ମୁଲନପୁର ୦୨/୦୩: ଚଳିତ ଆଇପିଏଲ୍ରେ ମନ୍ଥର ବୋଲିଂ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଦଣ୍ଡିତ ହୋଇଛନ୍ତି । ପଞ୍ଜାବ କିଙ୍ଗ୍ସ ପ୍ରଥମ ମ୍ୟାଚରେ ଗୁଜରାଟକୁ ୩ ୱିକେଟ୍ରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ପଞ୍ଜାବ ଦଳ ମନ୍ଥର ବୋଲିଂ କରିଥିବା ପ୍ରମାଣ ମିଳିଥିଲା । ଫଳରେ ଅଧିନାୟକ ଆୟରଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି ।
ତାଙ୍କ ମ୍ୟାଚ ପାଉଣାରୁ ୧୨ଲକ୍ଷ ଟଙ୍କା କାଟ୍ କରାଯାଇଛି ।
ଅଧିକ ପଢ଼ନ୍ତୁ :- ୨୬ ରନ୍ରେ ୪ ଓ୍ବିକେଟ... ମ୍ୟାଚ୍ ବଦଳାଇଦେଲେ ସମୀର ରିଜଭି: ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ
ସୂଚନାଯୋଗ୍ୟ, ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୬/୧୬୨ ରନ ସଂଗ୍ରହ କରିଥିଲା । ଜବାବରେ ପଞ୍ଜାବ ୧୯.୧ ଓଭରରେ ୭ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ପଦାର୍ପଣ ମ୍ୟାଚରେ କନ୍ନଲି ୪୪ଟି ବଲ୍ରୁ ୫ଚୌକା ଓ ୫ ଛକା ବଳରେ ଅପରାଜିତ ୭୨ ରନ ସଂଗ୍ରହ କରି ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।
ଅଧିକ ପଢ଼ନ୍ତୁ :- IPL 2026: ଆଜି କୋଲକାତା - ହାଇଦ୍ରାବାଦ ମଧ୍ୟରେ ଟକ୍କର, ବିଜୟ ପାଇଁ ଉଭୟ ଟିମ୍ ବ୍ୟାକୁଳ

