Dailyhunt
FIFA Ranking 2026: ଫିଫା ମାନ୍ୟତା ତାଲିକାର ଶୀର୍ଷ​‌ରେ ଫ୍ରାନ୍ସ, ୧୩୬ତମ ସ୍ଥାନରେ ଭାରତ

FIFA Ranking 2026: ଫିଫା ମାନ୍ୟତା ତାଲିକାର ଶୀର୍ଷ​‌ରେ ଫ୍ରାନ୍ସ, ୧୩୬ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୦୨/୦୪: ଫିଫା ମାନ୍ୟତା ତାଲିକାରେ ଫ୍ରାନ୍ସ ଦୁଇଟି ସ୍ଥାନ ଉପରକୁ ଉଠି ଶୀର୍ଷ ସ୍ଥାନ ହାସଲ କରିଛି । ସ୍ପେନ ଓ ଆର୍ଜେଣ୍ଟିନା ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସି ଆସି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଫ୍ରାନ୍ସ ତା'ର ଶେଷ ୫ଟି ମ୍ୟାଚ୍‌ରେ ଗୋଟିଏ ଡ୍ର' ରଖିବାବେଳେ କ୍ରମାନ୍ୱୟରେ ୪ଟି ମ୍ୟାଚ୍ରେ ବିଜୟୀ ହୋଇଛି ।

ସେମିତି ୫ଟି ମ୍ୟାଚରୁ ୩ଟି ଜିତିଛି ଏବଂ ୨ଟି ଡ୍ର' ରଖିଛି । ଆର୍ଜେଣ୍ଟିନା ସମସ୍ତ ୫ଟି ମ୍ୟାଚ୍ ଜିତିଥିଲେ ବି ଗୋଟିଏ ସ୍ଥାନ ତଳକୁ ଖସି ଆସିଛି । ଭାରତୀୟ ଦଳର ୧୩୬ତମ ସ୍ଥାନକୁ ଉନ୍ନୀତ ହୋଇଛି ।

ଭାରତ ଶେଷ ୪ଟି ମ୍ୟାଚରୁ ୨ଟି ଡ୍ର', ୨ଟି ପରାଜୟ ଏବଂ ଗୋଟିଏ ମ୍ୟାଚ ଜିତିଛି । ଫଳରେ ଦଳର ମାନ୍ୟତାରେ ୫ଟି ସ୍ଥାନ ଉନ୍ନତି ଘଟିଛି । ଭାରତ ଉପରକୁ ଫିଲିପାଇନ୍ସ, କୁଏତ ଓ କଙ୍ଗୋ ଦଳ ରହିଛନ୍ତି ।

ମାଲେସିଆର ସର୍ବାଧିକ ୧୭ଟି ସ୍ଥାନ ଅବନତି ଘଟିଛି । ଦଳ ୧୩୮ତମ ସ୍ଥାନକୁ ଖସି ଆସିଛି । ଭିଏତନାମର ସର୍ବାଧିକ ୯ଟି ସ୍ଥାନ ଉନ୍ନତି ହୋଇଛି । ଫଳରେ ଦଳ (୯୯) ଶ୍ରେଷ୍ଠ ଶହେ ମଧ୍ୟରେ ପ୍ରବେଶ କରିଛି ।

ଅଧିକ ପଢ଼ନ୍ତୁ :- ଅଳିଆ ଉଠାଇଲେ ହେଡେନ୍, ସୋସିଆଲ ମିଡିଆ ଭିଡିଓ ଭାଇରାଲ

ଇଂଲଣ୍ଡ ମାନ୍ୟତାରେ ଚତୁର୍ଥ, ପର୍ତ୍ତୁଗାଲର ଗୋଟିଏ ସ୍ଥାନ ଉନ୍ନତି ଘଟି ପଞ୍ଚମ, ବ୍ରାଜିଲ ଗୋଟିଏ ସ୍ଥାନ ଅବନତି ଘଟି ଷଷ୍ଠ ଏବଂ ନେଦରଲାଣ୍ଡସ, ମରୋକ୍କୋ, ବେଲଜିୟମ ଓ ଜର୍ମାନୀ ସପ୍ତମରୁ ଦଶମ ସ୍ଥାନରେ ରହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia