Dailyhunt
ଦୁର୍ଦ୍ଦାନ୍ତ ଅପରାଧୀ  ସକିଲ୍ ଖାନ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ, କଟକ ଜିଲ୍ଲାପାଳଙ୍କ ମଞ୍ଜୁରି

ଦୁର୍ଦ୍ଦାନ୍ତ ଅପରାଧୀ ସକିଲ୍ ଖାନ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ, କଟକ ଜିଲ୍ଲାପାଳଙ୍କ ମଞ୍ଜୁରି

ତିଗିରିଆ,୦୮/୦୪: ଦୁର୍ଦ୍ଦାନ୍ତ ଅପରାଧୀ ଓ ଗୋ ତସ୍କରଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ । ତିଗିରିଆ ଥାନା କରଡ଼ାପଲ୍ଲୀ ର ଦୁର୍ଦ୍ଦାନ୍ତ ଅପରାଧି ତଥା କୁଖ୍ୟାତ ଗୋ ତସ୍କର ସକିଲ୍ ଖାନ ବିରୋଧରେ ଏନଏସଏ ଲାଗୁ କରିଛି କଟକ ଗ୍ରାମାଞ୍ଚଳ ଥାନା ପୁଲିସ ।ସକିଲଙ୍କୁ ଜାତୀୟ ନିରାପତ୍ତା ଆଇନ ଅଧୀନରେ ଜେଲ୍ରେ ରଖିବାକୁ କଟକ ଜିଲ୍ଲାପାଳ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଜାତୀୟ ନିରାପତ୍ତା ଆଇନ ୧୯୮୦ର ଧାରା ୩ ଅନ୍ତର୍ଗତ ଉପଧାରା (୨) ଅନୁସାରେ ପ୍ରଦତ୍ତ କ୍ଷମତା ବ୍ୟବହାର କରି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ମଞ୍ଜୁରି ଦେଇଛନ୍ତି ।

ଆହୁରି ପଢନ୍ତୁ-ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ଆରମ୍ଭ ହୋଇଛି ଗଣତି ମଣତି ପ୍ରକ୍ରିୟା,କ'ଣ ଅଳଙ୍କାର ଅଛି କହି ପାରିବୁନି କହିଲେ ଜଷ୍ଟିସ ବିଶ୍ୱନାଥ ରଥ

କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ କରଡାପଲି ଗାଁର କୁଖ୍ୟାତ ଗୋ-ମାଫିଆ ସକିଲ ଖାନ୍ଙ୍କୁ ଆଠଗଡ଼ ରାଧାରମଣପୁର, ଆଦର୍ଶ କଏଦୀ କାରାଗାରରେ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ସର୍ବସାଧାରଣ ଶୃଙ୍ଖଳା ରକ୍ଷାରେ ବାଧା ସୃଷ୍ଟି ହେବାର ଆଶଙ୍କା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ।କଟକ ଆରକ୍ଷା ଅଧୀକ୍ଷକ ଗତ ଫେବ୍ରୁଆରୀ ୬ ତାରିଖରେ ସକିଲ୍ ଖାନ୍ଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ କଟକ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି । ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ଆଦେଶ ଅନୁସାରେ ସକିଲ ଖାନ୍ଙ୍କୁ ଜାତୀୟ ନିରାପତ୍ତା ଆଇନ ଅଧୀନରେ ପୁନର୍ବାର ଅଟକ ରଖିବାକୁ ନିର୍ଦ୍ଦେଶ ଜାରି କରିଥିଲେ ।ସୂଚନାଯୋଗ୍ୟ ଗୋ ତସ୍କର ମାମଲାରେ ଗତ ଡିସେମ୍ବର ମାସ ୩୧ ତାରିଖରୁ ଗିରଫ ହୋଇ ଜେଲରେ ଅଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia