Dailyhunt
ଗୋଟିଏ ମିନିଟ୍ ରେ ଟାଇପ୍ କରିପାରିଲେନି ୨୫ ଶବ୍ଦ, କ୍ଲର୍କରୁ ସିଧା ପିଅନକୁ ଅବନ୍ନତି

ଗୋଟିଏ ମିନିଟ୍ ରେ ଟାଇପ୍ କରିପାରିଲେନି ୨୫ ଶବ୍ଦ, କ୍ଲର୍କରୁ ସିଧା ପିଅନକୁ ଅବନ୍ନତି

କାନପୁର, ୦୮/୦୪ : ଗୋଟିଏ ମିନିଟ୍ ରେ ଟାଇପ୍ କରିପାରିଲେନି ୨୫ ଶବ୍ଦ। ୩ କିରାଣୀ ବାବୁଙ୍କୁ ଡିମୋସନ୍। କ୍ଲର୍କରୁ ସିଧା ପିଅନକୁ ଅବନ୍ନତି। କାନପୁରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏଭଳି ମାମଲା ସାମ୍ନାକୁ ଆସିଛି। ଏହି ୩ ଜୁନିଅର କ୍ଲର୍କ ପୂର୍ବରୁ ଥରେ ଟାଇପିଂ ଟେଷ୍ଟରେ ବିଫଳ ହୋଇଥିଲେ। ସେତେବେଳେ ସେମାନଙ୍କ ଦରମା ବନ୍ଦ କରି ଦିଆଯାଇଥିଲା।

ହେଲେ ଦ୍ଵିତୀୟ ଥର ଟେଷ୍ଟରେ ବିଫଳ ହେବାରୁ ସେମାନଙ୍କୁ କିରାଣୀ ପଦରୁ ପିଅନ ପଦକୁ ଅବନ୍ନତି କରାଯାଇଛି। କାନପୁର ଜିଲ୍ଲାପାଳ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ସରକାରୀ ନିୟମ ଅନୁଯାୟୀ, ଜୁନିଅର କ୍ଲର୍କ ଏକ ମିନିଟ୍ ରେ ୨୫ଟି ଶବ୍ଦ ଟାଇପ୍ କରିପାରୁଥିବା ଅନିବାର୍ଯ୍ୟ। ଯାହାକି ତାଙ୍କ କାର୍ଯ୍ୟକୁଶଳତାର ଏକ ଅଂଶ। ହେଲେ ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ୩ କିରାଣୀ ପ୍ରେମନାଥ ଯାଦବ, ଅମିତ କୁମାର ଯାଦବ ଏବଂ ନେହା ଶ୍ରୀବାସ୍ତବ ଦୁଇ ଥର ପରୀକ୍ଷା ଦେଇ ମଧ୍ୟ ସଫଳ ହୋଇପାରି ନଥିଲେ। ୨୦୨୪ରେ ପ୍ରଥମ ଟେଷ୍ଟ ବେଳେ ଏମାନେ ଅକୃତକାର୍ଯ୍ୟ ହୋଇଥିଲେ। ପ୍ରଶାସନ ସେମାନଙ୍କୁ ସୁଧୁରିବାକୁ ସୁଯୋଗ ଦେଇଥିଲା। କେବଳ ଇନକ୍ରିମେଣ୍ଟ ରୋକା ଯାଇଥିଲା। ୨୦୨୫ରେ ଦ୍ଵିତୀୟ ଥର ପରୀକ୍ଷା କରାଯାଇଥିଲା। ହେଲେ ଏଥର ମଧ୍ୟ ଏମାନେ ଅସଫଳ ହୋଇଥିଲେ। ତେଣୁ ପ୍ରଶାସନ ସେମାନଙ୍କୁ କିରାଣୀରୁ ପିଅନ ପଦକୁ ଅବନ୍ନତି କରାଇଥିଲେ।

ସୂଚନା ଥାଉକି, ମୃତକଙ୍କ ଆଶ୍ରିତ କୋଟାରେ ଏହି ତିନି କର୍ମଚାରୀ କାନପୁର ଜିଲ୍ଲାପାଳଙ୍କ ଅଫିସରେ ଚାକିରି ପାଇଥିଲେ। ସହାନୁଭୂତି ଆକାରରେ ଏମାନଙ୍କୁ ଚାକିରି ମିଳିଥିଲା। ହେଲେ ଏମାନେ ଚାକିରି ପାଇଁ ସେମାନଙ୍କ ନ୍ୟୁନତମ ଯୋଗ୍ୟତା ପ୍ରମାଣିତ କରିପାରିନଥିଲେ। ନିଯୁକ୍ତି ପାଇବାର ଏକ ବର୍ଷ ଭିତରେ ଦେଇଥିବା ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି। ଜିଲ୍ଲାପାଳଙ୍କ ଅଫିସରେ ପ୍ରାୟତଃ ଫାଇଲ୍ କାମ, ନୋଟିଂ ଏବଂ ଟାଇପିଂ କାମ ଥାଏ। ହେଲେ କର୍ମଚାରୀମାନଙ୍କ ଦକ୍ଷତା ଅଭାବରୁ ଏହି ସବୁ କାମ ଉପରେ ସିଧା ପ୍ରଭାବ ପଡେ।

ଏହି ଖବରଟିକୁ ପଢନ୍ତୁ-ତାରିକଙ୍କ ସରକାରରେ ସୁଧୁରୁଛି ଭାରତ-ବାଂଲା ସମ୍ପର୍କ, ଅଜିତ ଡୋଭାଲଙ୍କ ଘରେ ଡିନର କଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia