Friday, 03 Jul, 2.45 pm ପ୍ରମେୟ

ହୋମ
ଏକାଥରକେ ୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟା ପାଇଁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଆଉଟଡୋର ହେଲା ବନ୍ଦ

କଟକ ୩।୭: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଆଉଟଡୋର ୨୪ ଘଣ୍ଟା ପାଇଁ ବନ୍ଦ । କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଗତକାଲି ୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏସସିବି ମେଡିକାଲ ଆଇସୋଲେସନରୁ ୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି ।

ତେବେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ଜିଲ୍ଲାପାଳ କହିଛନ୍ତି ସମସ୍ତ ପଜିଟିଭଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ତେବେ ଅଧିକ ଟେଷ୍ଟିଂ ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଚାର୍ଯ୍ୟ ହରିହର କର୍କଟସ କେନ୍ଦ୍ରରେ ୪୦୦ ରୁ ଉର୍ଦ୍ଧ୍ବ କରୋନା ପରୀକ୍ଷା କରାଯାଇଛି ।

ତେବେ କରୋନା ଚିହ୍ନଟ ହେବା ପରେ ଏସସିବି ଓ କର୍କଟ କେନ୍ଦ୍ରକୁ ଲଗାତାର ଭାବେ ସାନିଟାଇଜେସନ କରାଯାଉଛି । ଏଥିସହ କିଭଳି ସେହି ଅଞ୍ଚଳ ଭିତରେ କରୋନା ସୀମିତ ରହିବ ସେନେଇ ଉଭୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ପଦକ୍ଷପ ନିଆଯାଉଛି । ତେବେ ପୂର୍ବରୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତକାଲିର ୫୫ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ କର୍କଟ କେନ୍ଦ୍ରରୁ ମୋଟ୍ ୭୧ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲିର ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରେ ୩୬ ଜଣ ରୋଗୀ ଙ୍କ ସମ୍ପର୍କୀୟ ୧୮ ଜଣ ରୋଗୀ ଓ ଅନ୍ୟ ଜଣେ ନର୍ସଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top