Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୋଟିଏ ଦିନରେ ୩ ଦୁର୍ଘଟଣା  ୧୯ ମୃତ ୨୧ ଆହତ

ଗୋଟିଏ ଦିନରେ ୩ ଦୁର୍ଘଟଣା ୧୯ ମୃତ ୨୧ ଆହତ

ନୂଆଦିଲ୍ଲୀ ୨୨/୧୧: ଅଶୁଭ ରବିବାରରେ ଘଟିଛି ୩ ଦୁର୍ଘଟଣା । ୧୯ ଜଣ ମୃତ, ୨୧ ଗୁରତର ରହିଛନ୍ତି। ଏଭିତରୁ ଦୁଇଟି ଭୟଙ୍କର ଦୁର୍ଘଟଣା ରାଜସ୍ଥାନରେ ଘଟିଥିବା ବେଳେ ଅନ୍ୟଟି ଗୁଜରାଟରେ ଘଟିଛି । ବୁଲିବାକୁ ଯାଇଥିଲେ ଗୁଜରାଟ କଚ୍ଛର ଧଳା ରଣ, ଫେରିବା ବାଟରେ ଚାଲିଗଲା ଜୀବନ। ଗୋଟିଏ କାରରେ ଥିବା ୭ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

ମୃତକଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ସେନାର ଯବାନ ଥିବାବେଳେ ତିନି ଜଣ ଛୋଟ ପିଲା,ତା ସହ ଗୁଜରାଟର କଚ୍ଛ ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଉତ୍ତରାଖଣ୍ଡର ଗଡ଼ୱାଲ ଅଞ୍ଚଳର ଦୁଇଟି ପରିବାରର ୭ ଜଣଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ସେନା ଯବାନ ଏବଂ ତିନି ଜଣ ଶିଶୁ ରହିଛନ୍ତି। ଛୁଟି କାଟିବାକୁ ଗୁଜରାଟ ଆସିଥିବା ପରିବାର ପାଇଁ ଏହି ଯାତ୍ରା ଶେଷ ଯାତ୍ରା ପାଲଟିଯାଇଛି।

ଠିକ ସେହିପରି ଗତକାଲି ବିଳମ୍ବିତ ରାତିରେ କୋଟା-ଉଦୟପୁର ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୯ଜଣଙ୍କ ମୃତ୍ୟୁ ହୋଇଛି । ରାଜପଥ କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଦ୍ରୁତଗାମୀ ଗାଡ଼ି ପଛପଟୁ ଧକ୍କା ଦେବାରୁ ଶିଶୁଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୟଙ୍କର ଦୁର୍ଘଟଣାରେ ଅନ୍ୟ ୬ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତାହତମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣା ପଡିଛି ।ଆଉ ଗୋଟିଏ ଦୁଖଦଃ ଘଟଣା ଘଟିଛି,ରାଜସ୍ଥାନର ଯୋଧପୁରରେ ଗତକାଲି ମଧ୍ୟରାତ୍ରିରେ ଆଉ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଏବଂ ଟ୍ରାଭେଲ୍ ଟେମ୍ପୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଏବଂ ଆହତ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି। ଏହି ପରିବାର ଗୁଜରାଟରୁ ରାମଦେବରା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ପୋଲିସ ଘଟଣା ନେଇ ତଦନ୍ତ ଆରମ୍ଭ କରିଛି।ଏହି ଘଟଣା ଗୁଡ଼ିକ ପୁଣିଥରେ ଜାତୀୟ ରାଜପଥରେ ସଡ଼କ ସୁରକ୍ଷା ଏବଂ ଦ୍ରୁତଗତିରେ ଗାଡ଼ି ଚାଳନାକୁ ନେଇ ପ୍ରଶ୍ନ ଉଠାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia