Dailyhunt
ଗ୍ରୀଷ୍ମ ପାଇଁ ବଢ଼ିଲା ସ୍ୱତନ୍ତ୍ର ଟ୍ରେନ୍‌ ସେବା, ଜାଣନ୍ତୁ ଟ୍ରେନ୍‌ ରୁଟ୍ ଓ ରହଣି ସ୍ଥାନ...

ଗ୍ରୀଷ୍ମ ପାଇଁ ବଢ଼ିଲା ସ୍ୱତନ୍ତ୍ର ଟ୍ରେନ୍‌ ସେବା, ଜାଣନ୍ତୁ ଟ୍ରେନ୍‌ ରୁଟ୍ ଓ ରହଣି ସ୍ଥାନ...

ଭୁବନେଶ୍ୱର, ୦୨/୦୪: ବଢିଲା ୬ଟି ସ୍ପେଶାଲ ଟ୍ରେନର୍ ଯାତ୍ରୀ ସେବା । ଗ୍ରୀଷ୍ମ ଋତୁରେ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ଏବଂ ଯାତ୍ରା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ପୂର୍ବତଟ ରେଲୱେ ସ୍ୱତନ୍ତ୍ର ଟ୍ରେନ୍‌ରେ ପରିଚାଳନାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ତେବେ ପୂର୍ବ ସମୟ, ରହଣି ସ୍ଥାନ ଏବଂ କୋଚ୍ ସରଞ୍ଚନା ଅପରିବର୍ତ୍ତିତ ରହିଛି ।

ଭୁବନେଶ୍ୱର-ଯଶବନ୍ତପୁର ସ୍ପେଶାଲ୍ ଆସନ୍ତା ୨୭ ଜୁନ୍ ଏବଂ ଯଶବନ୍ତପୁର- ଭୁବନେଶ୍ୱର ସ୍ପେଶାଲ୍ ୨୯ ଜୁନ୍ ପର୍ଯ୍ୟନ୍ତ ଗଡ଼ିବ । ସମ୍ବଲପୁର-ଇରୋଡ୍ ସ୍ପେଶାଲ୍ ୨୭ ମେ' ଏବଂ ଇରୋଡ୍-ସମ୍ବଲପୁର ସ୍ପେଶାଲ୍ ୨୯ ମେ' ବୃଦ୍ଧି କରାଯାଇଛି ।

ସେହିପରି ବିଶାଖାପାଟଣା- ଶାଲିମାର ସ୍ପେଶାଲ୍ ୩୦ ଜୁନ୍ ଏବଂ ଶାଲିମାର-ବିଶାଖାପାଟଣା ସ୍ପେଶାଲ୍ ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ଯାତ୍ରୀ ସେବା ଯୋଗାଇବ । ଏହି ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଯାତ୍ରୀମାନେ ନିଜ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ :- ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପ୍ରସ୍ତୁତି ଆରମ୍ଭ, ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ୫ ଡଙ୍ଗା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia