Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Donald Trump: 'ଟାରିଫ୍ ଧମକ ଦେଇ ବନ୍ଦ କରିଥିଲି ଭାରତ-ପାକିସ୍ତାନ ଯୁଦ୍ଧ'; ପୁରୁଣା ଦାବି ଦୋହରାଇଲେ ଟ୍ରମ୍ପ, ଜାଣନ୍ତୁ ଭାରତର ଜବାବ

Donald Trump: 'ଟାରିଫ୍ ଧମକ ଦେଇ ବନ୍ଦ କରିଥିଲି ଭାରତ-ପାକିସ୍ତାନ ଯୁଦ୍ଧ'; ପୁରୁଣା ଦାବି ଦୋହରାଇଲେ ଟ୍ରମ୍ପ, ଜାଣନ୍ତୁ ଭାରତର ଜବାବ

ନୂଆଦିଲ୍ଲୀ,୦୧/୦୮: ଇରାନ୍ ସହ ଯୁଦ୍ଧ ଭିତରେ ପୁଣି ବିଳିବିଳେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମନେ ହେଉଛି ପାକିସ୍ତାନ ଉପରେ ଭାରତ କରିଥିବା 'ଅପରେସନ୍ ସିନ୍ଦୂର'କୁ ଭୁଲି ପାରୁନାହାନ୍ତି ଟ୍ରମ୍ପ । ଭାରତ ପାକିସ୍ତାନ ଯୁଦ୍ଧକୁ ନେଇ ପୁଣି ଦାବି ଦୋହରାଇଛନ୍ତି । ପୁରୁଣା ଦାବିକୁ ଦୋହରାଇଛନ୍ତି ଟ୍ରମ୍ପ ।

କ୍ୟାବିନେଟ୍ ସଦସ୍ୟଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ଟାରିଫ୍ ଧମକ ଦେଇ ଭାରତ-ପାକ୍ ଯୁଦ୍ଧ ବନ୍ଦ କରିଥିଲି । ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ଥିଲା । ପରସ୍ପର ୧୧ଟି ବିମାନ ମାରି ଖସାଇଥିଲେ ମୁଁ ଟାରିଫ୍ ଧମକ ଦେଲି । ଯୁଦ୍ଧ ବନ୍ଦ ନ କଲେ ୨୫୦ ପ୍ରତିଶତ ଟାରିଫ୍ ଲଗାଇବି ବୋଲି କହିଥିଲି । ଉଭୟ ଦେଶ ଟାରିଫ୍ ଧମକକୁ ନେଇ ଅସନ୍ତୁଷ୍ଟ ହୋଇଥିଲେ । କିନ୍ତୁ ଦିନକ ପରେ ଦୁଇ ଦେଶ ଫୋନ୍ କରି ଯୁଦ୍ଧ କରିବେନି ବୋଲି କହିଥିଲେ । ଟ୍ରମ୍ପଙ୍କର ଏହି ଦାବିକୁ ପୂର୍ବରୁ ଖଣ୍ଡନ କରି ଆସିଛି ଭାରତ ।

ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦାବିକୁ ଦୋହରାଇ କହିଛନ୍ତି, ଗତ ବର୍ଷ ଅପରେସନ୍ ସିନ୍ଦୂର ସମୟରେ ଭାରତ ଏବଂ ପାକିସ୍ତାନ ଅତ୍ୟନ୍ତ କ୍ରୋଧତ ଏବଂ ଚିତ୍କାର କରିଥିଲେ । ଯୁଦ୍ଧ ବନ୍ଦ ନକଲେ ଭାରୀ ଶୁଳ୍କ ଆଦାୟ କରିବାକୁ ଚେତାବନୀ ଦିଆଯାଇଥିଲା । ଭାରତ ଏବଂ ପାକିସ୍ତାନ ସଂଘର୍ଷ ସମୟରେ ୧୧ଟି ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା । ହେଲେ ଟ୍ରମ୍ପଙ୍କର ଏହି ଦାବିକୁ ଭାରତ ଲଗାତାର ଭାବରେ ଅସ୍ୱୀକାର କରି ଆସିଛି । ପୁରୁଣା ଦାବିକୁ ଦୋହରାଇ ଟ୍ରମ୍ପ ଆହୁରି କହିଛନ୍ତି, ମୁଁ ମୋଟ୍ ୮ଟି ଯୁଦ୍ଧ ବନ୍ଦ କରିଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ସହିତ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି । ଆମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିଛୁ । ୧୧ଟି ବିମାନକୁ ଗୁଳି କରି ଖାସାଇ ଦିଆଯାଇଥିଲା । ପରିସ୍ଥିତି ଉତ୍ତେଜନାମୂଳକ ହୋଇଥିଲା । ମୁଁ ଶୁଳ୍କ ଧମକ ଦେଇଥିଲି । କହିଥିଲି ତୁମେ ଯଦି ଯୁଦ୍ଧ ବନ୍ଦ ନକର ତେବେ ତୁମ ଉପରେ ୨୫୦ ପ୍ରତିଶତ ଟାରିଫ୍ ଲାଗୁହେବ । ସେମାନେ ମୋତେ ଗାଳି ଦେଇଥିଲେ । ଦୁଇ ଦେଶ ଏ ନେଇ ରାଗି ଯାଇଥିଲେ । କିନ୍ତୁ ଦିନକ ପରେ ମୋତେ ଫୋନ୍ କରି ଯୁଦ୍ଧ ବିନ୍ଦ କରିବାକୁ କହିଥିଲେ ।

ଏହା ବି ପଢନ୍ତୁ...ପାକିସ୍ତାନରେ ପଶିଲା କକ୍ରୋଚ୍ ପାର୍ଟି, ବିଦ୍ରୋହ ଭୟରେ ଥରିଲେଣି ଗୃହମନ୍ତ୍ରୀ, ଶେହବାଜ ସରକାରକୁ କରାଇଲେ ସତର୍କ…

ଭାରତ ବାରମ୍ବାର କହିଛି ଯେ, ସାମରିକ ଅଭିଯାନ ମହାନିର୍ଦ୍ଦେଶକ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହିତ ଯୋଗଯୋଗ କରିବା ପରେ ସିନ୍ଦୂର ଅପରେସନ୍ ଯୁଦ୍ଧବିରତି ଉପରେ ରାଜି ହୋଇଥିଲେ । ଯୁଦ୍ଧବିପତିର କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ଲଗାତାର ଭାବରେ ପ୍ରତ୍ୟାଖାନ କରିଆସିଛି ଭାରତ । ପହଲଗାମ ଆତଙ୍କୀ ଆକ୍ରମଣର ଜବାବ ଦେବାକୁ ଭାରତ ଅପରେସନ୍ ସିନ୍ଦୂର ଲଞ୍ଚ କରିଥିଲେ । ଗତବର୍ଷ ମେ ୭ରୁ ୧୦ ମଧ୍ୟରେ ଏହି ଅପରେସନରେ ପାକିସ୍ତାନ ଏବଂ ପିଓକେ ସମେତ ଅନେକ ଆତଙ୍କୀ ଠିକଣାକୁ ମାଟିରେ ମିଶାଇଥିଲେ ଭାରତୀୟ ସେନା । ଏଥିରେ ବିଚଳିତ ହୋଇ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରି ବିଫଳ ହୋଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia