ନୂଆଦିଲ୍ଲୀ : ଆମେରିକା-ଇରାନ ଯୁଦ୍ଧ ଭିତରେ ତେହେରାନ୍ ଜର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ନିଷେଧ କରିଛି । କିନ୍ତୁ ଭାରତ ଭଳି କିଛି ବନ୍ଧୁ ଦେଶଙ୍କ ପାଇଁ ଅନୁମତି ରହିଛି । ଯେଉଁ କାରଣରୁ ଭାରତର ଏକ LPG ଟ୍ୟାଙ୍କର ଆସୁଛି । ଶ୍ରୀନ୍ ସାନଭି ଏବେ ହର୍ମୁଜ ପ୍ରଣାଳୀ ପାର୍ ହୋଇ ଆସୁଥିବାବେଳେ ଏହା ଗୁଜୁରାଟ ଆସିବ ।
ହର୍ମୁଜ୍ ପ୍ରଣାଳୀ ପାର୍ ହେବା ପରେ ଏକ ସ୍ବତନ୍ତ୍ର ମେସେଜ୍ ଦେଇଛି ଇରାନ୍ । ମୁମ୍ବାଇରେ ଥିବା ଇରାନ କନସ୍ୟୁଲେଟ୍ କହିଛି ଯେ, ଭାରତ ବିଶେଷ କରି ଗୁଜୁରାଟ ଆମର ମିଳିତ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ଯାହାକୁ ନେଇ ଗୁଜୁରାଟର ଗୃହମନ୍ତ୍ରୀ ଏକ ପୋଷ୍ଟ କରି ସାନଭି ଏଲପିଜି ଟ୍ୟାଙ୍କର ଯିବା ଭାରତର କୁଟନୈତିକ ବିଜୟ ବୋଲି ଦର୍ଶାଇଛନ୍ତି ।
ଏହାସହ ସେ ପୋଷ୍ଟରେ ଲେଖିଛନ୍ତି କି, ସଭ୍ୟାତର ଏହି ଦୃଢ଼ ବନ୍ଧନ ନିର୍ମାଣ କରି, ଆମେ ଆମର ବନ୍ଧୁତା ଏବଂ ସହଯୋଗର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପ୍ରତିବଦ୍ଧ । ସେପଟେ ଶନିବାର ସରକାର ଦେଶର ଜନସାଧାରଣଙ୍କୁ ଭୟଭୀତ ହୋଇ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ ନ କିଣିବା ପାଇଁ କହିଛନ୍ତି । ଦେଶରେ ଆବଶ୍ୟକ ପରିମାର ମହଜୁଦ ରହିଥିବା କହିଛନ୍ତି । ଏବେ ପୁଣି ଏକ ଜାହାଜ ଆସିଥିବାବେଳେ ସମସ୍ତଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ।
ଏହାସହ ପଢ଼ନ୍ତୁ : ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସକୁ ନେଇ ଭରସା ଦେଲେ ସରକାର

