Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Donald Trump: ହୋର୍ମୁଜ ଜଳପଥ ଉପରେ କବଜା ଦାବି କଲେ ଟ୍ରମ୍ପ ! ଇରାନର ପାଲଟା ମିସାଇଲ୍ ମାଡ଼

Donald Trump: ହୋର୍ମୁଜ ଜଳପଥ ଉପରେ କବଜା ଦାବି କଲେ ଟ୍ରମ୍ପ ! ଇରାନର ପାଲଟା ମିସାଇଲ୍ ମାଡ଼

ନୂଆଦିଲ୍ଲୀ, ୨।୯: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଭିତରେ ଯୁଦ୍ଧ ସ୍ଥିତି କମିବାର ନାଁ ନେଉନାହିଁ । ମଙ୍ଗଳବାର ଆମେରିକା ପକ୍ଷରୁ ଇରାନ ଉପରେ ପୁଣିଥରେ ଏକ ବଡ଼ ଧରଣର ଆକ୍ରମଣ କରାଯାଇଛି । ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍' ରେ ଏକ ଜୋରଦାର ପୋଷ୍ଟ୍ ସେୟାର କରି ଦାବି କରିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ସାମରିକ ଜଳପଥ 'ହୋର୍ମୁଜ ଜଳପଥ' ଉପରେ ଏବେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଆମେରିକାର କବଜା ହୋଇଯାଇଛି ।

ଏଥିସହିତ ପ୍ରତିବନ୍ଧକ ଏବଂ କ୍ରମାଗତ ଆକ୍ରମଣ ଯୋଗୁଁ ଇରାନର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଥିବା ସେ ଦାବି କରିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେହି ଗଣମାଧ୍ୟମ ରିପୋର୍ଟଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ ସେ ତେହେରାନକୁ ପୁଣିଥରେ ଆଲୋଚନାକୁ ଫେରାଇ ଆଣିବା ପାଇଁ ଚାପ ପକାଉଛନ୍ତି । ଏ ସମ୍ପର୍କରେ ସ୍ପଷ୍ଟୋକ୍ତି ରଖି ଟ୍ରମ୍ପ କହିଛନ୍ତି, "ଫେକ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ମୁଁ ଇରାନକୁ କୌଣସି ଆଲୋଚନା ପାଇଁ ବାଧ୍ୟ କରୁନାହିଁ । ଯଦି ସେମାନେ ଏଭଳି କୌଣସି ବୁଝାମଣା କରନ୍ତି ଯାହା ସେମାନଙ୍କ ପାଇଁ ଅର୍ଥହୀନ, ତେବେ ମୋର ସେଥିରେ କୌଣସି ଯାଏଆସେ ନାହିଁ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତି ତାଙ୍କୁ ଅଧିକ ପସନ୍ଦ ଆସୁଛି, ଯେଉଁଥିରେ ହୋର୍ମୁଜ ଜଳମାର୍ଗ ଉପରେ ଆମେରିକାର ପ୍ରାୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ଏବଂ ଇରାନର ଅର୍ଥନୀତି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଇରାନର ଜନସାଧାରଣ କେବେ ଜାଗ୍ରତ ହୋଇ ଏହି ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସରେ ଉଭୟ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହେବାଠାରୁ ଟ୍ରମ୍ପ ଏଭଳି ଦାବି ବାରମ୍ବାର କରିଆସୁଛନ୍ତି । ତେବେ ୱାଶିଂଟନ୍‌ ର ଏହି ଦାବିକୁ ଖାରଜ କରି ତେହେରାନ ପକ୍ଷରୁ କୁହାଯାଇଛି ଯେ, ଏହି ରଣନୈତିକ ଜଳପଥ ସମ୍ପୂର୍ଣ୍ଣ ଭାବେ ଇରାନର ନିୟନ୍ତ୍ରଣାଧୀନ ରହିଛି ।

ଚୀନରେ ରାଷ୍ଟ୍ରପତି ନେଇପାରିବେନି ଯୁଦ୍ଧ ନିଷ୍ପତ୍ତି: ଆମେରିକାରୁ ଭାରତ ପର୍ଯ୍ୟନ୍ତ…କାହାର ଅନୁମତିରେ ଆରମ୍ଭ ହୁଏ ଯୁଦ୍ଧ?

ଇରାନର ପାଲଟା ଆକ୍ରମଣ: ଆମେରିକୀୟ ଶିବିରକୁ ଟାର୍ଗେଟ୍

ଆମେରିକାର ମଙ୍ଗଳବାର ଆକ୍ରମଣର କଡ଼ା ଜବାବ ଦେଇଛି ଇରାନ । ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC) ଦାବି କରିଛି ଯେ ସେମାନେ ଜୋର୍ଡାନର ଆକାବା ନିକଟସ୍ଥ ଏକ ସାମରିକ ଘାଟିରେ ଅବସ୍ଥିତ ଆମେରିକୀୟ ମେରିନ୍ ସୈନ୍ୟଙ୍କ କ୍ୟାମ୍ପକୁ ବାଲାଷ୍ଟିକ କ୍ଷେପଣାସ୍ତ୍ର ଦ୍ୱାରା ଅତି ଭୟଙ୍କର ଆକ୍ରମଣ କରିଛନ୍ତି । ଏହି ପାଲଟା ଆକ୍ରମଣରେ ବହୁସଂଖ୍ୟାରେ ଆମେରିକୀୟ ସୈନିକ ନିହତ ହୋଇଥିବା ନେଇ ଇରାନ ଦାବି କରିଛି, ଯାହା ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁକୁ ଆହୁରି ତୀବ୍ର କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia