Dailyhunt
ଦିନିକିଆ ଦଳରୁ ବାଦ ପଡ଼ିବେ ରିଷବ ପନ୍ତ, ୨୦୨୭ ବିଶ୍ୱକପ ପୂର୍ବରୁ ଧୋନିଙ୍କ ରାଇଟ୍ ହ୍ୟାଣ୍ଡ ସଞ୍ଜୁ ସାଜିଲେ କଣ୍ଟା

ଦିନିକିଆ ଦଳରୁ ବାଦ ପଡ଼ିବେ ରିଷବ ପନ୍ତ, ୨୦୨୭ ବିଶ୍ୱକପ ପୂର୍ବରୁ ଧୋନିଙ୍କ ରାଇଟ୍ ହ୍ୟାଣ୍ଡ ସଞ୍ଜୁ ସାଜିଲେ କଣ୍ଟା

ନୂଆଦିଲ୍ଲୀ,୦୧/୦୫; ଭାରତୀୟ ଦଳର ଷ୍ଟାର ୱିକେଟକିପର ବ୍ୟାଟର ରିଷବ ପନ୍ତଙ୍କ ପାଇଁ ସମସ୍ୟା ଅନ୍ତ ହେଉନାହିଁ । ଆଇପିଏଲରେ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକତ୍ୱ କରୁଥିବା ରିଷବ ପନ୍ତଙ୍କୁ ଭାରତୀୟ ଦିନିକିଆ ଦଳରୁ ବାଦ ଦିଆଯାଇପାରେ । ଆଗାମୀ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ଚୟନକର୍ତ୍ତାମାନେ ସଞ୍ଜୁ ସାମସନଙ୍କୁ ଦଳରେ ସୁଯୋଗ ଦେଇପାରନ୍ତି ।

କେଏଲ ରାହୁଲ ବର୍ତ୍ତମାନ ଦିନିକିଆରେ ପ୍ରଥମ ପସନ୍ଦ ୱିକେଟ କିପର । ରିଷବ ପନ୍ତ ଚଳିତ ବର୍, ଆରମ୍ଭରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ଅଂଶ ଥିଲେ କିନ୍ତୁ ପରେ ଆଘାତ ଯୋଗୁଁ ତାଙ୍କୁ ବାଦ ଦିଆଯାଇଥିଲା । ଅନ୍ୟ ପକ୍ଷରେ ସଞ୍ଜୁ ସାମସନ ଟି-ଟ୍ୱେଣ୍ଟି ବିଶ୍ୱକପରେ ନକଆଉଟ୍ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେଣୁ ଦ୍ୱିତୀୟ ୱିକେଟ କିପରି ଭାବେ ତାଙ୍କୁ ସୁଯୋଗ ମିଳିପାରେ ।

ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳର ସମସ୍ତ ଖେଳାଳି ଆଇପିଏଲ୍ ଖେଳିବାରେ ବ୍ୟସ୍ତ । ଟିମ ଇଣ୍ଡିଆ ମୁଖ୍ୟ କୋଚ ଓ ଚୟନ କମିଟି ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏହା ସହ ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଏକ ସମ୍ଭାବ୍ୟ ଦଳ ଏବେଠୁ ପ୍ରସ୍ତୁତ ରଖିବାକୁ ଯୋଜନା କରୁଛନ୍ତି । ବର୍ତ୍ତମାନ ୱିକେଟ୍ କିପିଙ୍ଗ ବିଭାଗକୁ ନେଇ ଚୟନ କମିଟି ଓ କୋଚିଂ ଟିମ୍ ମଧ୍ୟରେ ଜୋରଦାର ଆଲୋଚନା ଚାଲିଥିବା ଶୁଣିବାକୁ ମିଳୁଛି । ରିଷଭ ପନ୍ତ ଦିନିକିଆ ଦଳର ମୁଖ୍ୟ ୱିକେଟ୍ କିପର ରହିଥିବାବେଳେ ତାଙ୍କ ସହ ଆଉ କିଛି ୱିକେଟ୍ କିପରଙ୍କୁ ଆଗାମୀ ଦିନିକିଆ ସିରିଜଗୁଡ଼ିକରେ ପରୀକ୍ଷା କରାଇବାକୁ ଯୋଜନା କରାଯାଉଛି । ଅଭିଜ୍ଞ ସଞ୍ଜୁ ସାମସନ ଓ ଦକ୍ଷ ଧ୍ରୁବ ଜୁରେଲଙ୍କୁ ଦିନିକିଆ ସିରିଜରେ ସୁଯୋଗ ଦେବାକୁ ଟିମ ମ୍ୟାନେଜମେଣ୍ଟ ଚିନ୍ତା କରୁଥିବା ଜଣା ପଡ଼ିଛି । ପନ୍ତଙ୍କ ଫର୍ମକୁ ନେଇ ଚୟନ କମିଟି ସେଭଳି ସନ୍ତୁଷ୍ଟ ନାହିଁ। ପନ୍ତ ୨୦୨୪ରେ ଶେଷ ଦିନିକିଆ ଖେଳିଥିଲେ । ଇତି ମଧ୍ୟରେ ସେ ୨୭ଟି ଦିନିକିଆ ଖେଳି ୩୩.୫୦ ହାରରେ ୮୭୧ ରନ ସଂଗ୍ରହ କରିଛନ୍ତି । ସାମସନ ୧୬ଟି ଦିନିକିଆ ଖେଳି ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସହ ୫୬.୬୬ ହାରରେ ମୋଟ୍ ୫୧୦ ରନ ସଂଗ୍ରହ କରିଛନ୍ତି । ସେ ଶେଷ ଥର ପାଇଁ ୨୦୨୩ରେ ଦିନିକିଆ ଖେଳିଥିଲେ ।

ଏହା ବି ପଢନ୍ତୁ...IPL 2026: ଏମ୍ଏସ ଧୋନି ପୁରା ଫିଟ୍, ସିଏସକେ ପାଇଁ କାହିଁକି ଖେଳିବାକୁ ଚାହୁଁନାହାନ୍ତି ? କାରଣ କରିବ ଆଶ୍ଚର୍ଯ୍ୟ

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସିସିଆଇ ରିଷବ ପନ୍ତଙ୍କ ସ୍ଥାନରେ ସଞ୍ଜୁଙ୍କୁ ଦିନିକିଆ ଦଳର ଦ୍ୱିତୀୟ ୱିକେଟ କିପରି ବ୍ୟାଟର ଭାବେ ବିଚାର କରୁଛି । କେଏଲ ରାହୁଲ ଦଳର ନିୟମିତ ୱିକେଟ କିପର ବ୍ୟାଟର ଭାବେ ରହିଛନ୍ତି । ଗତ ଜାନୁଆରୀ ମାସରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଇଥିଲା । ପନ୍ତ ଆହତ ହୋଇ ଏହି ସିରିଜରୁ ବାଦ ପଡ଼ିବା ପରେ ଜୁରେଲଙ୍କୁ ସୁଯୋଗ ମିଳିଥିଲା । ଜୁରେଲଙ୍କ ୱିକେଟ୍ କିପିଙ୍ଗରେ ଟିମ ମ୍ୟାନେଜମେଣ୍ଟ ଓ ଚୟନ କମିଟି ବେଶ୍ ସନ୍ତୁଷ୍ଟ କରିଥିଲା । ତେଣୁ ସେ ମଧ୍ୟ ଆଉ ଜଣେ ପ୍ରମୁଖ ଦାବିଦାର ରହିଛନ୍ତି । ପନ୍ତ ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟରେ ତାଙ୍କ ସ୍ଥାନ ହରାଇଛନ୍ତି । ଏହି ଫର୍ମାଟରେ ସେ ୨୦୨୪ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ । ସଞ୍ଜୁ ସାମସନ ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ ୫ଟି ଇନିଂସରେ ୩୨୧ ରନ କରି ଭାରତ ଚାମ୍ପିଆନ ହେବାରେ ବଡ଼ ଭୂମିକା ତୁଲାଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia