Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Hardik pandya: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଲୁକ୍‌...ଲଣ୍ଡା ହୋଇ ତିରୁମାଳା ମନ୍ଦିରରେ ପହଞ୍ଚିଲେ, ଭକ୍ତିରେ ବୁଡିଲେ କ୍ରିକେଟର

Hardik pandya: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଲୁକ୍‌...ଲଣ୍ଡା ହୋଇ ତିରୁମାଳା ମନ୍ଦିରରେ ପହଞ୍ଚିଲେ, ଭକ୍ତିରେ ବୁଡିଲେ କ୍ରିକେଟର

ନୂଆଦିଲ୍ଲୀ,୦୨/୦୮; ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖାସ୍ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏଥର ପାଣ୍ଡ୍ୟା ତାଙ୍କର ନୂଆ ଲୁକକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ସହ ଆନ୍ଧ୍ରପ୍ରଦେଶ ତିରୁମାଳା ସ୍ଥିତ ଭଗବାନ ଶ୍ରୀ ଭେଙ୍କଟଶ୍ୱର ସ୍ୱାମୀ ମନ୍ଦିର ପରିଦର୍ଶନ କରିଛନ୍ତି ହାର୍ଦ୍ଦିକ ।

ତାଙ୍କ ଲୁକ୍ କଥା କହିବାକୁ ଗଲେ ସେ ଲଣ୍ଡା ହୋଇଛନ୍ତି । ଧଳା ଧୋତି ପରିଧାନ କରି ଭଗବାନଙ୍କ ଶରଣରେ ପଶିଛନ୍ତି ପାଣ୍ଡ୍ୟା । ଆଜି ସକାଳୁ ସକାଳୁ ଦୁହେଁ ଭଗବାନ ଭେଙ୍କଟେଶ୍ୱରଙ୍କ ଆଶୀର୍ବାଦ ନେଇଛନ୍ତି । ଦୁହେଁ ବିଧି-ବିଧାନ ସହ ପୂଜାର୍ଚ୍ଚନା ଏବଂ ସକାଳ ସେବାରେ ସାମିଲ ହୋଇଛନ୍ତି । ଭକ୍ତିରେ ବୁଡିଯାଇଥିଲେ ହାର୍ଦ୍ଦିକ ଏବଂ ମାହିକା ।

ଭକ୍ତିରେ ହଜିଛନ୍ତି ହାର୍ଦ୍ଦିକ-ମାହିକା- ଭଗବାନ ଶ୍ରୀ ଭେଙ୍କଟଶ୍ୱର ସ୍ୱାମୀ ମନ୍ଦିର ପରିଦର୍ଶନ କରିଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ହାର୍ଦ୍ଦିକଙ୍କ ନୂଆ ଲୁକ୍ ନୂଆ ଅନ୍ଦାଜ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ହାର୍ଦ୍ଦିକ ମୁଣ୍ଡନ କରିଛନ୍ତି । ତାଙ୍କର ଏହି ଲୁକ୍ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ହାର୍ଦ୍ଦିକ ମନ୍ଦିରକୁ ପାରମ୍ପରିକ ଧଳା କୁର୍ତ୍ତା, ପାଇଜାମା ପିନ୍ଧିଛନ୍ତି । ମଥାରେ ଟିକା ଲଗାଇଛନ୍ତି । ଏକଦମ ଭକ୍ତିରେ ବୁଡିଯାଇଛନ୍ତି ।

ଏହା ବି ପଢନ୍ତୁ...IND vs SL: ଭାରତକୁ ୪୪୦ର ଝଟ୍କା...ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ରୁ ଆଉଟ୍ ଘାତକ ବୁମରା

ମନ କିଣିଲା ମାହିକାଙ୍କୁ ଲୁକ୍- ଅନ୍ୟପଟେ ହାର୍ଦ୍ଦିକଙ୍କ ଗର୍ଲଫ୍ରେଣ୍ଡ ମାହିକା ଶର୍ମା ସାଲୱାର ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି । ମାହିକା ମଥାରେ ଟିକା ଲଗାଇଛନ୍ତି । କେଶ ଖୋଲା ରଖିଛନ୍ତି । ନୋ-ମେକଅପ ଲୁକରେ ମାହିକା ଫ୍ୟାନ୍ସଙ୍କ ହୃହୟ କିଣିଛନ୍ତି । ହାର୍ଦ୍ଦିକଙ୍କ କଥା କହିବାକୁ ଗଲେ, ସେ କ୍ରିକେଟ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନତାଶା ଷ୍ଟେନକୋଭିକଙ୍କ ସହ ଛାଡପତ୍ର ହେବା ପରେ ହାର୍ଦ୍ଦିକଙ୍କର ମାହିକଙ୍କା ସହ ସମ୍ପର୍କ ଯୋଡ଼ି ହୋଇଛି । ଦୁହେଁ ଯେବେଠୁ ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିଛନ୍ତି, ସେବେଠୁ ଦୁହେଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି । ଫ୍ୟାନ୍ସ ତାଙ୍କ ବାହାଘରକୁ ଅପେକ୍ଷା କରିଛନ୍ତି । ଦୁହେଁ କେବେ ବିବାହ କରି ଶୁଭ ଖବର ଦେଉଛନ୍ତି ଅପେକ୍ଷାରେ ତାଙ୍କ ପ୍ରଶଂସକ ।

ଏହା ବି ପଢନ୍ତୁ...Hardik Pandya: IPLର ସବୁଠାରୁ ମହଙ୍ଗା ଖେଳାଳି ହେବେ ହାର୍ଦ୍ଦିକ ! CSK ଦେଲା ବଡ଼ ଅଫର୍, MIର ଗୋଟିଏ ସର୍ତ୍ତରେ ଅଟକିଛି ଡିଲ୍

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia