Dailyhunt
ଏହି ରାଶିର ବ୍ୟକ୍ତି ଯାନବାହାନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ

ଏହି ରାଶିର ବ୍ୟକ୍ତି ଯାନବାହାନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ

ମେଷ : ନବମ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ରଙ୍କ ପାଇଁ ଦିବା ଘ ୮ ।୪୮ ମିନିଟ୍ ଗତେ ଶୁଭ । କୃଷ୍ଣପକ୍ଷେ ବିଶେଷ ଶୁଭଫଳଦାୟକ ନୁହେଁ । ଅର୍ଥ, ଯଶ, ଶିକ୍ଷାରେ ବାଧା, ଖର୍ଚ୍ଚ ଯୋଗ, କୋଟ୍ କଚେରୀ କାମ ବିଳମ୍ବ, ମାନସିକ ପୀଡ଼ା, ବୃଥା ଖର୍ଚ୍ଚ ଯୋଗ, ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ପରିବାରରେ ମନୋମାଳିନ୍ୟ, ବ୍ୟବସାୟ କର୍ମରେ ଆଶାନୁରୂପ ଫଳ ମିଳିବ ନାହିଁ ।

ଶୁଭ ରଙ୍ଗ : ନାଲି ।

ବୃଷ : ଅଷ୍ଟମ ଚନ୍ଦ୍ର, ଶରୀର ଅସୁସ୍ଥ, କିଛି ଆଘାତ ପାଇପାରନ୍ତି । ଆକସ୍ମିକ କଳହ ଭୟ, କଥାବାର୍ତ୍ତାରେ ସଂଯମତା ରକ୍ଷା କରିବେ । ହଠାତ୍ ଖର୍ଚ୍ଚ ଯୋଗ, ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରିବା ଉଚିତ୍ ନୁହେଁ, କାରଣ କ୍ଷତି ହେବାର ସମ୍ଭାବନା ଅଛି । ମାଲିମକଦ୍ଦମାରେ ବିଶେଷ ଶୁଭଫଳ ପାଇବେ ନାହିଁ । ଦୂରଯାତ୍ରା, ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ ।

ଶୁଭ ରଙ୍ଗ : ଧଳା ଓ ସିଲ୍ଭର ।

ମିଥୁନ : ସପ୍ତମ ଚନ୍ଦ୍ର, ମିତ୍ର ଓ ବନ୍ଧୁ ଦର୍ଶନ, ସାମାନ୍ୟ ଅର୍ଥ ପ୍ରାପ୍ତି, ସମସ୍ତଙ୍କ ମନ ଜିଣିବାରେ ସମର୍ଥ ହେବେ । ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ ଏବଂ ବ୍ୟବସାୟରେ ସାମାନ୍ୟ ଫଳପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ବିଶେଷ ଉନ୍ନତି ହେବ ନାହିଁ । ପୁତ୍ର, ଦୁହିତା କୁଳେ ଖର୍ଚ୍ଚ ହେବାର ସମ୍ଭାବନା ରହିଛି ।

ଶୁଭ ରଙ୍ଗ : ହଳଦିଆ, ଗୋଲାପି ଓ ସବୁଜ ।

କର୍କଟ : ଷଷ୍ଠ ଚନ୍ଦ୍ର ଯୋଗୁ ସାମୟିକ ଫଳପ୍ରାପ୍ତି । ଶତ୍ରୁ ବୃଦ୍ଧି, ବ୍ୟବସାୟ କ୍ଷେତ୍ରରେ ଆୟ ସାମାନ୍ୟ ହେବ । କର୍ମରେ ସ୍ଥାନାନ୍ତର ଯୋଗ ରହିଛି, ମାଲିମକଦ୍ଦମାରେ ସଫଳତା ଲାଭ ଏବଂ କ୍ରୀଡ଼ାବିତ୍ମାନେ ସୁଫଳ ପାଇବେ । ପେଟ ଓ ମୁଣ୍ଡରେ ସାମାନ୍ୟ ପୀଡ଼ା ହୋଇପାରେ ଏବଂ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ତଥା ଦୂର ଯାତ୍ରାର ଯୋଗ ରହିଛି ।

ଶୁଭ ରଙ୍ଗ : ଧଳା ଓ ସିଲ୍ଭର ।

ସିଂହ : ପଞ୍ଚମ ଚନ୍ଦ୍ର, କୃଷ୍ଣପକ୍ଷ ଯୋଗୁ ବିଶେଷ ଶୁଭଦାୟକ ନୁହେଁ । ଗୃହେ ଆନନ୍ଦ, ଭାତୃଭଗ୍ନିଙ୍କ ପାଇଁ କିଛି ଖର୍ଚ୍ଚ, ସାମାଜିକ କର୍ମରେ ଲିପ୍ତ ରହିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ମଧ୍ୟମ ଧରଣର ଫଳ ପାଇବେ ଏବଂ ଶୁଭ କର୍ମରେ ଯୋଗଦାନ କରିପାରନ୍ତି । ବନ୍ଧୁ ଦର୍ଶନ ଯୋଗ ଅଛି । ଦେଇଥିବା ଧନ କିଛି ମାତ୍ରାରେ ମିଳିପାରେ, ଗୃହେ ଆନନ୍ଦ, ଉତ୍ସବ ହେବାର ସମ୍ଭାବନା ରହିଛି ।

ଶୁଭ ରଙ୍ଗ : କମଳା, ନାଲି ଓ ଧଳା ।

କନ୍ୟା : ଚତୁର୍ଥ ଚନ୍ଦ୍ର, କୃଷ୍ଣପକ୍ଷ ଶୁଭ, ବନ୍ଧୁକୁଳେ ଖର୍ଚ୍ଚ, ସାମାନ୍ୟ ମାନସିକ ଅସ୍ଥିର ରହିବେ । ଯାନବାହନ କ୍ରୟ ଯୋଗ, ମିତ୍ର, ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି, ପଡ଼ୋଶୀଙ୍କ ସହିତ ସାମାନ୍ୟ ମନାନ୍ତର ହେବାର ସମ୍ଭାବନା ରହିଛି । କିଛି ନୂତନ ଦ୍ରବ୍ୟ କ୍ରୟର ଯୋଗ ଏବଂ ନୂତନ ବନ୍ଧୁ ଦର୍ଶନ ଯୋଗ ରହିଛି ।

ଶୁଭ ରଙ୍ଗ : ଆକାଶିଆ, ଧଳା ।

ତୁଳା : ତୃତୀୟ ଚନ୍ଦ୍ର, ଘାତବାର, ଆକସ୍ମିକ ଦ୍ରବ୍ୟ ହାନି, ଯାନବାହନ ପ୍ରତି ସତର୍କତା, କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ଶତ୍ରୁତା ସୃଷ୍ଟି ହୋଇପାରେ । ଗୁରୁଜନଙ୍କ ଉପରେ ସାମାନ୍ୟ ପୀଡ଼ା ଦେଇପାରେ । ଆୟରେ ସାମାନ୍ୟ ବାଧା, ଶୁଭକର୍ମରେ ବ୍ୟୟ ଯୋଗ ଏବଂ ଦୂରସ୍ଥାନକୁ ଯାତ୍ରା କରିବା ଶୁଭ ନୁହେଁ ।

ଶୁଭ ରଙ୍ଗ : ଧଳା ।

ବିଛା : ଦ୍ୱିତୀୟ ଚନ୍ଦ୍ର, ମନ ବ୍ୟାକୁଳ, ବୃଥା ଭ୍ରମଣ, ଶରୀରରେ ସାମାନ୍ୟ ପୀଡ଼ା, କୁଟୁମ୍ବେ କଳହ ଭୟ, କର୍ମ କ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ଆର୍ଥିକ ଠକାମିରେ ପଡ଼ିପାରନ୍ତି । ବିଦ୍ୟାର୍ଥୀମାନେ ଆଶାନୁରୂପ ଫଳ ପାଇ ନପାରନ୍ତି ଓ ମାଲିମକଦ୍ଦମା କାର୍ଯ୍ୟରେ ବିଳମ୍ବ ଘଟିପାରେ ।

ଶୁଭ ରଙ୍ଗ : ନାରଙ୍ଗୀ ଓ ହଳଦିଆ ।

ଧନୁ : ଶ୍ରୀଚନ୍ଦ୍ର/ଜନ୍ମ ଚନ୍ଦ୍ର, ମୂଳା ନକ୍ଷତ୍ର ବ୍ୟକ୍ତିମାନେ ଘ ୮ ।୪୮ ମିନିଟ୍ ଗତେ ଶୁଭଫଳ ପାଇବେ । ଅର୍ଥ ଲାଭ, ଗୃହେ ଆନନ୍ଦ, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ଦେଇଥିବା ଧନ ଫେରିପାଇବେ ଏବଂ ଜମିଜମା ବିବାଦର ସମାଧାନ, ନୂତନ କାର୍ଯ୍ୟ ପ୍ରତି ମନ ବଳାଇବେ । ବାଣିଜ୍ୟ କର୍ମରେ ଉନ୍ନତି ପରିଲକ୍ଷିତ ହେବ । କ୍ରୀଡ଼ା ଓ ବିଦ୍ୟାର୍ଥୀମାନେ ସୁଫଳ ପାଇବେ ଓ ମନ ପ୍ରଫୁଲ ରହିବ ।

ଶୁଭ ରଙ୍ଗ : ନାରଙ୍ଗୀ ।

ମକର : ଦ୍ୱାଦଶ ଚନ୍ଦ୍ର, ଶୁଭ କର୍ମରେ ଧନ ବ୍ୟୟ, ଦୂରଯାତ୍ରା ଯୋଗ, ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ବନ୍ଧୁକୁଳେ ଖର୍ଚ୍ଚ, ଆକସ୍ମିକ ଭ୍ରମଣଯୋଗ ରହିଛି । କର୍ମକ୍ଷେତ୍ରରେ ସାମାନ୍ୟ ମାନସିକ ଅଶାନ୍ତି, ପଡ଼ୋଶୀଙ୍କ ଈର୍ଷା ଭାବ ରହିବ । ଗୁରୁଜନଙ୍କ ସ୍ୱାସ୍ଥ୍ୟପ୍ରତି ଚିନ୍ତିତ ରହିପାରନ୍ତି ।

ଶୁଭ ରଙ୍ଗ : ସିଲ୍ଭର ଓ କଳା ।

କୁମ୍ଭ : ଏକାଦଶ ଚନ୍ଦ୍ର ଯୋଗୁ ସାମାନ୍ୟ ଆଘାତ ମିଳିପାରେ । ଯାନବାହନ ପ୍ରତି ସତର୍କତା, ଆୟ କ୍ଷେତ୍ରରେ ବାଧା, ବାଣିଜ୍ୟ, ବ୍ୟବସାୟରେ କ୍ଷତି, ନୂତନ କାର୍ଯ୍ୟ କରିବା ଉଚିତ୍ ନୁହେଁ । ପରିବାରରେ ସାମାନ୍ୟ ମନୋମାଳିନ୍ୟ ଘଟିପାରେ । ନିଜ ଶରୀର ପ୍ରତି ସତର୍କ ରହିବେ ଏବଂ ବାକ୍ ସଂଯମତା ରକ୍ଷା କରିବେ ।

ଶୁଭ ରଙ୍ଗ : ବାଇଗଣୀ, କଳା ଓ ସିଲ୍ଭର ।

ମୀନ : ଦଶମ ଚନ୍ଦ୍ର ଯୋଗୁ ଅର୍ଥ ଲାଭ, ଗୃହେ ଆନନ୍ଦ, ବେଦ ଧର୍ମ କାର୍ଯ୍ୟରେ ଯୋଗଦାନ, ମାଲିମକଦ୍ଦମାରେ ଜୟଯୁକ୍ତ, ଚାକିରୀ କ୍ଷେତ୍ରରେ ପଦୋନ୍ନତି ଘଟିପାରେ । ମିତ୍ର ଓ ବନ୍ଧୁଙ୍କ ସାହାଯ୍ୟ ଲାଭ, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ, ସହଯୋଗ ମିଳିପାରେ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି, ବସନ, ଭୂଷଣ ଲାଭ ହୋଇପାରେ ଓ ମନ ପ୍ରଫୁଲ ରହିବ ।

ଶୁଭ ରଙ୍ଗ : ଗୋଲାପି, ହଳଦିଆ ଏବଂ ଧଳା ।

ଜ୍ୟୋତିର୍ବିଦ୍ : ଅନାମିକା,

ଯୋଗାଯୋଗ : ୯୭୭୭୭୧୧୭୩୩

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia