Dailyhunt
IPL 2026, 7th match: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ; ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ଲକ୍ଷ୍ୟ ରଖିବ ଚେନ୍ନାଇ

IPL 2026, 7th match: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ; ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ଲକ୍ଷ୍ୟ ରଖିବ ଚେନ୍ନାଇ

ଚେନ୍ନାଇ,୦୩/୦୪: ଆଇପିଏଲ୍ ୨୦୨୬ର ସପ୍ତମ ମୁକାବିଲା ଚେନ୍ନାଇର ଏମ୍. ଚିଦାମ୍ବରମ୍ ଷ୍ଟାଡିୟମରେ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଆଜିର ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ୍ ଏବଂ ପଞ୍ଜାବ କିଙ୍ଗସ୍। ତେବେ ପ୍ରଥମ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ପଞ୍ଜାବ। ଘରୋଇ ମଇଦାନରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇବ ଚେନ୍ନାଇ।

ତେବେ ପୂର୍ବରୁ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ଚେନ୍ନାଇର ଶୋଚନୀୟ ପରାଜୟ ପରେ ଆଜିର ମ୍ୟାଚ୍ ଋତୁରାଜ ବାହିନୀ ପାଇଁ ନିହାତି ଭାବେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ। କାରଣ ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ପୂର୍ବରୁ ଚେନ୍ନାଇର ପ୍ରଦର୍ଶନ ଭଲ ରହିନାହିଁ। ପଞ୍ଜାବ କିଙ୍ଗସ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ହରାଇଥିଲେ ହେଁ ସବୁ ବିଭାଗରେ ସଂଘର୍ଷ କରିଥିଲା । ତେଣୁ ଆଜି ସମସ୍ତ ତ୍ରୁଟି ସୁଧାରିବା ପାଇଁ ଜୋରଦାର ପ୍ରୟାସ କରିବ । ଫଳରେ ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି।

ଗତ ବର୍ଷ ଉଭୟ ଦଳ ମଧ୍ୟରେ ୨ଟି ମ୍ୟାଚ ଖେଳା ଯାଇଥିଲା ଓ ପଞ୍ଜାବ କିଙ୍ଗ୍ସ ଉଭୟ ମ୍ୟାଚ ଜିତିଥିଲା । ଅବଶ୍ୟ ଗତ ସିଜନରେ ଚେନ୍ନାଇ ସଂଘର୍ଷ କରିଥିଲା ଓ ପଞ୍ଜାବ ଦମ୍ଦାର ଖେଳ ପ୍ରଦର୍ଶନ କରି ଫାଇନାଲ୍ରେ ପ୍ରବେଶ କରିଥିଲା । ଚେନ୍ନାଇ ଏଥର ଯୁବ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଛି । ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ କ୍ଷେତ୍ରକୁ ଓହ୍ଲାଇବ। ପଞ୍ଜାବ ସେମାନଙ୍କର ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଚେନ୍ନାଇ ସେମାନଙ୍କର ଲାଇନଅପରେ ଗୋଟିଏ ପରିବର୍ତ୍ତନ କରି ପ୍ରଶାନ୍ତ ବୀରଙ୍କୁ ଆଣିଛି। ଫ୍ରାଞ୍ଚାଇଜ୍ ପ୍ରଶାନ୍ତଙ୍କୁ ୧୪.୨୦ କୋଟି ମୂଲ୍ୟରେ ଅଧିଗ୍ରହଣ କରିଥିଲା।

ଚେନ୍ନାଇର ଚୁଡ଼ାନ୍ତ ଏକାଦଶ:

ସଞ୍ଜୁ ସାମସନ (ୱିକେଟ୍ କିପର), ରୁତୁରାଜ ଗାଇକୱାଡ (କ୍ୟାପଟେନ), ଆୟୁଷ ମାହତ୍ରେ, ସରଫରାଜ ଖାନ, ଶିବମ ଦୁବେ, କାର୍ତ୍ତିକ ଶର୍ମା, ପ୍ରଶାନ୍ତ ଭୀର, ନୁର ଅହମ୍ମଦ, ଅନସୁଲ କାମ୍ବୋଜ, ମ୍ୟାଟ ହେନେରୀ, ଖାଲିଲ ଅହମ୍ମଦ।

ପଞ୍ଜାବର ଚୁଡ଼ାନ୍ତ ଏକାଦଶ:

ପ୍ରଭାସୀମନ୍ ସିଂହ (ୱିକେଟ୍ କିପର), କପୁର୍ କନୋଲି, ଶ୍ରେୟସ୍ ଆୟର୍ (କ୍ୟାପଟେନ୍), ଶଶାଙ୍କ ସିହ, ନେହଲ ୱାଧେରା, ମାର୍କସ୍ ଷ୍ଟୋଇନିସ୍, ମାର୍କୋ ଜନସେନ୍, ଜାଭିୟର୍ ବାର୍ଟଲେଟ୍, ବିଜୟକୁମାର ବିଶାକ୍, ଅର୍ଶଦୀପ ସିଂହ, ୟୁଜଭେନ୍ଦ୍ର ଚହଲ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia