ନୂଆଦିଲ୍ଲୀ,୩୦/୦୪; ୫ ଥରର ଆଇପିଏଲ ଚାମ୍ପଅନ ମୁମ୍ବାଇ ଇଣ୍ଡିଆନ୍ସ ତାର ରଣନୀତି ପାଇଁ ପ୍ରସିଦ୍ଧ । ଚଳିତ ସିଜିନରେ ଦଳର ସେମିତି ରଣନୀତି ଦେଖିବାକୁ ମିଳିନାହିଁ । ଯଦି ଏପରି ଜାରି ରୁହେ ତେବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହା ସବୁଠାରୁ ଖରାପ ସିଜିନ ହେବ । ଗତକାଲି ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇର ଅଜବ ରଣନୀତି ଦେଖିବାକୁ ମିଳିଥିଲା ।
ଯେଉଁ ପ୍ଲେୟାରଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ଫିଲ୍ଡିଂ କରାଇଥିଲା, ତାଙ୍କୁ ବ୍ୟବହାର କରିନଥିଲା ।
ହାଇଦ୍ରାବାଦ ବିପକ୍ଷରେ ୨୪୩ ରନ କରିଥିଲା ମୁମ୍ବାଇ । ଲାଗୁଥିଲା ଦଳ ଜିତିବ ହେଲେ ବିଶାଳ ସ୍କୋରକୁ ହାସଲ କରିନେଇଥିଲା ହାଇଦ୍ରାବାଦ ।ଅଷ୍ଟମ ଓଭର ବୋଲିଂ ଆରମ୍ଭରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅଲରାଉଣ୍ଡର ସାର୍ଦ୍ଦୁଳ ଠାକୁର ଜଣେ ଇମ୍ପାକ୍ଟ ପ୍ଲେୟାର ଭାବେ ଆସିଥିଲେ । ସେ ରବିନ ମିଞ୍ଜଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନରେ ସ୍ଥାନ ନେଇଥିଲେ । ଆଶା କରାଯାଉଥିଲା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଖୁବ ଶୀଘ୍ର ବୋଲିଂ ପାଇଂ ଡାକିବେ । ୭ ଓଭରର ଖେଳ ବେଳେ ଏସଆରଏଚ ବିନା ୱିକେଟରେ ୧୧୫ ରନ କରିଥିଲା । ସାର୍ଦ୍ଦୁଳ ଅଷ୍ଟମ ଓଭରରୁ ୧୯ତମ ଓଭର ଯାଏ ଅପେକ୍ଷା କରିଥିଲେ ହେଲେ ତାଙ୍କୁ ବୋଲିଂ ମିଳିନଥିଲା । ଏହିପରି ଆଇପିଏଲ ଇତିହାସରେ ସାର୍ଦ୍ଦୁଳ ଏହି ରେକର୍ଡ କରିଛନ୍ତି । ଆଇପିଏଲ ଇତିହାସରେ ପ୍ରଥମ ଥର କୌଣସି ଦଳ ଜଣେ ଇମ୍ପାକ୍ଚ ପ୍ଲେୟାରଙ୍କୁ ଖେଳାଇଥିଲା କିନ୍ତୁ ବୋଲିଂ କରାଇନଥିଲା । ଜଣେ ଇମ୍ପାକ୍ଟ ପ୍ଲେୟାର ସେତେବେଳେ ଆସିଥାନ୍ତି ଯେତେବେଳେ ତାଙ୍କ ବ୍ୟାଟିଂ ପାଇଁ ଡକା ଯାଇଥାଏ । ଜଣେ ବୋଲରଙ୍କୁ ବୋଲିଂ ପାଇଁ ଅପେକ୍ଷା କରିବାକୁ ପଡିପାରେ । କିନ୍ତୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସପୋର୍ଟ ଷ୍ଟାଫ୍ ଏବଂ ଟିମ୍ ମ୍ୟାନେଜମେଣ୍ଟ ହୁଏତ ଭାବୁଥିବେ ସାର୍ଦ୍ଦୁଳଙ୍କୁ ବୋଲିଂ କରିବାକୁ ନ ଦେବାକୁ ସେ କଣ ଭାବିଥିଲେ । ସାର୍ଦ୍ଦୁଳ ପ୍ରଥମ ଇମ୍ପାକ୍ଟ ପ୍ଲେୟାର ଭାବେ ନା ବୋଲିଂ କରିଥିଲେ ନା ବ୍ୟାଟିଂ ।
ଏହା ବି ପଢନ୍ତୁ...FIFA World Cup 2026: ବିଶ୍ୱକପ୍ ପାଇଁ କଠୋର ନିୟମ ଲାଗୁ, ରେଫରୀଙ୍କ ନିଷ୍ପତ୍ତିର ବିରୋଧ କଲେ ଏମିତି ହେବ...
ଚଳିତ ସିଜିନ କଥା କହିବାକୁ ଗଲେ, ମୁମ୍ବାଇ ଦଳର ପିଛା ଛାଡ଼ୁନି ପରାଜୟ । ମାତ୍ର ୪ ପଏଣ୍ଟ ଅର୍ଜନ କରିଥିବା ମୁମ୍ବାଇ ଷଷ୍ଠ ପରାଜୟ ସହ ବିଦାୟ ଦ୍ୱାର ନିକଟତର ହୋଇଛି । ୪୧ତମ ଲିଗ୍ ମୁକାବିଲାରେ ମୁମ୍ବାଇ ୬ ୱିକେଟ୍ରେ ହାଇଦ୍ରାବାଦ ଠାରୁ ପରାଜିତ ହୋଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫ ୱିକେଟ୍ ହରାଇ ୨୪୩ ରନ ସଂଗ୍ରହ କରିଥିଲା । ଜବାବରେ ହାଇଦ୍ରାବାଦ ୧୮.୪ ଓଭରରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ରିକେଟନଙ୍କ ଶତକ ଫିକା ପଡିଲା । ୮ଟି ମ୍ୟାଚରୁ ୬ଟି ହାରିଛନ୍ତି ହାର୍ଦ୍ଦିକଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ।

