Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗର୍ଜିଲା ଅଭିଷେକଙ୍କ ବ୍ୟାଟ୍, ୯୧ ବଲରୁ ହାସଲ କଲେ ୨୩୩ ରନ୍

ଗର୍ଜିଲା ଅଭିଷେକଙ୍କ ବ୍ୟାଟ୍, ୯୧ ବଲରୁ ହାସଲ କଲେ ୨୩୩ ରନ୍

ନୂଆଦିଲ୍ଲୀ: ଲଗାତାର ଖରାପ ଫର୍ମ ପାଇଁ ଚର୍ଚ୍ଚାରେ ରହିଥିଲେ ଟିମ୍ ଇଣ୍ଡିଆର ଟି-୨୦ ଦଳର ଓପନର ବ୍ୟାଟ୍ସ୍ୟାନ ଅଭିଷେକ ଶର୍ମା । ହେଲେ ନିଜର ଦମଦାର ପାଳି ବଳରେ ପୁଣିଥରେ ସମାଲୋଚକଙ୍କୁ ଦେଇଛନ୍ତି ଉଚିତ୍ ଜବାବ । ଖେଳାଯାଉଥିବା ଦିନିକିଆ ମ୍ୟାଚରେ ବୋଲରଙ୍କୁ କରିଛନ୍ତି ଧରାଶାୟୀ । ୯୧ ବଲରୁ ୨୩୩ ରନ ସଂଗ୍ରହ କରି ଏକ ରେକର୍ଡ ସ୍ଥାପନ କରିଛନ୍ତି ।

ତେବେ ଘରୋଇ କ୍ରିକେଟରେ ସେ ଏହି ରେକର୍ଡ ସ୍ଥାପନ କରିଛନ୍ତି । ଘରୋଇ କ୍ରିକେଟରେ ସେ ଏପରି ବିଧ୍ୱଂସୀ ବ୍ୟାଟିଂ କରିଛନ୍ତି ଯେ ବିରୋଧୀ ଦଳର ବୋଲରମାନେ ଛାନିଆ ହୋଇଯାଇଛନ୍ତି। ପଞ୍ଜାବ ଇଣ୍ଟର-ଡିଷ୍ଟ୍ରିକ୍ଟ ସିନିୟର ଟୁର୍ଣ୍ଣାମେଣ୍ଟ (ପଞ୍ଜାବ ଆନ୍ତଃ-ଜିଲ୍ଲା ଦିନିକିଆ ମ୍ୟାଚ୍) ରେ ଅଭିଷେକ ଏକ ଦ୍ୱିଶତକୀୟ ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏହି ମ୍ୟାଚରେ ଅମୃତସର ଦଳ ତରଫରୁ ଖେଳୁଥିବା ଅଭିଷେକ ଶର୍ମା 'ତରନତାରନ' ଦଳ ବିପକ୍ଷରେ ମୈଦାନକୁ ଓହ୍ଲାଇଥିଲେ। ସେ ମାତ୍ର ୯୧ଟି ବଲର ସମ୍ମୁଖୀନ ହୋଇ ୨୩୩ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ । ଏହି ଇନିଂସରେ ସେ ୨୫ଟି ବିଶାଳ ଛକା ଏବଂ ୧୫ଟି ଚୌକା ମାରିଥିଲେ । ଅର୍ଥାତ୍ ନିଜର ୨୩୩ ରନ ମଧ୍ୟରୁ ୨୧୦ ରନ କେବଳ ଚୌକା ଏବଂ ଛକା ମାଧ୍ୟମରେ ହିଁ ସେ ହାସଲ କରିଥିଲେ । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୫୬.୦୪ ରହିଥିଲା ।

ଅଭିଷେକଙ୍କ ଏହି ଦମଦାର ବ୍ୟାଟିଂ ବଳରେ ତାଙ୍କ ଦଳ ଅମୃତସର ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୫୩୩ ରନର ଏକ ବିଶାଳ ସ୍କୋର ଠିଆ କରିବାରେ ସଫଳ ହୋଇଥିଲା । ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଆଗରେ ବିପକ୍ଷ ଦଳର କୌଣସି ବୋଲରଙ୍କୁ ସେ ଛାଡି ନଥିଲେ । ସମସ୍ତଙ୍କୁ ଧରାଶାୟୀ କରିବା ସହ ଦର୍ଶକଙ୍କ ମନମୋହିଥିଲେ ।

ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଖାସ୍ ପ୍ରଦର୍ଶନ କରିପାରିନଥିବା ଏହି ଷ୍ଟାର ଖେଳାଳିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । କିନ୍ତୁ ଏବେ ଘରୋଇ ମ୍ୟାଚରେ ତାଙ୍କର ଏହି ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଦେଇଛି ଏବଂ ସମାଲୋଚକଙ୍କୁ କଡ଼ା ଜବାବ ଦେଇଛି । ତାଙ୍କର ଏହି ବିଧ୍ୱଂସୀ ବ୍ୟାଟିଂର ସ୍କୋରକାର୍ଡ ଏବଂ ଛକା ମାରୁଥିବାର କିଛି ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ (ଏକ୍ସ/ଟ୍ୱିଟରରେ) ଖୁବ୍ ଭାଇରାଲ୍ ହେବାରେ ଲାଗିଛି । କ୍ରିକେଟ୍ ପ୍ରଶଂସକମାନେ ଏହାକୁ ଖୁବ୍ ସେୟାର୍ କରିବା ସହ ତାଙ୍କର ଏଭଳି ଫର୍ମକୁ ଭୂୟସୀ ପ୍ରଶଂସା କରୁଛନ୍ତି ।

ଏହାସହ ପଢ଼ନ୍ତୁ : Sachin Tendulkar Friendship Day: ଫ୍ରେଣ୍ଡସିପ୍ ଡେ'ରେ ହୃଦୟ ଜିତିଲା ମାଷ୍ଟର ବ୍ଲାଷ୍ଟରଙ୍କ ପୋଷ୍ଟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia