Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଘଞ୍ଚ ଜଙ୍ଗଲରୁ ଆଣିଲେ ମୂତୁରୀ ଦାନ୍ତକାଠି, ମହାପ୍ରଭୁଙ୍କୁ କଲେ ସମର୍ପଣ...

ଘଞ୍ଚ ଜଙ୍ଗଲରୁ ଆଣିଲେ ମୂତୁରୀ ଦାନ୍ତକାଠି, ମହାପ୍ରଭୁଙ୍କୁ କଲେ ସମର୍ପଣ...

ପୁରୀ,୨୭/୦୮: ଘଞ୍ଚ ଜଙ୍ଗଲ । ଗୁମ୍ଫା ନିକଟରେ ଦିଶିଲା ମୂତୁରୀ ଦାନ୍ତକାଠି ଗଛ । ଯାଇଥିଲି ଅନ୍ୟ କାର୍ଯ୍ୟରେ । ଠାକୁରେ ହିଁ ପ୍ରେରିତ କଲେ । ମୋ ଆଖି ସାମ୍ନାରେ ଏତେ ପରିମାଣର ଦାନ୍ତକାଠି ଗଛ ଦେଖାଇଦେଲେ । ଠାକୁରଙ୍କ ପାଇଁ ଏହି ମୂତୁରୀ ଦାନ୍ତକାଠି ନେବାକୁ ଲୋଭ ହେଲା । ଗଛ ଲତା ଘେରା ହୁଙ୍କା ଓ ଗୁମ୍ଫାକୁ ମାଡ଼ିଥାଏ ଗଛ ।

ଯେତିକି ଆଗ୍ରହ ହେଉଥାଏ ସେତିକି ଭୟ ବି ଲାଗୁଥାଏ । ଠାକୁରଙ୍କୁ ଡାକି ଡାକି ଗଛ ନିକଟକୁ ଯାଇ ଦାନ୍ତକାଠି ସଂଗ୍ରହ କଲି । ଗୁରୁବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉକ୍ତ ଦାନ୍ତକାଠି ବିଡ଼ା ଗାରଦରେ ଦେବା ସମୟରେ ସେମାନେ ମଧ୍ୟ ଖୁସି ହୋଇଥିଲେ । ଜୀବନ ଥିବା ଯାଏ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହିଭଳି ଦାନ୍ତକାଠି ଯୋଗାଇବାକୁ ଠାକୁରେ ମୋତେ ପ୍ରେରଣା ଦିଅନ୍ତୁ ବୋଲି ସମ୍ବିତ କୁମାର ନାୟକ କହିଛନ୍ତି ।

ଶ୍ରୀମନ୍ଦିରରେ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମ, ନୀତି ପାଇଁ ମାର୍କଣ୍ଡ ପୁଷ୍କରିଣୀକୁ ମହାପ୍ରଭୁ ସୁଦର୍ଶନଙ୍କ ବିଜେ

ସମ୍ବିତ କୁହନ୍ତି, ତାଙ୍କ ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା । ପୁରୀରେ ଏକ ଘରୋଇ ଅନୁଷ୍ଠାନରେ ଚାକିରି କରନ୍ତି । ତାଙ୍କର ଇଷ୍ଟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ । ପ୍ରତିଦିନ ସକାଳେ ଠାକୁରଙ୍କ ମଙ୍ଗଳ ଆଳତି ସମୟରେ ଦର୍ଶନ କରିବା ସହ ରଥଶର୍ମାଙ୍କ ସାଙ୍ଗରେ ଥାଇ ଠାକୁରଙ୍କ ନାମ ଭଜନ କରେ । ମୁତୂରୀ ଦାନ୍ତକାଠି ଠାକୁରଙ୍କ ପ୍ରାତଃ ନିତ୍ୟକର୍ମ ନୀତିରେ ଆବଶ୍ୟକ ହେଉଥିବା ଜଣାଥିଲା । ବହୁ ସମୟରେ ଠାକୁରଙ୍କ ନୀତି ପାଇଁ ଏହି ଜିନିଷ ଖୋଜିବାକୁ ପଡ଼ୁଛି । ମୋର ଏକ ବ୍ୟକ୍ତିଗତ କାର୍ଯ୍ୟରେ ନୟାଗଡ଼ ଜଙ୍ଗଲକୁ ଯାଇଥିଲି । ସେଠାରେ ମୋ ଜିନିଷ ସଂଗ୍ରହ କରିବା ଭିତରେ ଠାକୁରେ ହିଁ ତାଙ୍କ ଜିନିଷ ପ୍ରତି ମୋର ଦୃଷ୍ଟିକୁ ଆଣିଦେଲେ । ଏତେ ବଡ଼ ବଡ଼ ଓ ଅଧିକ ପରିମାଣର ଦାନ୍ତକାଠି ଦେଖି ମହାପ୍ରଭୁଙ୍କ ସେବାରେ ଦାନ୍ତକାଠି ଲାଗୁ ବୋଲି ଚିନ୍ତା କଲି । ଭୀଷଣ ବର୍ଷା ପବନ ଚାଲିଥାଏ । ଜଙ୍ଗଲକୁ ପାଣିପାଗ ଯୋଗୁଁ ଡର ତ ଲାଗୁଥାଏ । ବର୍ଷା ଟିକିଏ ଥମିବାରେ ଶେଷକୁ ଭଗବାନଙ୍କୁ ଡାକି ଜଙ୍ଗଲ ଭିତରକୁ ଯାଇ ସଂଗ୍ରହ କଲି । ୩ ଫୁଟିଆ ଭଳି ଦାନ୍ତକାଠି ପ୍ରାୟ ୨୫ଟି ଦେଇଥିବା ଜଣାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia