ନୂଆଦିଲ୍ଲୀ,୦୨/୦୮; ଟିମ୍ ଇଣ୍ଡିଆକୁ ଶକ୍ତ ଧକ୍କା । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ୪୪୦ ଭୋଲ୍ଟର ଶକ୍ତ ଝଟକା ଲାଗିଛି । ଷ୍ଟାର ପେସର ଜସପ୍ରିତ ବୁମରାହ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଖେଳିବେ ନାହିଁ । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅଂଶ ଭାବରେ ଭାରତ ଶ୍ରୀଲଙ୍କାରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି।
ଏହି ସିରିଜରୁ ବାଦ୍ ପଡ଼ିଛନ୍ତି ଭାରତର ଘାତକ ବୋଲର ଯଶପ୍ରୀତ ବୁମରା । କିଛି ଦିନ ତଳେ ତାଙ୍କ ଫିଟନେସ୍ ରିପୋର୍ଟ ଆସିଥିଲା ତାଙ୍କୁ କ୍ଲିୟରାନ୍ସ ମିଳିଥିଲା କିନ୍ତୁ ଜାତୀୟ ଗଣମାଧ୍ୟମରୁ ଏବେ ଖବର ଆସୁଛି ସେ ସିରିଜରୁ ବାଦ ପଡିଛନ୍ତି ।
ଭାରତର ଶ୍ରେଷ୍ଠ ପେସ୍ ବୋଲର ଯଶପ୍ରୀତ ବୁମରା ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିବା ଜୁଲାଇ ୩୧ରେ ରିପୋର୍ଟ ଆସିଥିଲା । ଫଳରେ ଆଗାମୀ ଶ୍ରୀଲଙ୍କା ଗସ୍ତରେ ସେ ୨ଟି ଯାକ ଟେଷ୍ଟ ଖେଳିବା ନିଶ୍ଚିତ ହୋଇଥିଲା । ଆସନ୍ତା ୪ ତାରିଖରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରି ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ୧୫ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ ହୋଇ ୨୭ ତାରିଖରେ ଶେଷ ହେବ । ୩ ତାରିଖ ଦିନ ଭାରତୀୟ ଦଳର ସମସ୍ତ ସଦସ୍ୟ ମୁମ୍ବାଇରେ ଏକତ୍ରିତ ହେବାକୁ ନିର୍ଦ୍ଦେଶ ରହିଛି । ବୁମରା ଗତ ଇଂଲଣ୍ଡ ଗସ୍ତ ସମୟରେ ଆହତ ହୋଇଥିଲେ । ଅଭ୍ୟାସ ସମୟରେ ବାମ ଆଣ୍ଠୁରେ ଆଘାତ ଯୋଗୁଁ ସେ ତୃତୀୟ ଦିନିକିଆ ଖେଳିପାରି ନଥିଲେ । ଶ୍ରୀଲଙ୍କା ଗସ୍ତ ପାଇଁ ଚୟନ କମିଟି ତାଙ୍କୁ ଟେଷ୍ଟ ଦଳରେ ସ୍ଥାନ ଦେଇଥିଲେ ହେଁ ଫିଟନେସ୍ ଟେଷ୍ଟ ଉପରେ ତାଙ୍କ ଖେଳିବା ନିର୍ଭର କରିବ ବୋଲି ସ୍ପଷ୍ଟ କରିଥିଲା । ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ଉତ୍କର୍ଷ କେନ୍ଦ୍ର (ଏନ୍ସିଏ) ପକ୍ଷରୁ ତାଙ୍କୁ ଫିଟ୍ ଘୋଷଣା କରାଯାଇଥିଲା । ଯାହା ଭାରତ ପାଇଁ ଏକ ଖୁସି ଖବର ଥିଲା । କିନ୍ତୁ ଏବେ ଖବର ଆସୁଛି କି, ବୁମରା ସିରିଜରୁ ବାଦ ପଡିଛନ୍ତି । ଫିଟ୍ ନଥିବାରୁ ତାଙ୍କୁ ଆଗମୀ ସିରିଜରୁ ବାଦ ଦିଆଯାଇଛି । ୩୨ ବର୍ଷୀୟ ବୁମରାଙ୍କର ବାମ ଆଣ୍ଠୁରେ ସମସ୍ୟା ରହିଛି । ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ ଶେଷରେ ବୁମରାଙ୍କ ଆଣ୍ଠୁ ସମସ୍ୟା ଅଧିକ ଖରାପ ହେବାରୁ ତାଙ୍କୁ ଇଞ୍ଜେକ୍ସନ ନେବାକୁ ପଡିଥିଲା । ବିସିସିଆଇ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ବୁମରା ଗତ ମାସରେ ନିର୍ଦ୍ଧାରିତ ସମୟ ଅନୁସାରେ ଇଞ୍ଜେକ୍ସନ ନେଇଥିଲେ । ତଥାପି, ବୁମରା ସମ୍ପୂର୍ଣ୍ଣ ସୁସ୍ଥତା ଆକଳନଠାରୁ ଆଧିକ ସମୟ ଲାଗିପାରେ ।
ଏହା ବି ପଢନ୍ତୁ...Jasprit Bumrah: ଭାରତ ପାଇଁ ଖୁସି ଖବର; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଫିଟ୍ ବୁମରା, ୮ ମାସ ପରେ ଖେଳିବେ ରେଡ୍ ବଲ୍ ମ୍ୟାଚ୍

ବୁମରାଙ୍କ ବ୍ୟତୀତ ଆଉ କିଛି ଖେଳାଳି ସମ୍ପ୍ରତି ଏନ୍ସିଏରେ ଚିକିତ୍ସିତ ହେଉଛନ୍ତି । ଇଂଲଣ୍ଡ ଗସ୍ତରେ ଆହତ ହୋଇଥିବା ୱାସିଂଟନ ସୁନ୍ଦର ଫିଟ୍ ହୋଇ ନଥିବାବେଳେ ହର୍ଷିତ ରାଣା ଓ ନୀତିଶ କୁମାର ରେଡ୍ଡୀଙ୍କୁ ଫିଟ୍ ହେବା ପାଇଁ ଦୀର୍ଘ ସମୟ ଲାଗିବ ବୋଲି ଜଣା ପଡ଼ିଛି । ସୁନ୍ଦର ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଫିଟ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଇପିଏଲ୍ ସମୟରେ ଆହତ ହୋଇଥିବା ଅନ୍ୟ ପେସ୍ ବୋଲର ଆକାଶଦୀପ ମଧ୍ୟ ଫିଟ୍ ହୋଇ ନାହାନ୍ତି ।

