Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Hirakud Floodwater Release: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ, ବୃଦ୍ଧି ପାଇବ ମହାନଦୀ ଜଳସ୍ତର

Hirakud Floodwater Release: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ, ବୃଦ୍ଧି ପାଇବ ମହାନଦୀ ଜଳସ୍ତର

ଟକ ୦୨/୦୮: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଆଜି ସକାଳ ୯ଟା ସୁଦ୍ଧା ଡ୍ୟାମ୍‌ର ମୋଟ ୨୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୪ ଫୁଟ୍ ରେ ରହିଥିବା ବେଳେ ସେକେଣ୍ଡକୁ ହାରାହାରି ୨ ଲକ୍ଷ ୩୭ ହଜାର ଘନଫୁଟ ଜଳ ପ୍ରବେଶ କରୁଛି। ସେହିପରି ଖୋଲାଥିବା ଗେଟ୍ ଗୁଡ଼ିକ ଦେଇ ୩ ଲକ୍ଷ ୮୭ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

୩ଦିନ ତଳେ ହୀରାକୁଦ ଛାଡିଥିବା ବନ୍ୟାଜଳ ଆଜି ସଂଧ୍ୟା ସୁଦ୍ଧା ମୁଣ୍ଡଳୀରେ ପହଞ୍ଚିବ । ତେଣୁ ମହାନଦୀ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇବ । ତେବେ ଅତି ବେଶିରେ ମୁଣ୍ଡୁଳିରେ ୬ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ପାଣି ଚାଲିପାରେ ।

ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ କହିବାନୁସାରେ ମହାନଦୀରେ ଏବେ ବନ୍ୟା ଆଶଙ୍କା ନାହିଁ । ସବୁ ନଦୀରେ ଜଳସ୍ତର କମିବା ସହ ବିପଦ ସଙ୍କେତ ତଳେ ରହିଛି। ମହାନଦୀରେ ବନ୍ୟା ସଙ୍କଟ ଚଳିଥିଲେ ମଧ୍ୟ ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶିଛି। କଟକର ବାଙ୍କୀ, ତିଗିରିଆ, ଆଠଗଡ଼, ଜଗତସିଂହପୁରର କୁଜଙ୍ଗ, ତିର୍ତ୍ତୋଲ, କେନ୍ଦ୍ରାପଡ଼ାର ବିଭିନ୍ନ ବ୍ଳକର ତଳି ଅଞ୍ଚଳ, ପୁରୀର କଣାସ, ଖୋର୍ଦ୍ଧାର କେତେକ ଅଞ୍ଚଳରେ ପାଣି ପଶିଛି। ଆସନ୍ତା ଦୁଇ ଦିନ ଭିତରେ ବନ୍ୟା ପାଣି ଛାଡ଼ି ଯିବା ସମ୍ଭାବନା ଅଛି। ବନ୍ଯା ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆକଳନ ପରେ ତୁରନ୍ତ ଘର ଭଙ୍ଗା ଆଦି କ୍ଷେତ୍ରରେ ସହାୟତା ପ୍ୟାକେଜ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia