ପୁରୀ ,୦୫\୮: ପୁଣି ଶ୍ରୀମନ୍ଦିର ପରିସରରେ ବେଆଇନ ଡ୍ରୋନ୍ ଉଡ଼ାଣ । ଏଥର ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ ଭାଇରାଲ୍ ହୋଇଛି । ଶ୍ରୀମନ୍ଦିର ଭିତର ବେଢ଼ାରୁ ଏହି ଭିଡ଼ିଓ କରାଯାଇଥିବା ଜଣାଯାଇଛି । ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଆଇଡିରୁ ଭିଡିଓ ଭାଇରାଲ ହୋଇଛି । କୃର୍ତ୍ତିକା_କାର୍ପେ ୨୦୧୭ ନାମକ ଆଇଡିରୁ ଏହି ଭିଡିଓ ପୋଷ୍ଟ କରାଯାଇଛି ।
ତେବେ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ,କ୍ୟାମେରା ଭଳି ଗ୍ୟାଜେଟ୍ ନିଶିଦ୍ଧ ଥିବା ବେଳେ ଭିଡିଓ କିଭଳି ଉତ୍ତୋଳନ କରାଗଲା ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ଅଧିକ ପଢ଼ନ୍ତୁ...Urban Planning Regulations : ଆବାସିକ କୋଠାରେ ବ୍ୟବସାୟ ପ୍ରସଙ୍ଗ, BMCକୁ ସୁପ୍ରିମ୍କୋର୍ଟଙ୍କ ଛାଟ, ଆଜି ଦାଖଲ କରିବେ ସତ୍ୟପାଠ
ଗତ କିଛି ଦିନ ଧରି ଶ୍ରୀମନ୍ଦିର ଭିତର ଭିଜୁଆଲ ବାରମ୍ବାର ଭାଇରାଲ ହେବାର ଖବର ସାମ୍ନାକୁ ଆସିଛି । କେତେବେଳେ ମନ୍ଦିର ଭିତର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ତ ଆଉ କେତେବେଳେ ସିଂହଦ୍ୱାର ସମ୍ମୁଖରେ ରିଲ୍ସ କରୁଥିବାର ମଧ୍ୟ ନଜିର ରହିଛି । ଖାଲି ସେତିକି ନୁହେଁ ଡ୍ରୋନ ଜରିଆରେ ମଧ୍ୟ ଶ୍ରୀମନ୍ଦିର ଉପରୁ ଭିଡିଓ ଉତ୍ତୋଳନ ହେଉଛି । ପ୍ରଶାସନର ବାରମ୍ବାର ତାଗିଦ ପରେ ଏପରି କାମ ଥମିବାର ନାଁ ନେଉନି । ଏନେଇ ପଦକ୍ଷେପ ନେବ ଶ୍ରୀମନ୍ଦିର ପ୍ରଶାସନ ତା ଉପରେ ସମସ୍ତଙ୍କ ନଜର ।

