ମେଷ : ଘାତଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା ଏବଂ ନିଜର ଲୋକମାନେ ଶତ୍ରୁତା ଆଚରଣ କରିବେ । ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ହେବେ ।
ବାଣିଜ୍ୟ, ବ୍ୟବସାୟ, ପରିବହନରେ ମାନ୍ଦାବସ୍ଥା ଲାଗି ରହିବ । କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ସମ୍ମୁଖୀନ ହେବ । ଯେଉଁମାନଙ୍କର ଅଶ୍ୱିନୀ ମେଷ, ସେମାନେ ସତର୍କ ହେବେ । ଶୁଭ ରଙ୍ଗ : ଲାଲ୍, ସଂଖ୍ୟା :୬, ଆରାଧନା : ପ୍ରଭୁ ସ୍କନ୍ଦ ।
ବୃଷ : କୃଷ୍ଣପକ୍ଷର ଦ୍ୱାଦଶ ଚନ୍ଦ୍ର ଯୋଗୁ ଅପବ୍ୟୟ, ଅପବାଦ, ଅପଯଶରୁ ମୁକ୍ତ ହେବେ ଏବଂ ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ, ପରିବାରର ଖର୍ଚ୍ଚ ଭାର କମ୍ ରହିବ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ । ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଖର୍ଚ୍ଚ ପ୍ରତି ଅନାଗ୍ରହ, ସଞ୍ଚୟ ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ ଏବଂ ଆୟ ଠାରୁ ବ୍ୟୟ ବହୁତ କମ୍ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ ସମସ୍ତ କର୍ମ ଆପଣଙ୍କ ପାଇଁ ସହଜ ହେବ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ଉପକୃତ ହେବେ । ଶୁଭ ରଙ୍ଗ : ସିଲଭର, ସଂଖ୍ୟା : ୧୨, ଆରାଧନା : ଭଗବାନ ବିଷ୍ଣୁ ।
ମିଥୁନ : ଏକାଦଶ ଚନ୍ଦ୍ର ଓ କେତୁଙ୍କ ନକ୍ଷତ୍ର ଭୋଗ ହେଉ ଥିବାରୁ ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଓ ଆୟର ନୂତନ ମାର୍ଗ ଉନ୍ମୁକ୍ତ ହେବ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ । ଉନ୍ନତିମୂଳକ କର୍ମରେ ଧନ ଓ ଧ୍ୟାନ ଉଭୟ ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ଆଶା ଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ, ସେମାନେ ସୁଫଳ ପାଇବେ । ଶୁଭ ରଙ୍ଗ : କଫି, ସଂଖ୍ୟା : ୮, ଆରାଧନା : ମା' ତ୍ରିପୁରସୁନ୍ଦରୀ ।
କର୍କଟ : ଦଶମ ଚନ୍ଦ୍ର ଓ ମଙ୍ଗଳବାର ଯୋଗୁ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ କିଛି ମାତ୍ରାରେ ସମର୍ଥ ହେବେ ଏବଂ ହୃତଗୌରବ, ହୃତସମ୍ମାନ ଫେରିପାଇବେ । କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ସମସ୍ତ କର୍ମରେ ଆପଣଙ୍କ କର୍ମକୁଶଳତା, କର୍ମତତ୍ପରତା, କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ସମସ୍ତ ଅସମ୍ପୂର୍ଣ୍ଣ କର୍ମକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ସମର୍ଥ ହେବେ । ସମସ୍ତ କର୍ମ ଆପଣଙ୍କ ପାଇଁ ସହଜ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ରହିବ । କର୍ମରେ ସଫଳତା, ସମ୍ମାନ ଶୀର୍ଷରେ ରହିବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ, ସେମାନେ ଉପକୃତ ହେବେ । ଶୁଭ ରଙ୍ଗ : ଧଳା, ସଂଖ୍ୟା : ୫, ଆରାଧନା : ମା' ସମଲେଶ୍ୱରୀ ।
ସିଂହ: କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ମାନସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା ଏବଂ ନିଜର ପ୍ରିୟବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ଠାରୁ ସମ୍ପର୍କଚ୍ଛିନ୍ନ ହେବ । ଅଯଥା ଖର୍ଚ୍ଚ, ବଦଖର୍ଚ୍ଚ, ପରିବାରର ଖର୍ଚ୍ଚ ଭାର ବୃଦ୍ଧି ପାଇବ ଏବଂ ଆର୍ଥିକ ଠକାମିରେ ପଡ଼ିବେ । ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ । ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ମଘା ସିଂହ, ସେମାନେ ସତର୍କ ହେବେ । ଶୁଭ ରଙ୍ଗ : ସିଲଭର୍, ସଂଖ୍ୟା :୩, ଆରାଧନା : ମା' ମାଣିକେଶ୍ୱରୀ ।
କନ୍ୟା : ଅଷ୍ଟମ ଚନ୍ଦ୍ର ଓ କେତୁଙ୍କ ନକ୍ଷତ୍ର ଭୋଗ ହେଉ ଥିବାରୁ ବାଦ, ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍ ଇଲେକ୍ଟ୍ରିକ ସରଞ୍ଜାମ ବ୍ୟବହାର ଏବଂ ଯାନବାହନ ଆରୋହଣ କାଳରେ ସର୍ତକତା ଅବଲମ୍ବନ କରିବେ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଶାରୀରିକ ପୀଡ଼ା ଭୋଗିବେ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଠାରୁ ବ୍ୟୟ ଅଧିକ ହେବ । କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ଚିତ୍ରା କନ୍ୟା, ସେମାନେ ସତର୍କ ହେବେ । ଶୁଭ ରଙ୍ଗ : ସବୁଜ, ସଂଖ୍ୟା :୪, ଆରାଧନା : ମା' ଚ୍ଛିନ୍ନମସ୍ତା ।
ତୁଳା : ସପ୍ତମ ଚନ୍ଦ୍ର ଯୋଗୁ ପାରିବାରିକ ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ । ମୂଲ୍ୟବାନ ଧାତୁ, ବସନଭୂଷଣ, ସୌଖୀନ ଘରୋଇ ଉପକରଣ କ୍ରୟ କରିବେ ଏବଂ ଆମୋଦପ୍ରମୋଦ, ମଉଜ ମଜଲିସରେ ଅଧିକ ଧନ ବ୍ୟୟ କରିବେ । ସୁଖବର, ସୁସମ୍ବାଦ ମିଳିବ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ପରିବାର ପ୍ରତି ଅଧିକ ଧ୍ୟାନ ରହିବ ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା, ସେମାନେ ସୁଫଳ ପାଇବେ । ଶୁଭ ରଙ୍ଗ : ନୀଳ, ସଂଖ୍ୟା :୨, ଆରାଧନା : ପ୍ରଭୁ ଶ୍ରୀରାମ ।
ବିଛା: ଷଷ୍ଠ ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଏବଂ ଦେହ, ମନ ସୁସ୍ଥ ରହିବ । ଶତ୍ରୁମାନେ ବଶୀଭୂତ ହେବେ ଏବଂ ସମସ୍ତଙ୍କ ମନ ଜିଣିବାରେ ସମର୍ଥ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ । ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ଆଶାଠାରୁ ଅଧିକ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା, ସେମାନେ ସୁଫଳ ପାଇବେ । ଶୁଭ ରଙ୍ଗ : ଲାଲ୍, ସଂଖ୍ୟା :୧୧, ଆରାଧନା : ମା' ବଗଳାମୁଖୀ ।
ଧନୁ : କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ବିଦ୍ୟା, ବୁଦ୍ଧି, ଜ୍ଞାନଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତି ଲୋପ ପାଇବ ଏବଂ ସମସ୍ତଙ୍କର ବିରୋଧର ଶିକାର ହେବେ । ଅପମାନ, ଅପଯଶ, ଅପନିନ୍ଦା ମିଳିବ ଏବଂ ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ । ସନ୍ତାନମାନଙ୍କର ଶିକ୍ଷାଦୀକ୍ଷା, କର୍ମ ଓ ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ । ପରିବାରରେ ବିବାଦ ଲାଗି ରହିବ । ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ମାନ୍ଦାବସ୍ଥା ଲାଗି ରହିବ । କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ମୂଳା ଧନୁ, ସେମାନେ ସତର୍କ ହେବେ । ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା :୫, ଆରାଧନା : ମା' ତାରା ।
ମକର : ଘାତବାର ଓ କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ସୁଖବର ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ମିଳିବ ନାହିଁ । ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ଧନସମ୍ପଦ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଏବଂ ନୂତନ କର୍ମାରମ୍ଭ, ବ୍ୟବସାୟାରମ୍ଭ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ । ସ୍ୱଜନ, ପରିଜନଙ୍କ ସହଯୋଗ ମିଳିବ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ଶ୍ରବଣା ଓ ଧନିଷ୍ଠା ମକର, ସେମାନେ ଉପକୃତ ହେବେ । ଶୁଭ ରଙ୍ଗ : କଳା, ସଂଖ୍ୟା : ୧୧, ଆରାଧନା : ମା' କାଳୀ ।
କୁମ୍ଭ : ତୃତୀୟ ଚନ୍ଦ୍ର ଓ କେତୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ହୃତଧନ, ହୃତଗୌରବ, ହୃତସମ୍ମାନ ଫେରି ପାଇବେ ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ଭାଇଭଉଣୀଙ୍କ ସାହାଯ୍ୟ, ସହଯୋଗ ପାଇବେ । ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ମନରେ ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ପ୍ରକାଶ ପାଇବ ଏବଂ ମନୋବଳ ଦୃଢ଼ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ ସମସ୍ତେ କର୍ମରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବେ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ, ସେମାନେ ଉପକୃତ ହେବେ । ଶୁଭ ରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୩, ଆରାଧନା : ମା' ବିମଳା ।
ମୀନ: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ । ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଆର୍ଥିକ ଠକାମିରେ ପଡ଼ିବେ । ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ଅଯଥା ଖର୍ଚ୍ଚ, ବଦଖର୍ଚ୍ଚ, ପରିବାରର ଖର୍ଚ୍ଚ ଭାର ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ଭାରରେ ଅତିଷ୍ଠ ହୋଇ ଋଣଗ୍ରସ୍ତ ହେବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା ଓ ସମସ୍ତ କର୍ମ ବିବାଦୀୟ ହେବ । ଯେଉଁମାନଙ୍କର ଉତ୍ତର ଭାଦ୍ର ମୀନ, ସେମାନେ ସତର୍କ ହେବ । ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା :୭, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।
ଜ୍ୟୋତିର୍ବିଦ୍: କୈଳାସ ଦାଶ
ଯୋଗାଯୋଗ : ୯୪୩୭୧୩୩୪୭୩

