Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା: ଆସନ୍ତାକାଲି ମାଟ୍ରିକ୍, ତୃତୀୟ ସପ୍ତାହରେ ଯୁକ୍ତ-୨ ରେଜଲ୍ଟ, ପ୍ରଥମ ଥର ଓଡ଼ିଆରେ ମିଳିବ ଦଶମ ସାର୍ଟିଫିକେଟ୍

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା: ଆସନ୍ତାକାଲି ମାଟ୍ରିକ୍, ତୃତୀୟ ସପ୍ତାହରେ ଯୁକ୍ତ-୨ ରେଜଲ୍ଟ, ପ୍ରଥମ ଥର ଓଡ଼ିଆରେ ମିଳିବ ଦଶମ ସାର୍ଟିଫିକେଟ୍

ଭୁବନେଶ୍ବର, ୦୧/୦୫: ଚଳିତ ଥର ଓଡ଼ିଆରେ ମିଳିବ ଦଶମ ସାର୍ଟିଫିକେଟ୍ । ମାଟ୍ରିକରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଲେଖାଥିବା ସାର୍ଟିଫିକେଟ୍ ମିଳିବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେହିପରି ଆସନ୍ତା ମେ' ତୃତୀୟ ସପ୍ତାହରେ ଯୁକ୍ତ-୨ ରେଜଲ୍ଟ ବାହାରିବ ।

ମେ' ଦୁଇ ତାରିଖ ଅର୍ଥାତ୍ ଆସନ୍ତାକାଲି ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବ । ଅପରାହ୍ଣ ୪ଟା ରେ ୱେବସାଇଟରେ ଫଳାଫଳ ଉପଲବ୍ଧ ହେବ । ପରୀକ୍ଷାର୍ଥିମାନେ ସଂଧ୍ୟାରେ ୬ଟାରେ ଅନଲାଇନ୍ ମାଧ୍ୟମରେ ନିଜର ରେଜଲ୍ଟ ଦେଖିପାରିବେ । ଏଥିପାଇଁ ସେମାନଙ୍କୁ https://www.bseodisha.ac.in , https://www.bseodisha.nic.in ୱେବସାଇଟକୁ ଲଗଅନ୍ କରିବାକୁ ପଡ଼ିବ । ସେଠାରେ ସର୍ଚ୍ଚ ବାରରେ ରୋଲ୍ ନଂ ଏଣ୍ଟ୍ରି କରି ରେଜଲ୍ଟ ଜାଣିପାରିବେ । ସେହିପରି ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ । OR 10(Roll no) ଟାଇପ୍ କରି 5676750 ମେସେଜ୍ ପଠାଇଲେ ରେଜଲ୍ଚ ଆସିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia