Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Hanuman Ansh: ୬୦ କୋଟି ପାର୍‌ କଲା ବ୍ଲକବଷ୍ଟର 'ହନୁମାନ ଅଂଶ', ଦ୍ୱିତୀୟ ଭାଗ ଆସିବା ନେଇ ନିଶ୍ଚିତ କଲେ ନିର୍ଦ୍ଦେଶକ

Hanuman Ansh: ୬୦ କୋଟି ପାର୍‌ କଲା ବ୍ଲକବଷ୍ଟର 'ହନୁମାନ ଅଂଶ', ଦ୍ୱିତୀୟ ଭାଗ ଆସିବା ନେଇ ନିଶ୍ଚିତ କଲେ ନିର୍ଦ୍ଦେଶକ

ମୁମ୍ବାଇ,୦୨/୦୯; ବକ୍ସ ଅଫିସରେ ଧମାଲ କରୁଛି 'ହନୁମାନ ଅଂଶ' । ନୀମ କରୋଲୀ ବାବାଙ୍କ ଉପରେ ନିର୍ମିତ ଏହି ଫିଲ୍ମ ପ୍ରଥମ ୨ ସପ୍ତାହ ଯାଏ ଆଦୌ ବ୍ୟବସାୟ କରିପାରିନଥିଲା । କିନ୍ତୁ ୪ର୍ଥ ସପ୍ତାହ ଏଭଳି ଚମତ୍କାର ହେଲା ଯେ 'ଟକ୍ସିକ୍' ଭଳି ବଡ଼ ଫିଲ୍ମ ସହ ଟକ୍କର ଦେଇଛି । ୨ କୋଟି ଟଙ୍କାର ବଜେଟ୍ ଫିଲ୍ମ ଏବେ ୫୦୦ କୋଟି ଟଙ୍କାର ଫିଲ୍ମକୁ ଟକ୍କର ଦେଇଛି ।

'ହନୁମାନ ଅଂଶ' ଏପରି ମ୍ୟାଜିକ୍ କରିବ ବୋଲି ନିଜେ ନିର୍ଦ୍ଦେଶ ବି କଳ୍ପନା କରିନଥିଲେ । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷର ସବୁଠାରୁ ସଫଳ ହିନ୍ଦୀ ଚଳଚ୍ଚିତ୍ର ବୋଲି କୁହାଯାଉଥିବା 'ଧୁରନ୍ଧର'କୁ ମଧ୍ୟ ପଛରେ ପକାଇ ଦେଇଛି । ହନୁମାନ ଅଂଶ ୨ କୋଟି ଟଙ୍କା ବଜେଟରେ ୬୦ କୋଟି ଟଙ୍କାର ବ୍ୟବସାୟ କରିଛି । 'ହନୁମାନ ଅଂଶ' ପାର୍ଟ ୨ ଉପରେ କାମ ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ସିକ୍ୟୁଲ ଆସିବ ବୋଲି ନିଶ୍ଚିତ କରିଛନ୍ତି ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀ ।

'ହନୁମାନ ଅଂଶ' ମ୍ୟାଜିକ୍- ମୁକ୍ତିଲାଭ ହେବାର ଦ୍ୱିତୀୟ ସପ୍ତାହ ପରେ ଏହି ଚଳଚ୍ଚିତ୍ରର କ୍ରେଜ୍ ଆରମ୍ଭ ହୋଇଛି । ୟଶଙ୍କ ପାନ୍ ଇଣ୍ଡିଆ ଫିଲ୍ମ 'ଟକ୍ସିକ୍' ଏବେ ପ୍ରେକ୍ଷାଳୟରେ ରହିଛି । କିନ୍ତୁ ସେହି 'ହନୁମାନ ଅଂଶ' ଧୁମ୍ ମଚାଇଛି । ଦିନକୁ ଦିନ ଏହାର ଶୋ ବଢୁଛି, ଭଲ ଆୟ କରିବା ନେଇ ପ୍ରଭାବ ଏହି ଚଳଚ୍ଚିତ୍ରରେ ସ୍ପଷ୍ଟ ଦେଖାଯାଉଛି । ଲୋକମାନଙ୍କର ଏହି ଭଲପାଇବାର ପରିଣାମ ଏହା ହୋଇଛି ଯେ ଏବେ ହନୁମାନ ଅଂଶ-୨ର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ଏହାବାଦ ଫିଲ୍ମର ସକ୍ୟୁଲ ତାର କ୍ଲାଇମାକ୍ସ ହିଣ୍ଟରୁ ମିଳି ସାରିଛି । ଯିଏ ବି ହନୁମାନ ଅଂଶ ଦେଖିଛନ୍ତି, ସେ ଜାଣିଛନ୍ତି ନୀମ କରୋଲି ବାବାଙ୍କ ପୁରା କାହାଣୀ କେବଳ ଫିଲ୍ମରେ ଶେଷ ହୋଇନାହିଁ । ନିର୍ଦ୍ଦେଶକ ଏହାର ପାର୍ଟ ୨ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏବେ ବକ୍ସ ଅଫିସରେ ସଫଳତା ପରେ ହନୁମାନ ଅଂଶ ସିକ୍ୟୁଲ ଆସିବା ପକ୍କା ହୋଇଛି ।

ଏହା ବି ପଢନ୍ତୁ...Hanuman Ansh: ୫୦୦ କୋଟିକୁ ଟକ୍କର ଦେଲା ୨ କୋଟିର ଫିଲ୍ମ, ବକ୍ସ ଅଫିସ୍‌ରେ କମାଲ କରୁଛି 'ହନୁମାନ ଅଂଶ'

'ହନୁମାନ ଅଂଶ' ୨ରେ ଦେଖିବାକୁ ମିଳିବ ଏହି କାହାଣୀ-ବଲିଉଡ୍ ହଙ୍ଗାମାର ରିପୋର୍ଟ ଅନୁଯାୟୀ, ନିକଟରେ ହନୁମାନ ଅଂଶଙ୍କ ଟିମ୍ ଆଗ୍ରାର ମଲ୍ଟିପ୍ଲେକ୍ସକୁ ଯାଇଥିଲେ, ଯେଉଁଠାରେ ସେମାନେ ଥିଏଟରରେ ବସିଥିବା ଦର୍ଶକଙ୍କୁ ଭେଟିଥିଲେ । ସେ କହିଛନ୍ତି, ଚଳଚ୍ଚିତ୍ର ଦ୍ୱିତୀୟ ଭାଗରେ ବାବା ନିମ୍ କରୋଲିଙ୍କ ଜନ୍ମସ୍ଥାନ ଫିରୋଜାବାଦ ଉପରେ ଫୋକସ୍ କରାଯିବ । ଏହା ପରେ କାହାଣୀ ଆଗ୍ରା-ମଥୁରା ତାଙ୍କ ଜୀବନକୁ ଦର୍ଶାଇବ । ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀ ଏହି ଚଳଚ୍ଚିତ୍ରର ୩ଟି ଭାଗରେ ବାବା ନିମ କରୋଲିଙ୍କ ଜୀବନକୁ ଦେଖାଇବାକୁ ଚାହୁଁଛନ୍ତି ।

ଚଳିତ ମାସ ୭ ତାରିଖରେ 'ହନୁମାନ ଅଂଶ' ଖୁବ୍ କମ୍ ପରଦାରେ ମୁକ୍ତିଲାଭ କରିଥିଲା । ୧୪ ଅଗଷ୍ଟରେ 'ଆୱାରାପନ୍-୨' ଓ 'ବଟୱାରା-୧୯୪୭' ଆସିବା ପରେ ଫିଲ୍ମକୁ ଆହୁରି କମ୍ ଥିଏଟର ମିଳିଲା । କମ୍ ଆୟ ଯୋଗୁ ଏହାକୁ ପରଦାରୁ ହଟାଯାଉଥିବା ବେଳେ ନିର୍ମାତା ୩ୟ ସପ୍ତାହ ଚଲାଇବାକୁ ବିତରକଙ୍କୁ ଅନୁରୋଧ କଲେ । ପ୍ରଥମ ଦିନ 'ଟକ୍ସିକ୍'କୁ ନେଇ ନକାରାତ୍ମକ ପ୍ରତିକ୍ରିୟା ଆସିବା ପରେ 'ହନୁମାନ ଅଂଶ'କୁ ଦେଶରେ ୫୩୬୩ ସ୍କ୍ରିନ୍ ମିଳିଲା । କିନ୍ତୁ ରିଲିଜ୍ ଦିନ ଏହାକୁ ୩୦୦ରୁ ଅଧିକ ଶୋ' ମଳିଥିଲା । ବିଶାଲ ଚତୁର୍ବେଦୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଶୋଭିନବ ସତ୍ୟା ନୀମ କରୋଲୀ ବାବା ଭୂମିକାରେ ଅଭିନୟ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia