ନୂଆଦିଲ୍ଲୀ,୮।୪: ଆମେରିକା ଇରାନ ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣାକୁ ନେଇ ଭାରତ ସରକାରଙ୍କ ପ୍ରଥମ ପ୍ରତିକ୍ରିୟା ସାମନାକୁ ଆସିଛି। ବୁଧବାର ବୈଦେଶିକ ମନ୍ତ୍ରଣାଳୟ ବୟାନ ଜାରି କରି ଅସ୍ତ୍ରବିରତିର ସ୍ବାଗତ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଆଶା କରୁଛୁ ଯେ, ଅସ୍ତ୍ରବିରତି ଦ୍ବାରା ପଶ୍ଚିମ ଏସିଆରେ ସ୍ଥାୟୀ ଶାନ୍ତି ସ୍ଥାପିତ ହେବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ବୁଧବାର ସକାଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଅସ୍ତ୍ରବିରତିର ଘୋଷଣା କରିଛନ୍ତି।
ବୈଦେଶିକ ମନ୍ତ୍ରଣାଳୟ କହିଛି, ଭାରତ ଆରମ୍ଭରୁ ହିଁ ଆଲୋଚନା ଜରିଆରେ ବିବାଦକୁ ଶେଷ କରିବାର ଓକିଲାତି କରୁଥିଲା। ଆମେ ପୂର୍ବରୁ ବି ଲଗାତାର କହୁଛୁ ଯେ, ବର୍ତ୍ତମାନର ସଂଘର୍ଷକୁ ଖୁବ୍ ଶୀଘ୍ର ଶେଷ କରିବାର ସମର୍ଥନ କରୁଥିଲା। ଆମେ ପୂର୍ବରୁ ବି କହୁଥିଲୁ ବର୍ତ୍ତମାନର ସଂଘର୍ଷକୁ ଖୁବ୍ ଶୀଘ୍ର ଶେଷ କରିବା ପାଇଁ ଜରୁରୀ ହେଉଛି ବିବାଦକୁ କମ୍ କରାଯାଉ ଓ ଶାନ୍ତି ସ୍ଥାପିତ କରିବା ପାଇଁ ବାର୍ତ୍ତା ଓ କୁଟନୀତି ଜରୁରୀ। ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ଆମେରିକା-ଇସ୍ରାଏଲ ଓ ଇରାନ ଯୁଦ୍ଧରେ ହୋଇଥିବା କ୍ଷତି ଉପରେ ଚିନ୍ତା ପ୍ରକାଶ କରିଛି।
ମନ୍ତ୍ରଣାଳୟ କହିଛି, ଯୁଦ୍ଧ କାରଣରୁ ପୁରା ଦୁନିଆରେ ଏନର୍ଜି ସପ୍ଳାଇ ଓ ଟ୍ରେଡ୍ ନେଟଓ୍ବର୍କ ବାଧାପ୍ରାପ୍ତ ହୋଇଥିଲା। ସାଧାରଣ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ମନ୍ତ୍ରଣାଳୟ କହିଛି, ଆଶା କରୁଛୁ ଯେ, ଏବେ ଷ୍ଟେ୍ରଟ୍ ଅଫ୍ ହର୍ମୁଜରୁ ଏନର୍ଜି ସପ୍ଲାଇ ବିଶ୍ବ ବାଣିଜ୍ୟର ପ୍ରବାହ ଜାରି ରହିବ। ଅସ୍ତ୍ରବିରତି ହେବା ମାତ୍ରେ ଇରାନରେ ଫଶି ଥିବା ନିଜ ନାଗରିକଙ୍କୁ ତୁରନ୍ତ ଫେରି ଆସିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି। ଭାରତ ନିଜର ନାଗରିକଙ୍କୁ ଇରାନ ସ୍ଥିତ ଦୂତାବାସ କହିଥିବା ବାଟ ବ୍ୟବହାର କରିବାକୁ କହିଛି।
ଆହୁରି ପଢନ୍ତୁ : ଟ୍ରମ୍ପଙ୍କ ବଡ଼ ଚେତାବନୀ: ହୋର୍ମୁଜ ପ୍ରଣାଳୀରେ ନଜର ରଖିବ ଆମେରିକା, ସାମାନ୍ୟ ଭୁଲ୍ ହେଲେ ରକ୍ଷା ନାହିଁ !

