ଆଜିର ଦୁନିଆରେ ଡିଗ୍ରୀ ଅପେକ୍ଷା ସ୍କିଲ୍ର ଗୁରୁତ୍ୱ ଅଧିକ । ଆଜିବି ପ୍ରାୟ ମହିଳା ଅଛନ୍ତି, ଯେଉଁମାନେ ବିଭିନ୍ନ କାରଣବଶତଃ ଅଧିକ ପଢିବାର ସୁଯୋଗ ପାଇନଥାନ୍ତି । ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ବରଂ ବିନା ଡିଗ୍ରୀରେ ଏସବୁ କ୍ଷେତ୍ରରେ କ୍ୟାରିଅର ଆରମ୍ଭ କରିପାରିବେ । ଏଥିପାଇଁ ଦରକାର କେବଳ ଆଗ୍ରହ ଓ କୌଶଳ । ଦିନଥିଲା ଡିଗ୍ରୀ ବିନା କ୍ୟାରିଅର ସମ୍ଭବ ହେଉ ନଥିଲା ।
ମାତ୍ର ଏବେ ସମୟ ବଦଳିଛି । ସ୍କିଲ୍କୁ ମିଳୁଛି ଗୁରୁତ୍ୱ । ଚାଲନ୍ତୁ ଦେଖିବା ଏମିତି କେତୋଟି କ୍ଷେତ୍ର, ଯେଉଁଠାରେ ବିନା ଡିଗ୍ରୀରେ କରିହେବ କ୍ୟାରିଅର ।
ଫଟୋଗ୍ରାଫି
ଯଦି ଆପଣଙ୍କ ଭିତରେ ଫଟୋଗ୍ରାଫିକୁ ନେଇ ଆଗ୍ରହ ରହିଥାଏ, ତେବେ ଏହାକୁ ପେସା ରୂପେ ଗ୍ରହଣ କରିପାରିବେ । ଯଦି ଚାହିଁବେ ନିଜର ଦକ୍ଷତାକୁ ବଢାଇପାରିବେ । ଅନ୍ଲାଇନ୍ରେ ବିଭିନ୍ନ କୋର୍ସ ୱାର୍କସପ୍ ମାଧ୍ୟମରେ ଫଟୋଗ୍ରାଫିରେ ଦକ୍ଷତା ବଢାଇ ପାରିବେ । ବିଭିନ୍ନ ଘରୋଇ ଛୋଟ ଛୋଟ କାର୍ଯ୍ୟକ୍ରମରେ ଫଟୋଗ୍ରାଫର୍ ଭାବେ କାମ କରିପାରିବେ । ଏହାଦ୍ୱାରା ଅର୍ଥ ରୋଜଗାର ମଧ୍ୟ ସମ୍ଭବ ।
ଅଭିନୟ
ଯଦି ଆପଣ ଅଭିନୟ କରିବାକୁ ପସନ୍ଦ କରୁଥାନ୍ତି, ତେବେ ନିଜର ଟ୍ୟାଲେଣ୍ଟକୁ ସୋସିଆଲ୍ ମିଡିଆ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ । ଏପରି କରିବା ଦ୍ୱାରା ନିଜକୁ ଜଣେ ଇନଫ୍ଲୁଏନ୍ସର ଭାବେ ପ୍ରତିଷ୍ଠିତ କରିପାରିବେ । ସେହିପରି ଘରେ ବସି ଅଭିନୟ କଳା ମଧ୍ୟ ଶିଖାଇପାରିବେ ।
କଥାକାର
ଯଦି ଆପଣଙ୍କ କଥାରେ ଲୋକମାନଙ୍କୁ ପ୍ରଭାବିତ କରିପାରୁଥାନ୍ତି । ତେବେ କୌଣସି ଏକ ଦିଗ ଚୟନ କରି ସେ ବିଷୟରେ ବିଭିନ୍ନ କଥାମାନ ଉପସ୍ଥାପନ କରିପାରିବେ । ଫଳରେ କଥାକାର ଭାବେ ଲୋକଙ୍କୁ ମନ ଛୁଇଁପାରିବେ । ଏପରିକି ନିଜର ଶ୍ରୋତା ମଧ୍ୟ ବଢାଇପାରିବେ ।
ଚିତ୍ରକର
ଯଦି ଆପଣଙ୍କ ଭିତରେ ଚିତ୍ର ଆଙ୍କିବାର ଦକ୍ଷତା ରହିଥାଏ, ତେବେ ମନଛୁଆଁ ଚିତ୍ର ଆଙ୍କି ବିକ୍ରି କରିପାରିବେ । ପିଲାମାନଙ୍କୁ ଚିତ୍ର ଶିଖାଇପାରିବେ । ଏପରିକି ଅନ୍ଲାଇନରେ ନିଜର ଏହି ଦକ୍ଷତାକୁ ବଢାଇ ଶୀର୍ଷରେ ପହଞ୍ଚାଇ ମଧ୍ୟ ପାରିବେ ।

