ନୂଆଦିଲ୍ଲୀ: ରୋମାଞ୍ଚକ ମୁକାବିଲାରେ ଜିତିଲା ଗୁଜୁରାଟ । ୪ ଓ୍ବିକେଟରେ ଜିତିଲା ଗୁଜୁରାଟ । ୧୬୪ ରନର ବିଜୟ ଲକ୍ଷ୍ୟ ଥିବାବେଳେ ଗୋଟିଏ ବଲ ପୂର୍ବରୁ ଜିତି ନେଇଛି ଗିଲ୍ ବାହିନୀ । ସୁନ୍ଦର ଏବଂ ସାଇ ସୁଦର୍ଶନ ମ୍ୟାଚ୍ ବିଜୟର ହିରୋ ପାଲଟିଛନ୍ତି । ଏହି ମ୍ୟାଚି ଜିତିବା ପରେ ପଞ୍ଝାବ ପଏଣ୍ଟ ଟେବୁଲରେ ଟପ୍ପର ହୋଇଥାନ୍ତା ।
ମାତ୍ର ଏହା କରି ଦେଇନି ଗୁଜୁରାଟ ।
୧୬୪ ରନକୁ ପିଛା କରୁଥିବାବେଳେ ଦଳର ଓପନର ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୭ ରନର ପାଳି ଖେଳିଥିଲେ । ଗିଲ ମାତ୍ର ୫ ରନ କରି ଆଉଟ ହୋଇଥିଲେ । ତେବେ ଓ୍ବାଶିଂଟନ୍ ସୁନ୍ଦର ୪୦ ରନର ବିଜୟୀ ପାଳି ଖେଳିଥିଲେ । ସେପଟେ ବଟଲର ୨୬ ଏବଂ ସିଦ୍ଧୁ ୧୫ ରନ୍ କରିଥିଲେ । ପଞ୍ଜାବ ପକ୍ଷରୁ ଅର୍ଶଦୀପ ଏବଂ ବୈଶାଖକୁମାର ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି ।
ଗୁଜୁରାଟ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଞ୍ଜାବ ପ୍ରଥମ ଓଭରରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ୯ ଓ୍ବିକେଟ ବିନିମୟରେ ୧୬୩ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଶ୍ରେୟସ ସେଜଡେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଗୁଜୁରାଟ ପକ୍ଷରୁ ପ୍ରଥମ ଓଭରରୁ ପଞ୍ଜାବ ଉପରେ ଭାରି ପଡ଼ିଥିଲେ ମହମ୍ମଦ ସିରାଜ । ତେବେ ହୋଲଡର ଆଜିର ମ୍ୟାଚରେ ସର୍ବାଧିକ ୪ ଓ୍ବିକେଟ ନେବାରେ ସଫଳ ହୋଇଥିଲେ । ପଞ୍ଜାବ ପକ୍ଷରୁ ସେଜଡେ ୫୭ ରନ କରିବାରେ ସକ୍ଷମ ହୋଇଥିଲେ ।
ପଞ୍ଜାବ ପ୍ରଥମ ଓଭରରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମହମ୍ମଦ ସିରାଜ ପ୍ରୀୟାଂଶ ଆର୍ଯ୍ୟ ଏବଂ କୁପର କୋନଲିଙ୍କୁ ଆଉଟ୍ ପରି ପାଭିଲିୟନ ପଠାଇଥଲେ । ପରେ ପ୍ରଭସିମରନ ଏବଂ ଶ୍ରେୟସ କିଛି ସମୟ ପାଇଁ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ଆୟାର ୨୧ ବଲରୁ ୧୯ ରନ୍ କରିଥିବାବେଳେ ପ୍ରଭସିମରନ ୧୪ ବଲରୁ ୧୫ କରିଥିଲେ । ପରେ ନେହାଲ ଓ୍ବାଦେରା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ ।
ସେଜଡେ ଏବଂ ଷ୍ଟୋଇନିସ୍ ଦମଦାର ପାଳି ଖେଳିଥିଲେ । ଷ୍ଟୋଇନିସ ୩୧ ବଲରୁ ୪୦ ରନ କରିଥିବାବେଳେ ସେଜଡେ ୨୯ ବଳରୁ ୫୭ ରନ୍ କରିଥିଲେ । ମାତ୍ର ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ ।ସେପଟେଗୁଜୁରାଟପକ୍ଷରୁମହମ୍ମଦସିରାଜଏବଂରାବାଡା୨ଟିଲେଖାଏଁଓ୍ବିକେଟରେସନ୍ତୁଷ୍ଟହୋଇଛନ୍ତି।ଅନ୍ତିମଓଭରରେମାର୍କେୟାନସନବଡ଼ବଡ଼ସଟ୍ଖେଳିଦଳୀୟସ୍କୋରକୁଆଗକୁବଢ଼ାଇଥିଲେ।ସେ୧୧ବଲରୁ୨୦ରନକରିଥିଲେ।ସେରସିଦଖାନଙ୍କବଲରେଆଉହୋଇଥିଲେ।

