ ଜୁନ୍ ରେ ଭୋଟ୍ ଗ୍ରହଣ ହେବ। ସେହି ଦିନ ଭୋଟ୍ ଗଣତି ହେବ। କମିଶନ ମହାରାଷ୍ଟ୍ର ଏବଂ ତାମିଲନାଡୁର ଗୋଟିଏ ଲେଖାଏଁ ଆସନ ପାଇଁ ରାଜ୍ୟସଭା ଉପନିର୍ବାଚନ ମଧ୍ୟ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ସମ୍ପ୍ରତି ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ଏଆଇଏଡିଏମକେ ସାଂସଦ ସି.ଭି. ଶନମୁଗମଙ୍କ ଇସ୍ତଫା ପରେ ଏହି ଆସନଗୁଡ଼ିକ ଖାଲି ପଡ଼ିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia