Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Flood: ବନ୍ୟା କେବେ ଆସିବ, କେଉଁଠି ମାଡ଼ିବ ଆଗୁଆ କାହିଁକି ମିଳେନି ଆଲର୍ଟ ? ଜାଣନ୍ତୁ ବୈଜ୍ଞାନିକ କାରଣ

Flood: ବନ୍ୟା କେବେ ଆସିବ, କେଉଁଠି ମାଡ଼ିବ ଆଗୁଆ କାହିଁକି ମିଳେନି ଆଲର୍ଟ ? ଜାଣନ୍ତୁ ବୈଜ୍ଞାନିକ କାରଣ

୨୯।୮: ବନ୍ୟା ଆସିବା ପୂର୍ବରୁ କାହିଁକି ମିଳିପାରେନି ସୁନାମି ଭଳି ଚେତାବନୀ ? ପ୍ରଶ୍ନ ଅତି ସାଧାରଣ… କିନ୍ତୁ ଏହାର ଉତ୍ତର ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ । ନେପାଳରେ ପ୍ରକୃତିର ଭୟଙ୍କର ତାଣ୍ଡବ ! ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ଏ ଭୟଙ୍କର ବନ୍ୟା ପରେ ମନରେ ବଡ଼ ପ୍ରଶ୍ନ- ସୁନାମୀ ଭଳି ବନ୍ୟାର ସଠିକ୍ ପୂର୍ବାନୁମାନ କାହିଁକି ହୋଇପାରୁନି ?

ବନ୍ୟା ଆସିବା ପୂର୍ବରୁ କାହିଁକି ସଠିକ୍ ଭାବେ କୁହାଯାଇପାରେନି ଯେ କେଉଁଠି, କେତେ ପାଣି ଆସିବ ? ଆଉ ଯଦି ସୁନାମି ପାଇଁ ଚେତାବନୀ ବ୍ୟବସ୍ଥା ଅଛି । ତାହେଲେ ବନ୍ୟା କ୍ଷେତ୍ରରେ ଏତେ ବଡ଼ ଅସୁବିଧା କାହିଁକି ? ପ୍ରତିବର୍ଷ ଏତେ ଧନଜୀବନ ହାନି ପୂର୍ବରୁ ଆମେ କାହିଁକି ସତର୍କ ହୋଇପାରୁନାହୁଁ ? ଆସନ୍ତୁ ଜାଣିବା ଏହାର ସସପେନ୍ସ ଓ ବୈଜ୍ଞାନିକ କାରଣ !

ପ୍ରଥମେ ଜାଣିବା ବନ୍ୟାର ପୂର୍ବାନୁମାନ କିପରି ହୁଏ ? ବନ୍ୟା ଆସିବା ପୂର୍ବରୁ ପାଣିପାଗ ବିଭାଗ ଓ ବୈଜ୍ଞାନିକମାନେ ଅନେକ ତଥ୍ୟ ଉପରେ ନଜର ରଖନ୍ତି । ରାଡାର୍, ସାଟେଲାଇଟ୍ ଏବଂ ଗ୍ରାଉଣ୍ଡ ସେନ୍ସରରରୁ ମିଳୁଥିବା ରିୟଲ୍-ଟାଇମ୍ ଡାଟା ଆଧାରରେ ଅନୁମାନ କରାଯାଏ ଯେ କେତେ ପାଣି ନଦୀକୁ ଆସିପାରେ । ମାଟିର ଆର୍ଦ୍ରତା, ବର୍ଷାର ତୀବ୍ରତା ଓ ନଦୀର ଜଳସ୍ତରକୁ ପ୍ରତି ମୁହୂର୍ତ୍ତରେ ମପାଯାଏ । ସାଧାରଣ ବନ୍ୟା ପାଇଁ ଏସବୁ କାମ କରେ, ମାତ୍ର ସବୁ ଗଣିତ ବିଗାଡ଼ିଦିଏ 'ଫ୍ଲାସ୍ ଫ୍ଲଡ୍' ଅର୍ଥାତ୍ ଅଚାନକ ଆସୁଥିବା ବନ୍ୟା । ମନେକରନ୍ତୁ କୌଣସି ପାହାଡ଼ିଆ କିମ୍ବା ସୀମିତ ଅଞ୍ଚଳରେ ହଠାତ୍ ବାଦଲଫଟା ବର୍ଷା ହେଲା, ସେତେବେଳେ ଚେତାବନୀ ସିଷ୍ଟମ୍ ସକ୍ରିୟ ହେବାକୁ ଓ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ସମୟ ମିଳେନାହିଁ । ଖାଲି ସେତିକି ନୁହେଁ, ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ମୌସୁମୀର ପାରମ୍ପରିକ ଢାଞ୍ଚା ସମ୍ପୂର୍ଣ୍ଣ ବଦଳିଯାଇଛି । କେଉଁଠି କମ୍ ସମୟରେ ଅଧିକ ବର୍ଷା, କେଉଁଠି ଦୀର୍ଘ ସମୟ ଧରି ଶୁଖିଲା ପାଗ । ଫଳରେ ପୁରୁଣା ମଡେଲ୍ କାମ କରୁନି । ତା' ସହିତ ନଦୀରେ ଜମୁଥିବା ପଟୁ ମଧ୍ୟ ବନ୍ୟାର ଗତିପଥ ବଦଳାଇପାରେ । ଫଳରେ ବନ୍ୟା ଜଳ କେଉଁ ଦିଗକୁ ମାଡ଼ିଯିବ ଏବଂ କେଉଁ ଗାଁ କି ସହରକୁ ବୁଡ଼ାଇବ, ତାହା ଆଗରୁ ଆକଳନ କରିବା ଅସମ୍ଭବ ହୋଇପଡ଼ୁଛି ।"

Nepal Flood: ନେପାଳରେ ଆଉ ଏକ ଜଳପ୍ରଳୟ ଆଶଙ୍କା; ଛାତି ଧଡ଼ଧଡ଼ କରୁଛି ଚୀନ୍ର ଗୁପ୍ତ ସନ୍ଦେଶ, ଭାଙ୍ଗିପାରେ ବରଫ ହ୍ରଦ

ସାଧାରଣତଃ ଲୋକେ ଭାବନ୍ତି ଯେ ସୁନାମୀର ପୂର୍ବାନୁମାନ ବନ୍ୟାଠାରୁ ସହଜ। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ସୁନାମୀ ସମୁଦ୍ର ଭିତରେ ଆସୁଥିବା ଭୂକମ୍ପରୁ ସୃଷ୍ଟି ହୁଏ । ଭୂକମ୍ପ କେବେ ଆସିବ ତାହା କେହି ଜାଣିପାରନ୍ତି ନାହିଁ । କିନ୍ତୁ ଥରେ ସମୁଦ୍ରରେ ସୁନାମୀ ଲହଡ଼ି ସୃଷ୍ଟି ହୋଇଗଲେ, ଖୋଲା ସମୁଦ୍ରରେ ଏହାର ଗତି ଓ ଉଚ୍ଚତା ମାପିବା ଗାଣିତିକ ଦୃଷ୍ଟିକୋଣରୁ ସହଜ ହୋଇଥାଏ । ଅନ୍ୟପଟେ, ସ୍ଥଳଭାଗରେ ବୋହିଯାଉଥିବା ବନ୍ୟା ଜଳ ପାହାଡ଼, ଘାଟି, ମାଟିର ପାଣି ଶୋଷିବା କ୍ଷମତା ଏବଂ ମଣିଷ ତିଆରି କୋଠାବାଡ଼ି ଦ୍ୱାରା ନିୟନ୍ତ୍ରିତ ହୁଏ । ତେଣୁ ବନ୍ୟା ଆସିବ ବୋଲି ଜଣାପଡ଼ିଲେ ବି, ପାଣି କେଉଁ ପଏଣ୍ଟରେ କେତେ ଭୟଙ୍କର ରୂପ ନେବ, ତାହାର ନିର୍ଭୁଲ୍ ଗଣନା କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ନେପାଳର ଏହି କରୁଣ ଚିତ୍ର ଆମକୁ ପୁଣି ଥରେ ପ୍ରକୃତିର ଶକ୍ତି ଓ ଆମର ପ୍ରଯୁକ୍ତିଗତ ସୀମାରେଖା ବିଷୟରେ ଚେତାଇ ଦେଇଛି । ବିଜ୍ଞାନ ଯେତେ ଆଗେଇଲେ ବି ପ୍ରକୃତିର ପ୍ରହାର ଆଗରେ ମଣିଷ ଆଜି ବି ଅସହାୟ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia