Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଘରୋଇ ବସ୍ ମାଲିକ ସଂଘର ଚେତାବନୀ : ୧୦ ଦିନରେ ବଢାଅ ବସ୍ ଭଡା, ନ ହେଲେ ଧର୍ମଘଟ

ଘରୋଇ ବସ୍ ମାଲିକ ସଂଘର ଚେତାବନୀ : ୧୦ ଦିନରେ ବଢାଅ ବସ୍ ଭଡା, ନ ହେଲେ ଧର୍ମଘଟ

ଭୁବନେଶ୍ବର, ୩୦।୫ : ବସ୍ ଭଡା ନଵଢିଲେ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ଚେତାବନୀ।ଡିଜେଲ ସହ ବସ୍ ଵ୍ୟଵସାୟରେ ଆନୁସଙ୍ଗିକ ଜିନିଷର ମୂଲ୍ୟ ବୃଦ୍ଧି ଘଟିଛି। ଏହା ସହ ଵୀମା ଓ ଟିକସ୍ ମଧ୍ୟ ବଢିଛି। ଏଭଳି ପରିସ୍ଥିତିରେ ସର୍ବନିମ୍ନ ବସ୍ ଭଡା ବୃଦ୍ଧି ନହେଲେ ଯାତ୍ରା ପରିବହନ ଵ୍ୟଵସାୟ କରିଵା ଅସମ୍ଭଵ ବୋଲି କହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ।ଏ ନେଇ ଶନିବାର କଟକରେ ଆୟୋଜିତ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହେଵା ସହ ବସ୍ ଭଡା ସଂଶୋଧନ ପାଇଁ ସରକାରଙ୍କୁ ୧୦ଦିନ ମହଲତ ଦିଆଯାଇଛି।

ସରକାର ୧୦ଦିନ ଭିତରେ କିଛି ନିଷ୍ପତ୍ତି ନନେଲେ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ମାଲିକ ସଂଘ ବାଧ୍ୟ ହେଵ ଵୋଲି କହିଛି। ସରକାର ଦାବି ନଶୁଣିଲେ ଜୁନ୍ ୧୦ପରେ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ବସ୍ ମାଲିକ ସଂଘର ନିଷ୍ପତ୍ତି। କଟକରେ ଆୟୋଜିତ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟକାରିଣୀ ବୈଠକରେ ଏହି ଭଳି ନିଷ୍ପତ୍ତି ନିଆଯାଇଛି।

ଅଟୋମୋଟିକ ମେକାନିଜିମ ମାଧ୍ୟମରେ ଡିଜେଲ ଦର ଵଢିଲେ ଵା କମିଲେ ବସ୍ ଭଡା ସଂଶୋଧନ ହେଉଥିଲା। କିନ୍ତୁ ଏବେ ନିୟମିତ ବ୍ୟବଧାନରେ ଡିଜେଲ ଦର ଵଢିଚାଲିଥିଵା ବେଳେ ସେହି ଅନୁପାତରେ ବସ୍ ଭଡା ବୃଦ୍ଧି କରାଯାଇନଥିଵା ବସ୍ ମାଲିକ ସଂଘ କହିଛି। ଏହା ସହ ବସ୍ ଚେସିସ୍,ଟାୟାର,ଲୁବ୍ରିକାଣ୍ଟ ଦର ସହ ଵୀମା ଓ ଟିକସ୍ ମଧ୍ୟ ଗତ ୧୦ଵର୍ଷ ଭିତରେ ଵହୁ ମାତ୍ରାରେ ଵଢିଛି। ମାତ୍ର ଗତ ୧୦ଵର୍ଷ ହେଵ ଅଟୋମେଟିକ ମେକାନିଜିମ ରେ ସେ ସଵୁ ଦିଗ ପ୍ରତି ଧ୍ୟାନ ଦିଆଯାଇ ନାହିଁ। ତେଣୁ ଡିଜେଲ ଦର ବୃଦ୍ଧି ସହ ଯାତ୍ରୀ ପରିବହନରେ ଆନୁସଙ୍ଗିକ ଜିନିଷର ଦର ବୃଦ୍ଧିକୁ ନେଇ ବସ୍ ଭଡା ଵଢାଇଵା ପାଇଁ ବସ୍ ମାଲିକ ସଂଘ ଦାବି କରିଛି। ଏହି ମର୍ମରେ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଯଦି ସରକାର ୧୦ଦିନ ଭିତରେ କୌଣସି ନିଷ୍ପତ୍ତି ନନିଅନ୍ତି, ତେବେ ରାଜ୍ୟରେ ଘରୋଇ ବସ୍ ସେଵା ବନ୍ଦ କରିଵା ପାଇଁ ସଙ୍ଘ ବାଧ୍ୟ ହେଵ ଵୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି।

ସେପଟେ ରାଜ୍ୟ ସରକାର କେବଳ ଯଦି ଡିଜେଲ ଉପରୁ ଭାଟ୍ ଵା ଭ୍ୟାଲୁ ଆଡେଡ୍ ଟିକସ ଛାଡ କରିଦିଅନ୍ତି, ତେବେ ବସ୍ ଧର୍ମଘଟ ହେବ ନାହିଁ ବୋଲି କହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଏବେ ରାଜ୍ୟ ସରକାର ଡିଜେଲ ଉପରେ ୧୨ରୁ ୧୮ପ୍ରତିଶତ ଭାଟ୍ ନେଉଛନ୍ତି ବୋଲି ସଂଘ କହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia