Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
DRDO Defence Plan: ରାଫେଲ କି ବ୍ରହ୍ମୋସ ନୁହେଁ, DRDOର ନୂଆ ମିଶନ୍କୁ ନେଇ ବଢ଼ିଲା ଚର୍ଚ୍ଚା

DRDO Defence Plan: ରାଫେଲ କି ବ୍ରହ୍ମୋସ ନୁହେଁ, DRDOର ନୂଆ ମିଶନ୍କୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ, ୧।୮: ଭାରତ ଏପରି ଏକ ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରୁଛି, ଯେଉଁଥିରେ ରାଫେଲ୍ ଯୁଦ୍ଧ ବିମାନ କିମ୍ବା ବ୍ରହ୍ମୋସ୍, ଅଗ୍ନି-୫ ଭଳି କ୍ଷେପଣାସ୍ତ୍ରର ଆବଶ୍ୟକତା ପଡ଼ିବ ନାହିଁ । ତଥାପି ଶତ୍ରୁ ଶିବିରରେ ଏଭଳି ଧ୍ୱଂସଲୀଳା ସୃଷ୍ଟି ହେବ ଯେ ସେମାନଙ୍କର ମେରୁଦଣ୍ଡ ଭାଙ୍ଗିଯିବ । ପ୍ରକୃତରେ, ଭାରତ ଡ୍ରୋନ୍ ଯୁଦ୍ଧ ଉପରେ ନିଜର ଫୋକସ୍ ବୃଦ୍ଧି କରିଛି ।

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏଭଳି ଏକ ଅତ୍ୟାଧୁନିକ ଡ୍ରୋନ୍ ସିଷ୍ଟମ ବିକଶିତ କରିବାକୁ ଯାଉଛି, ଯାହାକୁ ଶତ୍ରୁଦ୍ଧ୍ୱଂସ କରିବା ଅସମ୍ଭବ ହୋଇପଡ଼ିବ । ଏହି ପ୍ରକଳ୍ପର ନାଁ 'ଡେଭଲପମେଣ୍ଟ ଅଫ୍ କ୍ଲୋଜ୍ ଫରମେସନ୍ ଫ୍ଲାଇଂ ଅଫ୍ ମଲ୍ଟିପଲ୍ ଡ୍ରୋନ୍ସ' ରଖାଯାଇଛି ।

ଷ୍ଟାର୍ଟଅପ୍ ଏବଂ MSMEsକୁ ମିଳିଲା ସୁଯୋଗ:

DRDO ଦେଶର ଷ୍ଟାର୍ଟଅପ୍ ଏବଂ MSME ଗୁଡ଼ିକୁ ଏହି ଅତ୍ୟାଧୁନିକ ସାମରିକ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ବିକଶିତ କରିବା ପାଇଁ ଆମନ୍ତ୍ରଣ କରିଛି । 'ଟେକ୍ନୋଲୋଜି ଡେଭଲପମେଣ୍ଟ ପାଣ୍ଠି' ଯୋଜନା ଅଧିନରେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରକଳ୍ପରେ ବଡ଼ ସାର୍ବଜନୀନ କ୍ଷେତ୍ରର ଉପକ୍ରମଗୁଡ଼ିକୁ ସାମିଲ କରାଯାଇ ନାହିଁ, ଯାହାଫଳରେ ତୃଣମୂଳ ସ୍ତରର ଇନୋଭେସନ୍ ଏବଂ ସ୍ୱଦେଶୀ ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହନ ମିଳିପାରିବ ।

ଏହା ବି ପଢ଼ନ୍ତୁ... RBI Rule: ନକଲି ନୋଟ୍କୁ ନେଇ RBIର ବଡ଼ ପଦକ୍ଷେପ, ସବୁ ବ୍ୟାଙ୍କ ଶାଖାରେ ଲାଗିବ ଡିଟେକ୍ସନ୍ ମେସିନ୍

ଏହି 'ଡ୍ରୋନ୍ ସ୍ୱର୍ମ'ର ବିଶେଷତା କ'ଣ ?

ଏହି ପ୍ରଣାଳୀରେ ଗୋଟିଏ 'ମାଷ୍ଟର ଡ୍ରୋନ୍' ରହିବ, ଯାହା ଅନ୍ୟ ୪୯ଟି 'ସ୍ଲେଭ୍ ଡ୍ରୋନ୍' କୁ ନିୟନ୍ତ୍ରଣ କରିବ । ସମସ୍ତ ୫୦ଟି ଡ୍ରୋନ୍ ପରସ୍ପରଠାରୁ ମାତ୍ର ଅଧା ମିଟର ଅର୍ଥାତ୍ ୫୦୦ ମିଲିମିଟର ଦୂରତାରେ ରହି ସଠିକ୍ ଭାବରେ ଉଡ଼ାଣ ଭରିବେ ଏବଂ ପରସ୍ପର ସହ ଧକ୍କା ହେବେ ନାହିଁ । ଶତ୍ରୁପକ୍ଷ ଯୋଗାଯୋଗ ବ୍ୟବସ୍ଥାକୁ ବାଧାପ୍ରାପ୍ତ କରିବାକୁ ଚେଷ୍ଟା କଲେ ମଧ୍ୟ ଏହି ଡ୍ରୋନ୍ ଗୁଡ଼ିକ ଅତ୍ୟନ୍ତ ସୁରକ୍ଷିତ ଏବଂ ଜାମ୍-ପ୍ରୁଫ୍ କମ୍ୟୁନିକେସନ୍ ସିଷ୍ଟମ ଦ୍ୱାରା ପରିଚାଳିତ ହେବେ । ଏହି ଡ୍ରୋନ୍ ଗୁଡ଼ିକ ୫ ହଜାର ମିଟର ପର୍ଯ୍ୟନ୍ତ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ଏବଂ ୨୦ ମିଟର ପ୍ରତି ସେକେଣ୍ଡ ବେଗରେ ବହୁଥିବା ଦ୍ରୁତ ପବନରେ ମଧ୍ୟ ସ୍ଥିର ରହି କାର୍ଯ୍ୟ କରିପାରିବେ । ପ୍ରତ୍ୟେକ ଡ୍ରୋନ୍ ୨ କିଲୋଗ୍ରାମ ପର୍ଯ୍ୟନ୍ତ ପେଲୋଡ୍ ବୋହିପାରିବ । ଏହାର ବ୍ୟାଟେରୀ ଅତିକମ୍ରେ ୩୦ ମିନିଟ୍ ଧରି ଉଡ଼ାଣ ଭରିବା ସହ ମାତ୍ର ୧୫ ମିନିଟ୍ ମଧ୍ୟରେ ପୁନଃ ଚାର୍ଜ ହୋଇପାରିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia